କନକ ବ୍ୟୁରୋ : ଖୁବଶୀଘ୍ର ରୁଷ ଏକ ବଡ଼ ଘୋଷଣା କରିପାରେ । ଦୁନିଆର ଅନ୍ୟତମ ଶକ୍ତିଶାଳୀ ଦେଶ ରୁଷ ଏବେ ନ୍ୟୁକ୍ଲିୟର ପ୍ଲାଂଟନିର୍ମାଣ କରିବାକୁ ଚିନ୍ତା କରୁଛି। ଖୁବଶୀଘ୍ର ଏହି ଯୋଜନାକୁ କାର୍ଯ୍ୟକାରୀ ମଧ୍ୟ କରିପାରେ । ସବୁଠୁ ବଡ କଥାହେଉଛି -
-ରୁଷର ଏହି ମିଶନକୁ ପୂରା କରିବାକୁ ସାହାଯ୍ୟ କରିବେଭାରତ ଏବଂ ଚୀନ୍
-ଏହି ନ୍ୟୁକ୍ଲିୟର ପ୍ଲାଂଟଚନ୍ଦ୍ରରେ ବିଦ୍ୟୁତ୍ ଉତ୍ପାଦନ କରିବା ଦିଗରେ କାମ କରିବ
-ରୁଷସରକାରୀ ଆଣବିକ ଶକ୍ତି କମ୍ପାନୀ ରୋଜାଟମ୍ ମିଶନରନେତୃତ୍ୱ ନେବ
-ଇଷ୍ଟର୍ଣ୍ଣ ଇକୋନୋମିକ୍ ଫୋରମରେ ରୁଷ ଏକଥା ସ୍ପଷ୍ଟ କରିଛି
ପ୍ରଶ୍ନ ଉଠୁଛି ଏହି ମିଶନରେ କାହିଁକଆଗ୍ରହ ରଖୁଛି ଭାରତ ? ବିଶେଷଜ୍ଞଙ୍କ ମତରେ ଭାରତ ସହଯୋଗ କରିବା ନିଷ୍ପତିକୁ ପଛରେ ବଡ଼ କାରଣ ରହିଛି।
ଭାରତ କାହିଁକି ଆଗ୍ରହ ରଖୁଛି-
-୨୦୪୦ ସୁଦ୍ଧା ମନୁଷ୍ୟକୁ ଚନ୍ଦ୍ରକୁ ପଠାଇବାକୁ ଲକ୍ଷ୍ୟ ରଖିଛି ଭାରତ
-ସେଠାରେ ଏକ ଆଧାର ନିର୍ମାଣ ପାଇଁ ଭାରତ ଲକ୍ଷ୍ୟ ରଖିଛି
ସେପଟେ ୨୦୨୧ରେରୁଷଏବଂ ଚୀନ୍ ଆନ୍ତର୍ଜାତୀୟ ଚନ୍ଦ୍ର ଅନୁସନ୍ଧାନ କେନ୍ଦ୍ର (ILRS) ନାମକ ମିଳିତ ଚନ୍ଦ୍ର ଆଧାର ନିର୍ମାଣ ପାଇଁ ଯୋଜନା ଘୋଷଣା କରିଥିଲେ । ଏହା ୨୦୩୫ ରୁ ୨୦୪୦ମଧ୍ୟରେ ଭିତରେ କାର୍ଯ୍ୟକ୍ଷମ ହୋଇପାରେ ।ଅନୁମାନ କରାଯାଉଛି୨୦୩୬ ସୁଦ୍ଧା ରୁଷ ଚନ୍ଦ୍ରରେଚନ୍ଦ୍ରରେରୁଷର ନ୍ୟୁକ୍ଲିୟର ପ୍ଲାଣ୍ଟ ସ୍ଥାପନ କରିପାରେ ।
ରୁଷର ଏହି ମିଶନକୁ ଏକପ୍ରକାର କୁଟନୀତି ମିଶନ କୁହାଯାଇପାରେ । ଗୋଟେ ପଟେଭାରତ ଓ ଅନ୍ୟପଟେ ଚୀନ । ସୀମା ବିବାଦକୁ ନେଇ ଉଭୟ ଦେଶ ମଧ୍ୟରେ ତିକ୍ତତା ଚାଲିଛି ତଥାପି ଏମାନଙ୍କୁଏକାଠି ନେଇ କାମ କରିବା ଦିଗରେ ରୁଷର ଯୋଜନା ଅନେକ ପ୍ରଶ୍ନ ସୃଷ୍ଟି କରୁଛି । ହୁଏତ ଆଗକୁ ମିଶନ ମୁନ ପାଇଁ ଦୁଇ ଦେଶଙ୍କଠୁ ଅଧିକ ସାହାଯ୍ୟ ସହଯୋଗ ରୁଷକୁ ବଡ଼ ଫାଇଦା ଦେଇପାରେ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/aQ8q177GgV3wJOjciLAj.jpg)