କନକ ବ୍ୟୁରୋ : ଏସ୍‌ସିଓ ମଞ୍ଚରେ ଭାରତର ବଡ଼ କୂଟନୀତି ବିଜୟ ହୋଇଛି । ସାଙ୍ଘାଇ ସହଯୋଗ ସମ୍ମିଳନୀରେ ପଡ଼ୋଶୀ ପାକିସ୍ତାନକୁ ଶକ୍ତ ଚାପୁଡ଼ା ଲାଗିଛି ଭାରତ । ଏସ୍‌ସିଓ ଘୋଷଣା ପତ୍ରରେ ପହଲଗାମ ଆକ୍ରମଣ ସ୍ଥାନ ପାଇଛି । ଏଥିସହ ବିଶ୍ବମଞ୍ଚରେ ଭାରତର କଥା ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିଛି । 

Advertisment

ଏସ୍‌ସିଓ ଅର୍ଥ ବୁଝାଇଲେ ମୋଦୀ- ସୁରକ୍ଷା , ସଂଯୋଗୀକରଣ ଓ ସୁଯୋଗକୁ ପ୍ରାଧାନ୍ୟ । ଏକ ପୃଥିବୀ, ଗୋଟିଏ ପରିବାର, ଗୋଟିଏ ଭବିଷ୍ୟତ ଏସ୍‍ସିଓର ସଦସ୍ୟ ଭାବରେ ଭାରତ ସକାରାତ୍ମକ ଭୂମିକା ଗ୍ରହଣ କରିଛି । 

ଏସ୍‌ସିଓରେ ଭାରତର କୂଟନୀତି ବିଜୟ- ପହଲଗାମ ଆତଙ୍କୀ ଆକ୍ରମଣ ପ୍ରସଙ୍ଗ ଉଠାଇଛି ଭାରତ । ଏସ୍‌ସିଓ ଘୋଷଣାପତ୍ରରେ ଘଟଣାକୁ ଉଲ୍ଲେଖ କରାଯାଇଛି ।

ପାକିସ୍ତାନକୁ ଚାପୁଡ଼ା- ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତିରେ ମୋଦୀ କହିଥିଲେ ଯେ ଆତଙ୍କବାଦ ବିରୋଧରେ ସମର୍ଥନ କରିଥିବା ସମସ୍ତ ଦେଶକୁ ଧନ୍ୟବାଦ 

ବିଶ୍ବ ଅର୍ଥନୀତି ଅଭିବୃଦ୍ଧିରେ ସହଯୋଗ- ମୋଦୀ କହିଛନ୍ତି, ଭାରତ ନିରନ୍ତର ଅର୍ଥନୈତିକ ସଂସ୍କାର ଉପରେ କାମ କରୁଛି । ଭାରତ ଅନ୍ତର୍ଜାତୀୟ ସହଯୋଗ ମଧ୍ୟ ବୃଦ୍ଧି କରିଛି । ବିକାଶ ଯାତ୍ରାରେ ଏସ୍‌ସିଓ ଦେଶମାନେ ମଧ୍ୟ ସାମିଲ ହୁଅନ୍ତୁ

ସଂଯୋଗୀକରଣକୁ ଗୁରୁତ୍ବ- ସଂଯୋଗୀକରଣ ପ୍ରକଳ୍ପ ଦେଶଗୁଡ଼ିକର ସାର୍ବଭୌମତ୍ୱ ଏବଂ ଅଖଣ୍ଡତାକୁ ସମ୍ମାନ କରିବା ଉଚିତ । 

ସେପଟେ ଟାରିଫ୍‌କୁ ନେଇ ଆମେରିକା ଏକୁଟିଆ ପଡ଼ୁଥିବା ବେଳେ ନିକଟତର ହେଉଛନ୍ତି ଭାରତ, ଚୀନ ଓ ଋଷ । ଯାହାର ତାଜା ଚିତ୍ର ଦେଖିବାକୁ ମିଳିଛି ଏସ୍‌ସିଓ ସମ୍ମିଳନୀରେ । ଯଦିଓ ଋଷ ଓ ଭାରତ ଟାରିଫ୍‌କୁ ନେଇ କୌଣସି ବିବୃତି ରଖିନାହାଁନ୍ତି କିନ୍ତୁ ମୁହଁଖୋଲିଛି ଚୀନ । ଜିନପିଙ୍ଗ କହିଛନ୍ତି, ସମସ୍ତ ଦେଶ ନ୍ୟାୟ ଏବଂ ନିରପେକ୍ଷତାର ନୀତି ଅନୁସରଣ କରିବା ଉଚିତ । ଶୀତଳ ଯୁଦ୍ଧ ମାନସିକତା, ଗୋଷ୍ଠୀବାଦ ଏବଂ ଚାପ ଭଳି କାର୍ଯ୍ୟକୁ ମିଳିତ ଭାବରେ ବିରୋଧ କରିବା ଉଚିତ । 

ମାତ୍ର ଅପରେସନ ସିନ୍ଦୂର ସମୟରେ ପାକିସ୍ତାନକୁ ଚୀନର ସହାୟତା ହେଉ ବା ପାକିସ୍ତାନ ସହ ରୁଷିଆର  ସହାୟତା ଦେଖି ଉଭୟ ଦେଶ ସହ ଭାରତର ସହଯୋଗ ସ୍ଥାୟିତ୍ବ ଉପରେ ପ୍ରଶ୍ନ ଉଠିବା ସ୍ବାଭାବିକ ।