ସ୍ୱଦେଶୀ ହେଉଛି ସେନା; ତେଜସ୍ ମାର୍କ-୧ଏର ପ୍ରଥମ ଉଡ଼ାଣ

ହିନ୍ଦୁସ୍ତାନ୍ ଏରୋନେଟିକ୍ସ୍ ଲିମିଟେଡ୍ (ହାଲ୍) ଦ୍ୱାରା ନିର୍ମିତ ତେଜସ୍ ମାର୍କ୍-୧ଏ ଲାଇଟ୍ କମ୍ବାଟ୍ ଏୟାରକ୍ରାଫ୍ଟ (ଏଲ୍‌ସିଏ) ଭରିଛି ଆଜି ପ୍ରଥମ ଉଡ଼ାଣ । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଉପସ୍ଥିତ ରହି ଏଚ୍‌ଏଏଲ୍‌ର ତୃତୀୟ ବ୍ୟାଚ୍‌କୁ ଉଦ୍‌ଘାଟନ କରିଛନ୍ତି ।

Tejas Mk-1A Fighter Jet

Photograph: (Kanak News)

କନକ ବ୍ୟୁରୋ : ଆତ୍ମନିର୍ଭର ହେଉଛି ଦେଶର ସେନା । ଆଜି ସାମିଲ ହୋଇଛି ସ୍ୱଦେଶୀ ଫାଇଟର ଜେଟ୍ । ମହାରାଷ୍ଟ୍ର ନାସିକରେ ଯୁଦ୍ଧ ବିମାନ ତେଜସ୍ ମାର୍କ୍-୧ଏ ର ଆଜି ପ୍ରଥମ ଉଡ଼ାଣ । ଭାରତର ସ୍ୱଦେଶୀ ଶକ୍ତିରେ ଯୋଡ଼ି ହୋଇଛି ନୂଆ ଅଧ୍ୟାୟ । ହିନ୍ଦୁସ୍ତାନ୍ ଏରୋନେଟିକ୍ସ୍ ଲିମିଟେଡ୍ (ହାଲ୍) ଦ୍ୱାରା ନିର୍ମିତ ତେଜସ୍ ମାର୍କ୍-୧ଏ ଲାଇଟ୍ କମ୍ବାଟ୍ ଏୟାରକ୍ରାଫ୍ଟ (ଏଲ୍‌ସିଏ) ଭରିଛି ଆଜି ପ୍ରଥମ ଉଡ଼ାଣ । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଉପସ୍ଥିତ ରହି ଏଚ୍‌ଏଏଲ୍‌ର ତୃତୀୟ ବ୍ୟାଚ୍‌କୁ ଉଦ୍‌ଘାଟନ କରିଛନ୍ତି । ଏହି ଉଡ଼ାଣ ଭାରତୀୟ ବାୟୁସେନାର ସ୍ୱଦେଶୀ ପ୍ରତିରକ୍ଷା କ୍ଷମତାର ଏକ ମାଇଲଷ୍ଟୋନ ।

ତେଜସ୍ ମାର୍କ୍-୧ଏ ଏକ  କମ୍‌ ଓଜନ ବିଶିଷ୍ଟ ଯୁଦ୍ଧ ବିମାନ, ଯାହାର ଅଧିକାଂଶ (୬୫%ରୁ ଅଧିକ) ଯନ୍ତ୍ରାଂଶ ସ୍ୱଦେଶୀ । ଏହା ଘଣ୍ଟା ପ୍ରତି ୨୨୦୦ କିଲୋମିଟର୍ ବେଗରେ ଉଡ଼ିପାରେ ଓ ୯ ଟନ୍ ଅସ୍ତ୍ରଶସ୍ତ୍ର ବହନ କରିପାରେ । ଏହା ଏକାଧିକ ଲକ୍ଷ୍ୟକୁ ଏକସଙ୍ଗେ ଆକ୍ରମଣ କରିପାରେ, ଅତି ଦୂର ରେଞ୍ଜରୁ ବି ଆକ୍ରମଣ କରିପାରେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe