କନକ ବ୍ୟୁରୋ : ପ୍ୟାରିସ ପାରାଅଲମ୍ପିକ୍ସରେ ଭାରତ ଦେଖାଇଛି କମାଲ । ଜାରି ରହିଛି ମେଡାଲ ବର୍ଷା । ଚଳିତ ପାରାଅଲିମ୍ପିକ୍ସରେ ଭାରତ ସବୁଠାରୁ ଭଲ ପ୍ରଦର୍ଶନ କରଛି । ବର୍ତ୍ତମାନ ପର୍ଯ୍ୟନ୍ତ ଭାରତ ୨୦ ପଦକ ନିଜ ନାମରେ କରିଛି । ମଙ୍ଗଳବାର ଜାଭଲିନ, ହାଇଜମ୍ପ ଓ ୪୦୦ ମିଟର ଦୌଡ଼ରୁ ଦେଶକୁ ପଦକ ମିଳିଛି ।

ଗତ ଟୋକିଓ ପାରା ଅଲିମ୍ପିକ୍ସରେ ଭାରତ ମୋଟ ୧୯ଟି ପଦକ ଜିତିଥିବା ବେଳେ ପ୍ୟାରିସରେ ଷଷ୍ଠ ଦିନରେ ହିଁ ଏହି ରେକର୍ଡ ଭାଙ୍ଗିଯାଇଛି । ଏଥିସହ ମୋଟ ପଦକ ଜିତିବାରେ ଏହା ହେଉଛି ଭାରତର ସର୍ବକାଳୀନ ରେକର୍ଡ । ମଙ୍ଗଳବାର ୫ଟି ପଦକ ମିଳିଥିବା ବେଳେ ଏଥିରେ ରହିଛି ୨ଟି ରୌପ୍ୟ ଓ ୩ କାଂସ୍ୟ ।

ପ୍ରଥମେ ୪୦୦ ମିଟର ଦୌଡ଼ରୁ ଦେଶକୁ ପଦକ ମିଳିଥିଲା । ଦୀପ୍ତି ଜୀବନଜୀ ପଦାର୍ପଣ ମ୍ୟାଚରେ କାଂସ୍ୟ ପଦକ ଜିତିଥିଲେ । ଏହାପରେ ପୁରୁଷ ଉଚ୍ଚ ଡିଆଁରେ ଶରଦ କୁମାର ରୌପ୍ୟ ପଦକ ହାସଲ କରିଥିଲେ । ସେ ୧.୮୮ ମିଟର ଡେଇଁ ବ୍ୟକ୍ତିଗତ ରେକର୍ଡ କରିଛନ୍ତି । ସେହିପରି ମାରିୟାପାନ ଥଙ୍ଗାଭେଲୁ ୧.୮୫ ମିଟର ଡେଇଁ କାସ୍ୟ ପଦକ ଜିତିଥିବା ବେଳେ ଜାଭଲିନରେ ଦୁଇଟି ପଦକ ମିଳିଛି । ଅଜିତ ସିଂହଙ୍କୁ ରୌପ୍ୟ ଓ ସୁନ୍ଦର ସିଂହ କାଂସ୍ୟ ପଦକ ବିଜୟୀ ହୋଇଛନ୍ତି ।