ବଢ଼ିବ ଭାରତର ପ୍ରତିରକ୍ଷା ସାମର୍ଥ୍ୟ; ଆମେରିକାଠୁ ଘାତକ ୩୧ ପ୍ରିଡିଟର ଡ୍ରୋନ କିଣିବ ଭାରତ

Advertisment

ଆମେରିକାଠୁ ୩୨ହଜାର କୋଟି ମୂଲ୍ୟର ପ୍ରିଡେଟର ଡ୍ରୋନ କିଣିବ ଭାରତ । ମୋଟ ୩୧ଟି ଡ୍ରୋନ କିଣିବାକୁ ଚୁକ୍ତି ସ୍ୱାକ୍ଷାରିତ ହୋଇଛି ।

ଆମେରିକାଠୁ ୩୨ହଜାର କୋଟି ମୂଲ୍ୟର ପ୍ରିଡେଟର ଡ୍ରୋନ କିଣିବ ଭାରତ । ମୋଟ ୩୧ଟି ଡ୍ରୋନ କିଣିବାକୁ ଚୁକ୍ତି ସ୍ୱାକ୍ଷାରିତ ହୋଇଛି ।

Predator Drones

କନକ ବ୍ୟୁରୋ : ଭାରତ-ଆମେରିକା ମଧ୍ୟରେ ବଡ଼ ପ୍ରତିରକ୍ଷା ଚୁକ୍ତି ସ୍ୱାକ୍ଷାରିତ ହୋଇଛି । ଆମେରିକାଠୁ ୩୨ହଜାର କୋଟି ମୂଲ୍ୟର ପ୍ରିଡେଟର ଡ୍ରୋନ କିଣିବ ଭାରତ । ମୋଟ ୩୧ଟି ଡ୍ରୋନ କିଣିବାକୁ ଚୁକ୍ତି ସ୍ୱାକ୍ଷାରିତ ହୋଇଛି । ଏଥିସହ ଡ୍ରୋନର ରକ୍ଷାଣବେକ୍ଷଣ, ମରାମତି ମଧ୍ୟ ଏହି ଡିଲରେ ସାମିଲ ଅଛି ।

ଭାରତୀୟ ନୌସେନାକୁ ୧୫ଟି ଡ୍ରୋନ, ୮ଟି ସ୍ଥଳସେନାକୁ ଓ ୯ଟି ବାୟୁସେନାକୁ ମିଳିବ । ସୂଚନା ଅନୁସାରେ ଏହା ମଧ୍ୟରୁ ୪ଟି ଡ୍ରୋନ ଭାରତର ଚାରୋଟି ସୀମାବର୍ତ୍ତୀ ଅଂଚଳରେ ମୁତୟନ କରାଯିବ । ଆଇଏନଏସ ରାଜାଲୀ, ପୋରବନ୍ଦର, ସରସାବ ଓ ଗୋରଖପୁରରେ ମୁତୟନ କରାଯିବ ।

ଏହି ଚୁକ୍ତି ଦ୍ୱାରା ଭାରତ ଓ ଆମେରିକା ପ୍ରତିରକ୍ଷା ସମ୍ପର୍କ ମଜଭୁତ ହେବା ସହ ଭାରତର ସେନାର ଶକ୍ତି ବେଶ ବଢ଼ିବ ବୋଲି ଆଶା ରହିଛି । ଅତ୍ୟାଧୁନିକ ଡ୍ରୋନ ସହ ଶତ୍ରୁଙ୍କୁ ଜବାବ ଦେବାକୁ ଅଧିକ ସଶକ୍ତ ହେବ ଭାରତ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe