କନକ ବ୍ୟୁରୋ : ଗଲୱାନ ଘାଟିରେ ଚୀନ– ଭାରତ ମୁହାଁମୁହିଁ ହେବାର ୫ ବର୍ଷ ପରେ ଏବେ ଦୁଇଦେଶ ଏକାଠି ହେବାକୁ ଯାଉଛନ୍ତି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଟାରିଫ୍ ଦ୍ୱାରା ବିଶ୍ୱରେ ସୃଷ୍ଟି ହୋଇଥିବା ବିଶୃଙ୍ଖଳାରୁ ମୁକାବାଲା ପାଇଁ ହାତ ମିଳାଇଛନ୍ତି ଭାରତ ଓ ଚୀନ । ସୋମବାରଠାରୁ ଦୁଇଦିନିଆ ଭାରତ ଗସ୍ତରେ ଆସିଥିବା ଚୀନ ବୈଦେଶିକ ବ୍ୟାପାର ମନ୍ତ୍ରୀ ୱାଙ୍ଗ୍ ୟି ଏୱଂ ଭାରତର ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କରଙ୍କ ମଧ୍ୟରେ ଏସଂପର୍କରେ ବିସ୍ତୃତ ଆଲୋଚନା ହୋଇଛି । ଦ୍ୱିପାକ୍ଷିକ ସମ୍ପର୍କ, ଅର୍ଥନୀତି, ବାଣିଜ୍ୟ, ତୀର୍ଥଯାତ୍ରା, ନଦୀତଥ୍ୟ ଆଦାନ ପ୍ରଦାନ, ଯୋଗାଯୋଗ ଓ ଅନ୍ୟ ପ୍ରସଙ୍ଗରେ ମଧ୍ୟ ୱାଙ୍ଗ୍ ୟିଙ୍କ ସହିତ ଜୟସଙ୍କର ଆଲୋଚନା କରିଛନ୍ତି । ଭାରତକୁ ବିରଳ ମୃତ୍ତିକା, ସାର ଓ ସୁଡ଼ଙ୍ଗ ଖୋଳିବା ମେସିନ ଯୋଗାଇଦେବାକୁ ଚୀନ ପ୍ରତିଶ୍ରୁତି ଦେଇଛି । ମତଭେଦ କିମ୍ୱା ପ୍ରତିଯୋଗିତା ବିବାଦରେ ପରିଣତ ହେବା ଉଚିତ ନୁହେଁ ବୋଲି ଜୟଶଙ୍କର କହିଛନ୍ତି । ଚୀନ ବୈଦେଶିକ ମନ୍ତ୍ରୀ ୱାଙ୍ଗ୍ ୟିଙ୍କ ସହିତ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ଜାରି ରହିଛି ।
ଭାରତ- ଚୀନ ପୁଣି ଭାଇଭାଇ
ହାତ ମିଶାଇବାକୁ ଯାଉଛନ୍ତି ଭାରତ-ଚୀନ
ଟ୍ରମ୍ପଙ୍କ ଟାରିଫର ମୁକାବିଲା କରିବେ ଦୁଇଦେଶ
ଚୀନ ବୈଦେଶିକ ମନ୍ତ୍ରୀ ୱାଙ୍ଗ୍ ୟି- ଜୟଶଙ୍କର ଆଲୋଚନା
ବିରଳ ମୃତ୍ତିକା, ସାର ଓ ସୁଡ଼ଙ୍ଗ ଖୋଳିବା ମେସିନ ଦେବ ଚୀନ
ଭାରତର ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କରଙ୍କ ସୂଚନା
କାଲିଠାରୁ ଦୁଇଦିନିଆ ଭାରତ ଗସ୍ତରେ ଆସିଛନ୍ତି ୱାଙ୍ଗ୍ ୟି
ଦ୍ୱିପାକ୍ଷିକ ସମ୍ପର୍କ, ଅର୍ଥନୀତି, ବାଣିଜ୍ୟ, ତୀର୍ଥଯାତ୍ରା ଉପରେ ଆଲୋଚନା
ନଦୀ ତଥ୍ୟ ଆଦାନ ପ୍ରଦାନ, ଯୋଗାଯୋଗ ଓ ଅନ୍ୟ ପ୍ରସଙ୍ଗରେ ଆଲୋଚନା
ମତଭେଦ କି ପ୍ରତିଯୋଗିତା ବିବାଦରେ ପରିଣତ ହେବା ଉଚିତ ନୁହେଁ : ଜୟଶଙ୍କର
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t084759337z-8e80dfc5-7f9d-489e-bfa6-474877a37c58-2025-12-17-14-17-59.jpg)
/kanak/media/media_files/2025/08/19/61-2025-08-19-15-05-28.jpg)