କନକ ବ୍ୟୁରୋ : ଦେଶରେ ପ୍ରଥମ ମଙ୍କିପକ୍ସ ସଂକ୍ରମିତ ଚିହ୍ନଟ ସୂଚନା । ମଙ୍କିପକ୍ସ ବ୍ୟାପୁଥିବା ଦେଶରୁ ଏହି ରୋଗୀଭାରତକୁ ଫେରିଥିବା ସୂଚନା ରହିଛି। ଆକ୍ରାନ୍ତ ବ୍ୟକ୍ତି ଜଣକ ବିଦେଶରୁ ଆସିଥିବା ଜଣାପଡ଼ିଛି। ତେବେବ୍ୟକ୍ତି ଜଣକ ପୁରୁଷ ହୋଇଥିବା ସୂଚନା ମିଳିଛି। ତାଙ୍କ ଯାତ୍ରାର ସମ୍ପୂର୍ଣ୍ଣ ସୂଚନା ମିଳିଥିବାବେଳେ ବର୍ତ୍ତମାନ ସ୍ୱାସ୍ଥ୍ୟାବସ୍ଥା ଠିକ୍ ଥିବା ଜଣାପଡ଼ିଛି । ତାଙ୍କୁ ଆଇସୋଲେସନରେ ରଖାଯାଇଛି ।
ତେବେସେ କେଉଁଠାରୁ ଭାରତ ଫେରିଥିଲେ, ତାହା ସ୍ପଷ୍ଟ ହୋଇନାହିଁ। ବିଶ୍ୱସ୍ୱାସ୍ଥ୍ୟ ସଂଗଠନର ସୂଚନା ଅନୁସାର ୧୧୨ ଦେଶରେ ୯୬ହଜାରରୋଗୀ ଚିହ୍ନଟ ହୋଇସାରିଲାଣି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2rwQcqhRiDqeRzoEd5J5.jpg)