ପାକିସ୍ତାନକୁ ଭାରତର ରୋକଠୋକ ଜବାବ; ଆତଙ୍କବାଦ ବନ୍ଦ ନକଲେ ମିଳିବନି ପାଣି

6666dsds

sindhu river Photograph: (Kanak News )

କନକ ବ୍ୟୁରୋ: ଅପରେସନ୍ ‘ସିନ୍ଦୂର’ର ଅସ୍ତ୍ରବିରତି ପରେ ପରେ ପାକିସ୍ତାନକୁ ଭାରତ ଦେଇଛି ରୋକଠୋକ ଜବାବ । ଆତଙ୍କବାଦ ବନ୍ଦ ନକକରିବା ଯାଏଁ ପାଣି ମିଳିବନି । ସିନ୍ଧୁ ନଦୀ ଚୁକ୍ତି ସ୍ଥଗିତ ନିଷ୍ପତ୍ତି ବଳବତ୍ତର ରଖିଲା ଭାରତ । କାଶ୍ମୀର ପ୍ରସଙ୍ଗରେ ପାକିସ୍ତାନ ସହ ହେବନି କୌଣସି ଆଲୋଚନା । କେବଳ ପାକିସ୍ତାନ ଅବୈଧ ଭାବେ କବ୍‌ଜା କରି ରଖିଥିବା ଅଞ୍ଚଳକୁ ଖାଲି କରିବା ଦିଗରେ ଆଲୋଚନା ହୋଇପାରିବ ବୋଲି ସ୍ପଷ୍ଟ ଭାବେ କହିଛନ୍ତି ବୈଦେଶିକ ମନ୍ତ୍ରୀ ଏସ୍‌ ଜୟଶଙ୍କର । 

ପହଲଗାମ୍ ଆତଙ୍କୀ ହମଲା ପରେ ପାକିସ୍ତାନକୁ ମୁହଁତୋଡ଼ ଜବାବ ଦେବା ଆରମ୍ଭ କରିଦେଇଥିଲା ଭାରତ । ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅଧ୍ୟକ୍ଷତାରେ ହୋଇଥିବା କ୍ୟାବିନେଟ୍‌ ବୈଠକରେ ନିଆଯାଇଥିଲା କଠୋର ନିଷ୍ପତ୍ତି । ଯେଉଁଥିରେ କି ସିନ୍ଧୁ ଜଳ ସନ୍ଧିକୁ ସ୍ଥଗିତ ରଖିବାପାଇଁ ନିଷ୍ପତ୍ତି ବି ନିଆଯାଇଥିଲା । ଭାରତ ତରଫରୁ ନିଆଯାଇଥିବା ଏହି ୱାଟର୍ ଷ୍ଟ୍ରାଇକ୍‌ ଯୋଗୁଁ ପାକିସ୍ତାନ ପାଣି ପାଇଁ ଡହଳ ବିକଳ ହେଉଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe