କନକ ବ୍ୟୁରୋ : ବିଶ୍ୱକୁ ମିଳିଲା ଭାରତର ପରମାଣୁ ଶକ୍ତିର ପରିଚୟ । ସମୁଦ୍ରରେ ପରମାଣୁ କ୍ଷମତା ସମ୍ପର୍ଣ୍ଣ ମିସାଇଲର ପରୀକ୍ଷଣ କରି ଶକ୍ତି ଦେଖାଇଲା ନୌସେନାର ଘାତକ ବୁଡ଼ା ଜାହାଜ ଆଇଏନଏସ ଆରିଘାତ । ନୌସେନାରେ ସାମିଲ ହେବା ପରେ ପ୍ରଥମ ଥର ପାଇଁ ଏହି ବୁଡ଼ାଜାହାଜରୁ ମିସାଇଲ ପରୀକ୍ଷଣ କରାଯାଇଛି । ଯାହା ଶତପ୍ରତିଶତ ସଫଳ ହୋଇଛି ।
ଆରିଘାତର ଶକ୍ତି ଦେଖିବା ପରେ ଏବେ ଭାରତର ଦୁଇ ପଡ଼ୋଶୀ ତଥା ଶତ୍ରୁ ଦେଶ ଚୀନ ଓ ପାକିସ୍ତାନକୁ ଲାଗିଛି ବଡ଼ ଝଟକା । କାହିଁକି ନା ଏବେ ଆରିଘାତ ଶକ୍ତିରେ ଶକ୍ତିମାନ ହୋଇଛି ଭାରତ । ସମୁଦ୍ର ମଝିରେ ଶତ୍ରୁକୁ ନିପାତ ପରିବାରେ ସମ୍ପୂର୍ଣ୍ଣ ସକ୍ଷମ । ଆଜି ଆରିଘାତରୁ ବାଲିଷ୍ଟିକ ମିସାଇଲ କେ-୪ର ପରୀକ୍ଷଣ କରାଯାଇଛି ।
ଜାଣନ୍ତୁ କେତେ ଶକ୍ତିଶାଳୀ ଏହି କେ-୪ ମିସାଇଲ
- ପାଣି ଭିତରେ ପରାକ୍ରମ
- ଡିଆରଡିଓ ପକ୍ଷରୁ ପ୍ରସ୍ତୁତ ହୋଇଛି କେ-୪ ମିସାଇଲ
- ଏହା କେବଳ ବୁଡ଼ା ଜାହାଜ ପାଇଁ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ କରାଯାଇଛି
- ଆଣବିକ ଯୁଦ୍ଧାସ୍ତ୍ର ବହନ କରିପାରେ ଏହି କ୍ଷେପଣାସ୍ତ୍ର
- ଏହି ମିସାଇଲର ଓଜନ ହେଉଛି ୧୭ଟନ୍
- ଏଥିରେ ୨.୫ ଟନ ଓଜନ ଯୁଦ୍ଧାସ୍ତ୍ର ଖଞ୍ଜାଯାଇ ପାରିବ
- ମିସାଇଲର ଲକ୍ଷ୍ୟଭେଦ କ୍ଷମତା ୩୫୦୦ କିଲୋମିଟର
- ଏହି ମିସାଇଲରେ କଠିନ ଇନ୍ଧନର ବ୍ୟବହାର କରାଯାଏ
- ଏହାର ଗତି ହେଉଛି ୭.୫ ମ୍ୟାକ୍
- ଶଦ୍ଦର ବେଗଠାରୁ ସାଢ଼େ ୭ ଗୁଣ ବେଗରେ ଗତି କରିପାରେ
- ଏହି କ୍ଷେପଣାସ୍ତ୍ରକୁ ରାଡାରରେ ଟ୍ରାକ୍ କରିବା ଅସମ୍ଭବ
ବିଶ୍ୱର ସବୁଠାରୁ ଆଧୁନିକ ବୁଡ଼ାଜାହାଜ କୁହାଯାଉଥିବା ଆରିଘାତ ଏକ ଆକ୍ରମଣକାରୀ ବୁଡ଼ାଜାହାଜ । ଏହି ଅତ୍ୟାଧୁନିକ ବୁଡ଼ା ଜାହାଜ ଗାଇଡେଡ୍ ମିସାଇଲ୍ ଓ ଆଣ୍ଟି ସିପ୍ ମିସାଇଲ୍ ଦ୍ୱାରା ଆକ୍ରମଣ କରିପାରେ । ସମୁଦ୍ର ତଳେ ଲକ୍ଷ୍ୟଭେଦ କରିବାକୁ ଏଥିରେ ରହିଛି ସ୍ୱତନ୍ତ୍ର ବ୍ୟବସ୍ଥା । ଶତ୍ରୁ ରାଡାରକୁ ଚକମା ଦେଖାଇବାରେ ମାହିର ଆଇଏନଏସ୍ ଆରିଘାତ । ଚଳିତ ବର୍ଷ ଏହି ବୁଡ଼ା ଜାହାଜ ନୌସେନାରେ ସାମିଲ ହୋଇଥିବା ବେଳେ ଏବେ ଏହାର ଶକ୍ତି ଦେଖିଛି ପୂରା ବିଶ୍ୱ । ଯଦି ଚୀନ କିମ୍ବା ପାକିସ୍ତାନ ଭାରତ ବିରୋଧରେ କୌଣସି ଷଡ଼ଯନ୍ତ୍ର କରନ୍ତି ତେବେ ଯୁଦ୍ଧ ସମୟରେ ଭାରତ ପାଇଁ ବ୍ରହ୍ମାସ୍ତ୍ର ହେବ ଆଇଏନଏସ ଆରିଘାତ ।
ନଜର ପକାନ୍ତୁ ଆରିଘାତର ବିଶେଷତ୍ୱ ଉପରେ
- ଆଇଏନ୍ଏସ୍ ‘ଆରିଘାତ’ର ବିଶେଷତ୍ୱ
- ‘ଆରିଘାତ’ର ଓଜନ ୬୦୦୦ ଟନ୍, ଲମ୍ବା ୧୧୩ ମିଟର
- ସମୁଦ୍ର ଭିତରେ ୯୮୦ରୁ ୧୪୦୦ ଫୁଟ୍ ଗଭୀରକୁ ଯିବାକୁ ସକ୍ଷମ
- ‘ଆରିଘାତ’ ରେ ୧୨ କେ-୧୫ ଏସଏଲବିଏମ୍ ମିସାଇଲ ନିୟୋଜିତ
- ୭୫୦ କିଲୋମିଟର ପର୍ୟ୍ୟନ୍ତ ରହିଛି ଏହାର ଲକ୍ଷ୍ୟଭେଦି କ୍ଷମତା
- ଏଥିରେ ଚାରୋଟି କେ-୪ ମିସାଇଲ ମଧ୍ୟ ରହିଛି
- ଏହି ମିସାଇଲର ଲକ୍ଷ୍ୟଭେଦି କ୍ଷମତା ୩୫୦୦ କିଲୋମିଟର
- ବୁଡ଼ା ଜାହାଜରେ ରହିଛି ନ୍ୟୁକ୍ଲିଅର ରିଆକ୍ଟର
- ପରମାଣୁ ଇନ୍ଧନରେ ଏହା ଗତି କରିବାରେ ସକ୍ଷମ
- ପାଣି ଉପରେ ଏହାର ବେଗ ୨୮କି.ମି ଓ ପାଣି ଭିତରେ ବେଗ ୪୪ କି.ମି ରହିଛି
ଆଇଏନଏସ ଆରିଘାତରୁ କେ-୪ ମିସାଇଲର ସଫଳ ପରୀକ୍ଷଣ ଭାରତ ପାଇଁ ଆଣିଛି ବଡ଼ ସଫଳତା । ପରମାଣୁ କ୍ଷମତା ସମ୍ପର୍ଣ୍ଣ ଏହି ମିସାଇଲର ପରୀକ୍ଷଣ ପରେ ଏବେ ଭାରତକୁ ନାଲି ଆଖି ଦେଖାଇବା ପୂର୍ବରୁ ଶହେ ଥର ଚିନ୍ତା କରିବ ଡ୍ରାଗନ ।