କନକ ବ୍ୟୁରୋ : ଗତକାଲି ବାଂଲାଦେଶ ବିପକ୍ଷ ୨ ଟିକିଆ ଟେଷ୍ଟ ସିରିଜ ପାଇଁ ଭାରତର ୧୬ ଜଣିଆ ଟିମ୍ ଘୋଷଣା କରାଯାଇଛି । ରୋହିତଙ୍କ କ୍ୟାପ୍ଟେନସିପରେ ଫିଲ୍ଡକୁ ଓହ୍ଲାଇବ ଟିମ୍ ଇଣ୍ତିଆ । ହେଲେ ଟିମ୍ ଇଣ୍ତିଆର ଉପଅଧିନାୟକ କିଏ ହେବେ, ସେନେଇ ଏବେବି ସସପେନ୍ସ ଜାରି ରହିଛି । ପୂର୍ବରୁ ଜସପ୍ରୀତ ବୁମରା୍ ଟେଷ୍ଟ ଟିମର ଉପଅଧିନାୟକ ଦାୟିତ୍ୱ ତୁଲାଉଥିବା ବେଳେ ବର୍ତ୍ତମାନ ତାଙ୍କୁ ଦାୟିତ୍ୱ ନ ମିଳିବା ଏକ ପ୍ରକାର ପ୍ରଶ୍ନ ଠିଆ କରିଛି ।

Advertisment

ସେପ୍ଟେମ୍ବର ୧୯ରୁ ଟିମ୍ ଇଣ୍ତିଆ ଘରୋଇ ମାଟିରେ ଏହି ସିରିଜ ଖେଳିବ । ଟିମ ଇଣ୍ତିଆର ଷ୍ଟାର ଦ୍ରୁତ ବୋଲର ଯଶପ୍ରୀତ ବୁମରା୍ଙ୍କୁ ଏହି ସିରିଜରେ ବିଶ୍ରାମ ମିଳିବ ବୋଲି କୁହାଯାଉଥିଲେ ମଧ୍ୟ ବିସିସିଆଇ ତାଙ୍କୁ ଟିମରେ ସାମିଲ କରିଛି । ସେହିପରି ୱିକେଟ କିପର୍ ଋଷଭ ପନ୍ତ ମଧ୍ୟ ପ୍ରାୟ ୨୦ ମାସ ପରେ ରେଡ୍ ବଲ କ୍ରିକେଟକୁ ଫେରିଛନ୍ତି । ଦଳରେ କିଛି ବଡ଼ ନାଁ ରହିଥିବା ବେଳେ କିଛି ଚର୍ଚ୍ଚିତ ଖେଳାଳି ମଧ୍ୟ ବାଦ ପଡ଼ିଛନ୍ତି । ତେବେ ବାଂଲାଦେଶ ବିପକ୍ଷ ଟେଷ୍ଟ ପାଇଁ ବିସିସିଆଇ କାହାକୁ ଉପ ଅଧିନାୟକ ଭାବେ ଚୟନ ନ କରିବା ସବୁଠୁ ଚର୍ଚ୍ଚାର ବିଷୟ ପାଲଟିଛି ।

ଭାରତ ଶେଷଥର ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ସିରିଜ ଖେଳୁଥିବା ବେଳେ ଯଶପ୍ରୀତ ବୁମରା୍ ଉପଅଧିନାୟକ ଦାୟିତ୍ୱରେ ଥିଲେ । କିନ୍ତୁ ବାଂଲାଦେଶ ବିପକ୍ଷ ଟେଷ୍ଟ ଟିମରେ ବୁମରା୍ ସାମିଲ ହୋଇଥିଲ ହେଁ ତାଙ୍କୁ ଉପଅଧିନାୟକ ନ କରାଯିବା ଫ୍ୟାନ୍ସଙ୍କୁ ଦ୍ୱନ୍ଦ୍ୱରେ ପକାଇଛି । କ’ଣ ପାଇଁ ବୁମରା୍ଙ୍କୁ ଉପ ଅଧିନାୟକ କରାଗଲା ନାହିଁ ବୋଲି ମଧ୍ୟ ପ୍ରଶ୍ନ ଉଠିବା ଆରମ୍ଭ ହୋଇଛି ।

ବିସିସିଆଇ ପକ୍ଷରୁ ମଧ୍ୟ ଉପଅଧିନାୟକ ପଦକୁ ଖାଲି ରଖାଯିବା ସମ୍ପର୍କରେ କିଛି ବି କୁହାଯାଇନାହିଁ । ବାଂଲାଦେଶ ମ୍ୟାଚ ପୂର୍ବରୁ ଅଧିନାୟକ ରୋହିତ ଶର୍ମା ଓ ହେଡ୍ କୋଚ୍ ଗୌତମ ଗମ୍ଭୀର ପ୍ରେସମିଟ୍ କରିବେ । ସମ୍ଭବତଃ ସେହି ସମୟରେ ଉପଅଧିନାୟକ ପଦ ସମ୍ପର୍କରେ ସେମାନେ ଉତ୍ତର ରଖିପାରନ୍ତି ।