ବେଲାରୁଷରେ ବଡ଼ ଶକ୍ତିପ୍ରଦର୍ଶନ; ରୁଷ, ଇରାନ, ଭାରତ, ବେଲାରୁଷର ମିଳିତ ସମରଭ୍ୟାସ

Advertisment

ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଚିନ୍ତାକୁ ନେଇ ଆମେରିକା ସହ ଇରାନର ତିକ୍ତତା, ୟୁକ୍ରେନ ସହ ଯୁଦ୍ଧକୁ ନେଇ ରୁଷ ସହ ବିବାଦ, ଟାରିଫକୁ ନେଇ ଭାରତ ସହ ବିଗୁଡୁଥିବା ସମ୍ପର୍କ ଭିତରେ ଏବେ ବେଲାରୁଷରେ ମିଳିତ ଶକ୍ତିପ୍ରଦର୍ଶନ ଦେଖିବାକୁ ମିଳିଛି ।

ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଚିନ୍ତାକୁ ନେଇ ଆମେରିକା ସହ ଇରାନର ତିକ୍ତତା, ୟୁକ୍ରେନ ସହ ଯୁଦ୍ଧକୁ ନେଇ ରୁଷ ସହ ବିବାଦ, ଟାରିଫକୁ ନେଇ ଭାରତ ସହ ବିଗୁଡୁଥିବା ସମ୍ପର୍କ ଭିତରେ ଏବେ ବେଲାରୁଷରେ ମିଳିତ ଶକ୍ତିପ୍ରଦର୍ଶନ ଦେଖିବାକୁ ମିଳିଛି ।

India joins Russia-Belarus drills

Photograph: (Kanak News)

କନକ ବ୍ୟୁରୋ : ଭାରତ, ରୁଷ, ଇରାନ ଓ ବେଲାରୁଷର ମିଳିତ ଶକ୍ତିପ୍ରଦର୍ଶନ । ତିନୋଟି ଆମେରିକା ବିରୋଧୀ ଦେଶମାନଙ୍କ ସହ ଏକାଠି ମିଶି ଯୁଦ୍ଧାଭ୍ୟାସ କରିଛି ଭାରତ । ଏହା ଆମେରିକାର ଦବଦବା ପ୍ରତି ଏକ କଡ଼ା ଜବାବ ବୋଲି କୁହାଯାଉଛି ।

ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଚିନ୍ତାକୁ ନେଇ ଆମେରିକା ସହ ଇରାନର ତିକ୍ତତା, ୟୁକ୍ରେନ ସହ ଯୁଦ୍ଧକୁ ନେଇ ରୁଷ ସହ ବିବାଦ, ଟାରିଫକୁ ନେଇ ଭାରତ ସହ ବିଗୁଡୁଥିବା ସମ୍ପର୍କ ଭିତରେ ଏବେ ବେଲାରୁଷରେ ମିଳିତ ଶକ୍ତିପ୍ରଦର୍ଶନ ଦେଖିବାକୁ ମିଳିଛି । ଭାରତ, ରୁଷ, ବେଲାରୁଷ ଏବଂ ଇରାନ କରିଛନ୍ତି ମିଳିତ ସମରଭ୍ୟାସ ଜପାଡ-୨୦୨୫ । ଯାହାର ନେତୃତ୍ୱ ନେଉଛି ରୁଷ । ସବୁଠୁ ବଡ଼ କଥା ହେଉଛି ସାମରିକ ପୋଷାକ ପିନ୍ଧି ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଯୁଦ୍ଧାଭ୍ୟାସସ୍ଥଳରେ ପହଞ୍ଚିଲେ ଓ ସୈନିକଙ୍କ ମନୋବଳ ବଢାଇଥିଲେ ।

ସୂଚନା ଅନୁସାରେ ବେଲାରୁଷ ସମରାଭ୍ୟାସରେ ଏକ ଲକ୍ଷ ସୈନିକଙ୍କ ଅଂଶଗ୍ରହଣ କରିଛନ୍ତି । ପରମାଣୁ ବୋମା, ବିସ୍ଫୋରଣକାରୀ ଯୁଦ୍ଧାସ୍ତ୍ର ପ୍ରଦର୍ଶନ । ୩୩୩ ଯୁଦ୍ଧ ଜାହାଜ, ଶକ୍ତିଶାଳୀ ତୋପ । ୨୪୬ ନୌସେନା ଜାହାଜ ସାମିଲ ହୋଇଛନ୍ତି । ସମ୍ଭାବ୍ୟ ମୁକାବିଲା ପାଇଁ ପ୍ରତିରକ୍ଷା ପ୍ରଣାଳୀକୁ ମଜଭୁତ କରୁଛି ରୁଷ ।ୟୁକ୍ରେନ ସହ ଯୁଦ୍ଧ ଭିତରେ ପ୍ରଥମଥର ପାଇଁ ବିଶାଳ ଯୁଦ୍ଧାଭ୍ୟାସ କରୁଛି । ଭାରତର ଲକ୍ଷ୍ୟ, ରୁଷ ସହିତ ସହଯୋଗ ଏବଂ ପାରସ୍ପରିକ ବିଶ୍ୱାସକୁ ସୁଦୃଢ଼ କରିବା । ଆମେରିକା ସହ ମୁକାବିଲା ପାଇଁ ଭାରତ-ରୁଷର ନିକଟତର ହେଉଛି ଇରାନ । ବିରୋଧୀ ଦେଶଙ୍କ ମିଳିତ ଯୁଦ୍ଧାଭ୍ୟାସ, ଆମେରିକାକୁ ଚିନ୍ତାରେ ପକାଇପାରେ ।

ଯେବେଠୁ ଦ୍ୱିତୀୟଥର ପାଇଁ ଆମେରିକାର ରାଷ୍ଟ୍ରପତି ଭାବେ ଡୋନାଲ୍ଡ ଟ୍ରମ୍ପ ଶପଥ ନେଇଛନ୍ତି ସେବେଠୁ ତାଙ୍କ ବୟାନ, ନିଷ୍ପତ୍ତି ସାରା ବିଶ୍ୱକୁ ଚିନ୍ତାରେ ପକାଉଛି । ଟାରିଫ ହେଉ କି ଯୁଦ୍ଧ । ଟ୍ରମ୍ପଙ୍କ ବୟାନ, ମଧ୍ୟସ୍ଥତା ଓ ସର୍ତ୍ତକୁ ନେଇ ବିବାଦ ଦେଖାଦେଇଛି । ଏପରିକି ଅନେକ ବଡ଼ ଦେଶ ସହ ସମ୍ପର୍କ ମଧ୍ୟ ଖରାପ କରିଛି ଆମେରିକା । ଏହା ଭିତରେ ଏହି ୪ ଦେଶ ସାମରିକ କ୍ଷେତ୍ରରେ ଏକାଠି ହେବା, ମିଳିତ ଯୁଦ୍ଧାଭ୍ୟାସ କରିବା ଆମେରିକା ପାଇଁ ଏକ କଡ଼ା ଜବାବ, ବଡ଼ ଆହ୍ୱାନ ହୋଇପାରେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe