କନକ ବ୍ୟୁରୋ : ବଢ଼ିବ ଭାରତର ପ୍ରତିରକ୍ଷା ଶକ୍ତି । ଭାରତ ନୌସେନା, ସ୍ଥଳସେନା ଏବଂ ବାୟୁସେନା ପାଇଁ ଦୁଇଟି ପରମାଣୁ ବୁଡ଼ାଜାହାଜ ୩୧ଟି ପ୍ରିଡେଟର ଡ୍ରୋନ୍ କ୍ରୟ କରିବ ଭାରତ । ଆମେରିକା ସହ ଚୁକ୍ତି ହୋଇଥିବା ଡିଫେନ୍ସ ଡିଲକୁ ମିଳିଛି ମଂଜୁରୀ । ସୁରକ୍ଷା ଦୃଷ୍ଟିରୁ କ୍ୟାବିନେଟ୍ କମିଟି ବା ସିସିଏସ୍ ୮୦ହଜାର କୋଟି ଟଙ୍କା ମୂଲ୍ୟର ଚୁକ୍ତିକୁ ଅନୁମୋଦନ ଦେଇଛି ।
ଏହା ଭାରତରୁ ଷ୍ଟ୍ରାଇକ୍ ଏବଂ ନୀରିକ୍ଷଣ କ୍ଷମତାକୁ ସମୁଦ୍ରରୁ ଭୂପୃଷ୍ଠ ଏବଂ ଆକାଶ ପର୍ଯ୍ୟନ୍ତ ବୃଦ୍ଧି କରିବ ଏହି ନୂଆ ପ୍ରତିରକ୍ଷା ଶକ୍ତି । ଭାରତୀୟ ନୌସେନା ସେନା ଦୁଇଟି ପରମାଣୁ ଚାଳିତ ଆକ୍ରମଣ ବୁଡ଼ାଜାହାଜ ପାଇବା ସହିତ ଭାରତ ମହାସାଗରରେ ଏହାର ଶକ୍ତି ବହୁଗୁଣିତ ହେବ । ଦୁଇଟି ପରମାଣୁ ବୁଡ଼ାଜାହାଜ ନିର୍ମାଣ ପାଇଁ ବିଶାଖାପାଟନମ୍ ଭିତ୍ତିକ ଜାହାଜ ନିର୍ମାଣ କେନ୍ଦ୍ର ସହିତ ୪୫ହଜାର କୋଟି ଟଙ୍କା ମୂଲ୍ୟର ଚୁକ୍ତି ସ୍ୱାକ୍ଷରିତ ହୋଇଛି । ଲାରସେନ୍ ଏବଂ ଟୁବ୍ରୋ ପରି ଅଗ୍ରଣୀ ଘରୋଇ କ୍ଷେତ୍ର କମ୍ପାନୀଗୁଡିକର ଅଂଶଗ୍ରହଣ ମଧ୍ୟ ହେବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/bzAZ6nrKEvpalSEHhZcB.jpg)