କାନପୁରରେ ରେକର୍ଡ ବର୍ଷା; ଟେଷ୍ଟରେ ଦେଖିବାକୁ ମିଳିଲା ଟି-ଟ୍ୱେଣ୍ଟି ଅନ୍ଦାଜରେ ବ୍ୟାଟିଂ

Advertisment

କାନପୁରରେ ଖେଳାଯାଉଥିବା ଭାରତ ଓ ବାଂଲାଦେଶ ମଧ୍ୟରେ ଦ୍ୱିତୀୟ ଟେଷ୍ଟ ମ୍ୟାଚର ଚତୁର୍ଥ ଦିନରେ ରେକର୍ଡ କରିଛି ଭାରତ । ବାଂଲାଦେଶ ପ୍ରଥମ ଇନିଂସରେ ୨୩୩ ରନରେ ଅଲ-ଆଉଟ ହେଇଥିଲା ।

କାନପୁରରେ ଖେଳାଯାଉଥିବା ଭାରତ ଓ ବାଂଲାଦେଶ ମଧ୍ୟରେ ଦ୍ୱିତୀୟ ଟେଷ୍ଟ ମ୍ୟାଚର ଚତୁର୍ଥ ଦିନରେ ରେକର୍ଡ କରିଛି ଭାରତ । ବାଂଲାଦେଶ ପ୍ରଥମ ଇନିଂସରେ ୨୩୩ ରନରେ ଅଲ-ଆଉଟ ହେଇଥିଲା ।

Ind vs Ban Test

କନକ ବ୍ୟୁରୋ : ଚର୍ଚ୍ଚାରେ କାନପୁର ଟେଷ୍ଟରେ ଭାରତର ବ୍ୟାଟିଂ । ଟେଷ୍ଟ ମ୍ୟାଚରେ ଟି-୨୦ ଭଳି ଖେଳିଲେ ଭାରତୀୟ ବ୍ୟାଟର । ବ୍ୟାଟିଂରେ ଯୋଡି ହେଲା ୫ ନୂଆ ରେକର୍ଡ   ସବୁଠୁ ଶଘ୍ର ୨୭ ହଜାର ରନ କରିବାରେ ବିରାଟ କୋହଲିଙ୍କ ନୂଆ ରେକର୍ଡ । ଟେଷ୍ଟ ଇତିହାସରେ ସବୁଠୁ ଫାଷ୍ଟେଷ୍ଟ୍ ଅର୍ଦ୍ଧଶତକ, ଶତକ, ୧୫୦ ରନ, ୨୦୦ ରନ କରିବାରେ ଟିମ ଇଣ୍ଡିଆର ରେକର୍ଡ କରିଛି ।

କାନପୁରରେ ଖେଳାଯାଉଥିବା ଭାରତ ଓ ବାଂଲାଦେଶ ମଧ୍ୟରେ ଦ୍ୱିତୀୟ ଟେଷ୍ଟ ମ୍ୟାଚର ଚତୁର୍ଥ ଦିନରେ ଏସବୁ ରେକର୍ଡ କରିଛି ଭାରତ । ବାଂଲାଦେଶ ପ୍ରଥମ ଇନିଂସରେ ୨୩୩ ରନରେ ଅଲ-ଆଉଟ ହେଇଥିଲା । ଆଉ ଯେତେବେଳେ ଭାରତ ବ୍ୟାଟିଂ କରୁଥିଲା ସେ ସମୟରେ ଲାଗୁଥିଲା ଯେମିତି ଏହା ଟେଷ୍ଟ ନୁହେଁ ସତେ ଯେମିତି ଟି-୨୦ ମ୍ୟାଚ ଖେଳାଯାଉଛି ।

ରୋହିତ ,ଜୟସ୍ୱାଲ ଆରମ୍ବରୁ ଆଟାକିଂ ଖେଳିଥିଲେ । ମଧ୍ୟକ୍ରମରେ ବିରାଟ ଓ ରାହୁଲ ମଧ୍ୟ ବାଂଲା ବୋଲରଙ୍କ ଉପରେ ଭାରି ପଡିଥିଲେ । ଟେଷ୍ଟରେ ସବୁଠୁ କମ ବଲରେ ୫୦,୧୦୦,୧୫୦,୨୦୦ ଓ ୨୫୦ ରନ କରିବାରେ  ରେକର୍ଡ ହାସଲ କରିଛି ଟିମ୍ ଇଣ୍ଡିଆ । ଅର୍ନ୍ତଜାତୀୟ କ୍ରିକେଟରେ ସବୁଠୁ କମ ମ୍ୟାଚ ଖେଳି ୨୭ ହଜାର  ରନ କରିବାର ମାଇଲଖୁଣ୍ଟ ଅତିକ୍ରମ କରିଛନ୍ତି କିଙ୍ଗ କୋହଲି । ସେହିପରି ଟେଷ୍ଟରେ ୩୦୦ ୱିକେଟ କ୍ଲବରେ ସାମିଲ ହେଲେ ରବିନ୍ଦ୍ର ଜାଡେଜା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe