କନକ ବ୍ୟୁରୋ : ନୂଆଦିଲ୍ଲୀରେ ଭାରତ– ଆମେରିକା ମଧ୍ୟରେ ବାଣିଜ୍ୟ ଆଲୋଚନା ଉପରେ ଟ୍ରମ୍ପଙ୍କ ବାଣିଜ୍ୟ ପରାମର୍ଶଦାତା ପିଟର ନାଭାରେ ଏହି ପ୍ରସଙ୍ଗରେ ପ୍ରତକ୍ରିୟା ଦେଇଛନ୍ତି । କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ସମାଧାନମୂଳକ, ସୁନ୍ଦର ଓ ଗଠନମୂଳକ ଟ୍ୱିଟ୍ କରିଥିଲେ । ନା ଜାରି ରଖିଛଟ୍ରମ୍ପ ଏହାର ଜବାବ ଦେଇଛନ୍ତି । ଦେଖିବାର କଥା, ଆଲୋଚନା କେଉଁ ଦିଗକୁ ଯାଉଛି । ଗତ ସପ୍ତାହରେ, ଟ୍ରମ୍ପ କହିଥିଲେ ଯେ ଭାରତ ଏବଂ ଆମେରିକା ବାଣିଜ୍ୟ ପ୍ରତିବନ୍ଧକ ଦୂର କରିବା ପାଇଁ ଆଲୋଚନ୍ତି । ଏକ ସଫଳ ନିଷ୍କର୍ଷରେ ପହଞ୍ଚିବାରେ ଉଭୟ ଦେଶ ପାଇଁ ଅସୁବିଧା ହେବ ନାହିଁ ବୋଲି ଟ୍ରମ୍ପ କହିଥିଲେ ବୋଲି ନାଭାରୋ ଦୋହରାଇଛନ୍ତି ।
ଭାରତ- ଆମେରିକା ବାଣିଜ୍ୟ ଆଲୋଚନା
ପ୍ରତିକ୍ରିୟା ରଖିଲେ ଟ୍ରମ୍ପଙ୍କ ବାଣିଜ୍ୟ ପରାମର୍ଶଦାତା ପିଟର ନାଭାରୋ
ମୋଦୀ ସମାଧାନମୂଳକ, ସୁନ୍ଦର ଓ ଗଠନମୂଳକ ଟ୍ୱିଟ୍ କରିଥିଲେ
ଟ୍ରମ୍ପ ଏହାର ସକାରାତ୍ମକ ଜବାବ ଦେଇଛନ୍ତି
ଦେଖିବାର କଥା, ଆଲୋଚନା କେଉଁ ଦିଗକୁ ଯାଉଛି
ବାଣିଜ୍ୟ ପ୍ରତିବନ୍ଧକ ଦୂର ପାଇଁ ଆଲୋଚନା ଜାରି
ସଫଳ ନିଷ୍କର୍ଷରେ ପହଞ୍ଚିବାରେ ଅସୁବିଧା ହେବ ନାହିଁ