କନକ ବ୍ୟୁରୋ : ଭାରତ ଓ କାନାଡା ବିବାଦ ଥମିବା ନା ନେଉନି । କ୍ଷମା ମାଗିବା ପରେ ବି ଭାରତକୁ ଭୟ ଦେଖାଇଛି କାନାଡା । ଏବେ ଭାରତକୁ ଶତ୍ରୁ ଦେଶ ତାଲିକାରେ ରଖିଛି କାନାଡା । କାନାଡାର ଜଷ୍ଟିନ ଟ୍ରୁଡୋ ସରକାର ପ୍ରଥମ ଥର ପାଇଁ ଏକ ସରକାରୀ ଡକ୍ୟୁମେଣ୍ଟରେ ଭାରତକୁ ‘ଶତ୍ରୁ ଦେଶ’ ତାଲିକାରେ ଅନ୍ତର୍ଭୁକ୍ତ କରିଛନ୍ତି ।

Advertisment

କାନାଡା ପାଇଁ ଜାତୀୟ ସାଇବର ଧମକ ମୂଲ୍ୟାଙ୍କନ ୨୦୨୫-୨୬ ରିପୋର୍ଟରେ ବିପଦ ଥିବା ଦେଶମାନଙ୍କ ତାଲିକାରେ ଭାରତକୁ ରଖାଯାଇଛି । ଏହି ରିପୋର୍ଟ କାନାଡାର ସାଇବର ସୁରକ୍ଷା କେନ୍ଦ୍ର ଦ୍ୱାରା ପ୍ରକାଶ ପାଇଛି । ଚାଇନା, ରୁଷିଆ, ଇରାନ ଏବଂ ଉତ୍ତର କୋରିଆ ସହିତ ଭାରତକୁ ‘ଶତ୍ରୁ ଦେଶ’ ଭାବରେ ତାଲିକାଭୁକ୍ତ କରାଯାଇଛି । ଏଥିରେ ଭାରତକୁ ପ୍ରତିଦ୍ୱନ୍ଦ୍ୱୀ ଦେଶ କୁହାଯାଇଛି ।

କାନାଡା ସହ ସମ୍ପର୍କ ତିକ୍ତତା ପରେ ଏବେ କାନାଡା ଭାରତକୁ ବଦନାମ କରିବାକୁ ପଛଘୁଞ୍ଚା ଦେଉନି । କାନାଡାର ଦାବି ଭାରତ ବିରୋଧୀ କାର୍ଯ୍ୟକଳାପର ପ୍ରମାଣ ରହିଛି । ଭାରତ ପ୍ରାୟୋଜିତ ସାଇବର ଧମକ ଦେବା ସହ ଗୁପ୍ତଚରଙ୍କ ସହାୟତା ନେଉଛି । କାନାଡାର ସାଇବର ସୁରକ୍ଷା କେନ୍ଦ୍ର ଦ୍ୱାରା ଏହି ରିପୋର୍ଟ ପ୍ରକାଶ କରାଯାଇଛି, ନିଜ୍ଜାର ହତ୍ୟା ମାମଲାରେ ‘ପର୍ସନ ଅଫ ଇଣ୍ଟ୍ରେଷ୍ଟ’ ଭାବରେ ଘୋଷଣା କରିଥିଲା କାନାଡା ସରକାର । ଏହା ପରେ ଭାରତ ୬ଜଣ କୂଟନୀତିଜ୍ଞଙ୍କୁ ସ୍ୱଦେଶ ଫେରାଇ ଆଣିଥିଲା ।

କିଛି ଦିନ ତଳେ କାନାଡାରେ ଶିଖ୍‌ ବିଚ୍ଛିନ୍ନତାବାଦୀ ନେତାମାନଙ୍କୁ ଟାର୍ଗେଟ କରିବା ପାଇଁ ହିଂସା, ଧମକ ଓ ଗୁଇନ୍ଦା ତଥ୍ୟ ସଂଗ୍ରହର ଏକ ଅଭିଯାନ ଚଳାଇବାକୁ ଭାରତର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହା ନିର୍ଦ୍ଦେଶ ଦେଇଥିବା ଓଟ୍ଟାୱା ପକ୍ଷରୁ କୁହାଯାଇଛି । ଏହା ଉପରେ ଜବାବ ରଖିଛି ଭାରତ । ଏମଇଏ ମୁଖପାତ୍ର ରଣଧୀର ଜୟସ୍ୱାଲ କହିଛନ୍ତି କାନାଡା ଜାଣିଶୁଣି ଭାରତକୁ ବଦନାମ କରିବାକୁ ଚାହୁଁଛି । କାନାଡାର ଅଭିଯୋଗ ଭିତ୍ତିହୀନ । କାନାଡା ଦେଇଥିବା ବୟାନ ଆଗକୁ ବଡ ରୂପ ନେବ ।

ଏମଇଏ ମୁଖପାତ୍ରଙ୍କ ପ୍ରେସମିଟ ପରେ ଏକଥା ସତଯେ ଆଗକୁ ଭାରତ କାନାଡା ବିବାଦ ବଡ ରୁପ ନେବ । ଖଲିସ୍ତାନୀଙ୍କ ଭୋଟ ବ୍ୟାଙ୍କ ପାଇଁ ଟ୍ରୁଡୋ ସରକାର ସେମାନଙ୍କ ଉପରେ କିଛି ବି ଆକ୍ସନ ନେଉନାହିଁ ବରଂ ଓଳଟା ଭାରତ ଉପରେ ଦୋଷ ଲଦୁଛି ।