କନକ ବ୍ୟୁରୋ : ଭାରତ ଉପରେ ଋଷ ଠାରୁ ଅସ୍ତ୍ରଶସ୍ତ୍ର କ୍ରୟ ଓ ଟାରିଫ ଧମକ ଦେଉଥିବା ଆମେରିକା ରାଷ୍ଟ୍ରପତିଙ୍କ ସ୍ବର ବଦଳିଛି । ଋଷିଆ ସହ ଆମେରିକାର ବ୍ୟବସାୟିକ କାରବାର ନେଇ ନାହିଁ ଟ୍ରମ୍ପଙ୍କ ନିକଟରେ ତଥ୍ୟ । ଏନେଇ ଟ୍ରମ୍ଫଙ୍କ ପ୍ରତିକ୍ରିୟା ଆସିଛି ସାମ୍ନାକୁ । ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ସେ ଜାଣି ନାହାଁନ୍ତି ଯେ ଆମେରିକା ଋଷଠାରୁ ୟୁରାନିୟମ ଏବଂ ସାର କିଣୁଛି । ଜଣେ ସାମ୍ବାଦିକଙ୍କ ପ୍ରଶ୍ନର କରିଥିଲେ ଯେ ୱାଶିଂଟନ୍ ଋଷ ସହିତ ବାଣିଜ୍ୟ ଜାରି ରଖି ଏହାକୁ ଅନୁଚିତ ଭାବରେ ଟାର୍ଗେଟ କରୁଛି, ଟ୍ରମ୍ପ କହିଥିଲେ, "ମୁଁ ଏହା ବିଷୟରେ କିଛି ଜାଣିନାହିଁ । ମୋତେ ଏହାର ତଦନ୍ତ କରିବାକୁ ପଡିବ।" ଏଏନଆଇ ଅନୁଯାୟୀ, ଚୀନ୍ ସମେତ ଋଷଠାରୁ ଅଶୋଧିତ ତୈଳ କିଣୁଥିବା ସମସ୍ତ ଦେଶ ଉପରେ ୧୦୦ ପ୍ରତିଶତ ଶୁଳ୍କ ଲାଗୁ କରିବା ବିଷୟରେ ପଚରାଯିବାରୁ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଥିଲେ, 'ମୁଁ କେବେ ପ୍ରତିଶତ କହିନାହିଁ, କିନ୍ତୁ ଆମେ ଏହାର ଏକ ବଡ଼ ଅଂଶ ଲାଗୁ କରିବୁ।
ଭାରତର କଡ଼ା ଜବାବ
ମୁଁ କିଛି ଜାଣିନାହିଁ- ଟ୍ରମ୍ପ
ମୁଁ ଏହା ବିଷୟରେ କିଛି ଜାଣିନାହିଁ
ମୋତେ ଏହାର ତଦନ୍ତ କରିବାକୁ ପଡିବ
ଟାରିଫ ନେଇ କେତେ ପ୍ରତିଶତ ମୁଁ କହିନାହିଁ
କିନ୍ତୁ ଆମେ ଏହାର ଏକ ବଡ଼ ଅଂଶ ଲାଗୁ କରିବୁ
ଆମେ ଆଗାମୀ କିଛି ସମୟରେ କ'ଣ ହୁଏ ତାହା ଦେଖିବୁ
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t084759337z-8e80dfc5-7f9d-489e-bfa6-474877a37c58-2025-12-17-14-17-59.jpg)
/kanak/media/media_files/2025/08/06/74-2025-08-06-15-15-42.jpg)