କନକ ବ୍ୟୁରୋ : ଫାଇନାଲ୍ରେ ଚୀନ୍କୁ ୧-୦ ଗୋଲ୍ରେ ହରାଇ ଏସିଆନ୍ ଚାମ୍ପିଅନ୍ସ ଟ୍ରଫି ଜିତିଲା ଭାରତ । ପଞ୍ଚମ ଥର ପାଇଁ ଟାଇଟଲ୍ ଜିତିଲା ଭାରତୀୟ ହକି ଦଳ । ଫାଇନାଲ ମ୍ୟାଚର ଚତୁର୍ଥ କ୍ୱାଟରରେ ଯୁଗରାଜ ସିଂଙ୍କ ଗୋଲ ବଳରେ ଚୀନକୁ ହରାଇ ରରେକର୍ଡ କରିଛି ଭାରତୀୟ ହକି ଟିମ୍ ।
ଏସିଆନ୍ ଚାମ୍ପିଅନ୍ସ ଟ୍ରଫି ଟୁର୍ଣ୍ଣାମମେଣ୍ଟରେ ଭାରତର ସର୍ବଶ୍ରେଷ୍ଠ ପ୍ରଦର୍ଶନ ରହିଥିଲା । ଟୁର୍ଣ୍ଣାମେଣ୍ଟରେ ଭାରତ ବିପକ୍ଷ ଦଳକୁ ୨୬ଟି ଗୋଲ୍ ଦେଇଥିବା ବେଳେ ମାତ୍ର ୫ଟି ଗୋଲ୍ ଖାଇଛନ୍ତି । ଭାରତ ସେମିଫାଇନାଲରେ କୋରିଆକୁ ୪-୧ ରେ ପରାସ୍ତ କରି ଫଆଇନାଲରେ ସ୍ଥାନ ପକ୍କା କରିଥିଲା । କ୍ୟାପ୍ଟେନ୍ ହରମନପ୍ରୀତ ସିଂଙ୍କ ଟୁର୍ଣ୍ଣାମେଣ୍ଟରେ ମୋଟ ୭ଟି ଗୋଲ୍ କରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/1VX4gKNkR28CSkvtfok7.jpg)