ହଠାତ୍ ଫେଲ୍ ମାରିଲା ଇଣ୍ଡିଗୋ ଏୟାରଲାଇନ୍ସ ବୁକିଂ ବ୍ୟବସ୍ଥା: ବିମାନବନ୍ଦରରେ ଲମ୍ବା ଧାଡ଼ି, ବିମାନ ଚଳାଚଳ ପ୍ରଭାବିତ

Advertisment

ଇଣ୍ଡିଗୋ ଏୟାରଲାଇନ୍ସକୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି, କମ୍ପାନୀର ବୁକିଂ ସିଷ୍ଟମରେ ଅବ୍ୟବସ୍ଥା ଯୋଗୁଁ ବିମାନ ଚଳାଚଳ ପ୍ରଭାବିତ ହୋଇଛି ।

ଇଣ୍ଡିଗୋ ଏୟାରଲାଇନ୍ସକୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି, କମ୍ପାନୀର ବୁକିଂ ସିଷ୍ଟମରେ ଅବ୍ୟବସ୍ଥା ଯୋଗୁଁ ବିମାନ ଚଳାଚଳ ପ୍ରଭାବିତ ହୋଇଛି ।

aq

କନକ ବ୍ୟୁରୋ: ଇଣ୍ଡିଗୋ ଏୟାରଲାଇନ୍ସକୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି, କମ୍ପାନୀର ବୁକିଂ ସିଷ୍ଟମରେ ଅବ୍ୟବସ୍ଥା ଯୋଗୁଁ ବିମାନ ଚଳାଚଳ ପ୍ରଭାବିତ ହୋଇଛି । ଆଜି ମଧ୍ୟାହ୍ନ ୧୨ଟାରୁ ଏୟାରଲାଇନ୍ସର ବୁକିଂ ବ୍ୟବସ୍ଥା ପ୍ରଭାବିତ ହେବା ଆରମ୍ଭ ହୋଇଥିଲା ଏବଂ ପ୍ରାୟ ଏକ ଘଣ୍ଟା ପରେ ଅପରାହ୍ନ ପ୍ରାୟ ୧.୦୫ରେ ବିମାନ ଚଳାଚଳ ଆରମ୍ଭ ହୋଇଥିଲା। ତେବେ ଇଣ୍ଡିଗୋ ବୁକିଂ ସିଷ୍ଟମ ଏବେ ବି ବନ୍ଦ ରହିଛି ଏବଂ ଯାତ୍ରୀ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏ ନେଇ କମ୍ପାନୀ ତରଫରୁ ସୂଚନା ମଧ୍ୟ ଦିଆଯାଇଛି ।

 ନେଟୱାର୍କ୍ ସ୍ଲୋ ହେବା କାରଣରୁ ସୃଷ୍ଟି ହୋଇଛି ସମସ୍ୟା..
ଇଣ୍ଡିଗୋ ଏୟାରଲାଇନ୍ସ ଏହି ବୁକିଂ ସିଷ୍ଟମ ବାଧାପ୍ରାପ୍ତ ହେବା ସମ୍ପର୍କରେ ଏକ ବିବୃତି ଜାରି କରି କହିଛି ଯେ, ଆମେ ବର୍ତ୍ତମାନ ଆମ ନେଟୱାର୍କର କାର୍ଯ୍ୟ କରୁଛୁ । ସ୍ଥିତିରେ ସୁଧାର ଆଣିବା ପାଇଁ କାର୍ଯ୍ୟ ଜାରି ରହିଛି । ବୁକିଂ ସିଷ୍ଟମ ଏବଂ ଇଣ୍ଡିଗୋ ୱେବସାଇଟରେ ହଠାତ୍ ଏହି ତ୍ରୁଟି ମଧ୍ୟରେ ଏୟାରଲାଇନ୍ସ ପକ୍ଷରୁ ଜାରି ବିବୃତ୍ତିରେ କୁହାଯାଇଛି ଯେ ଆମର ଯାତ୍ରୀମାନଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଲା, ଏହାରି ମଧ୍ୟରେ ଯାତ୍ରୀ ମାନଙ୍କ ଧର୍ଯ୍ୟ କୁ ଆମେ ସମ୍ମାନ ଜଣାଉଛୁ । ଇଣ୍ଡିଗୋ ଏକ୍ସରେ ଏକ ପୋଷ୍ଟରେ କହିଛି, ନିଶ୍ଚିତ ରୁହନ୍ତୁ, ଆମେ ଶୀଘ୍ର ସ୍ୱାଭାବିକ ସ୍ଥିତି ଫେରାଇ ଆଣିବା ପାଇଁ କାର୍ଯ୍ୟ କରୁଛୁ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe