କନକ ବ୍ୟୁରୋ : ପାକିସ୍ତାନ ବର୍ଷ ବର୍ଷ ଧରି ଭାରତୀୟ ଜଳକୁ ଉପଭୋଗ କରିଆସୁଥିଲା, କିନ୍ତୁ ବର୍ତ୍ତମାନ ଏହି ଦିନ ପରିବର୍ତ୍ତନ ହେବାକୁ ଯାଉଛି । ଭାରତ ସରକାର ପାକିସ୍ତାନକୁ ଏକ ନୋଟିସ ପଠାଇ ଜଳ ଚୁକ୍ତିରେ ପରିବର୍ତ୍ତନ ଆଣିବାକୁ ଦାବି କରିଛନ୍ତି ।
ସରକାରଙ୍କ ସହ ଜଡିତ ଶୀର୍ଷ ସୂତ୍ରରୁ ପ୍ରକାଶ ଯେ, ପାକିସ୍ତାନକୁ ଦିଆଯାଇଥିବା ବିଜ୍ଞପ୍ତିରେ କୁହାଯାଇଛି ଯେ ଆଜିର ପରିସ୍ଥିତିରେ ସମାନ ଚୁକ୍ତିନାମା ବଜାୟ ରଖିବା ସମ୍ଭବ ନୁହେଁ, ତେଣୁ ଏହାକୁ ପରିବର୍ତ୍ତନ କରିବାର ଆବଶ୍ୟକତା ରହିଛି । ଭାରତ ମଧ୍ୟ ଏହାର ବିଜ୍ଞପ୍ତିରେ କହିଛି ବଦଳିବ ‘ସିନ୍ଧୁ ଜଳ ସନ୍ଧି’!
ଅଗଷ୍ଟ ୩୦ରେ ଭାରତ ଏହି ବିଜ୍ଞପ୍ତି ପଠାଇଛି । ବିଜ୍ଞପ୍ତିରେ କୁହାଯାଇଛି ଭାରତ ସ୍ୱଚ୍ଛ ଶକ୍ତି ଆଡକୁ ଗତି କରୁଛି । ଭାରତ ଚୁକ୍ତିରେ ପରିବର୍ତ୍ତନକୁ ବିଚାର କରୁଛି । ପାକିସ୍ତାନ ଭାରତର ଉଦାରତାର ଲାଭ ଉଠାଉଛି । ଏଭଳି ପରିସ୍ଥିତିରେ ଏହି ଚୁକ୍ତିନାମାକୁ ପୁନର୍ବାର ଚିନ୍ତା କରିବାକୁ ବିଚାର କରାଯାଉଛି । ୧୯୬୦ରେ ଭାରତ ଏବଂ ପାକିସ୍ଥାନ ମଧ୍ୟରେ ସିନ୍ଧୁ ଜଳ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଥିଲା ।