କନକ ବ୍ୟୁରୋ : ଚର୍ଚ୍ଚାରେକାନପୁର ଟେଷ୍ଟରେ ଭାରତର ବ୍ୟାଟିଂ। ଟେଷ୍ଟ ମ୍ୟାଚରେ ଟି-୨୦ ଭଳି ଖେଳିଲେ ଭାରତୀୟ ବ୍ୟାଟର। ବ୍ୟାଟିଂରେଯୋଡି ହେଲା ୫ ନୂଆ ରେକର୍ଡ।ସବୁଠୁ ଶୀଘ୍ର ୨୭ ହଜାରରନ କରିବାରେ ବିରାଟ କୋହଲିଙ୍କ ନୂଆ ରେକର୍ଡ ।ଟେଷ୍ଟଇତିହାସରେ ସବୁଠୁ ଫାଷ୍ଟେଷ୍ଟ୍ ଅର୍ଦ୍ଧଶତକ, ଶତକ, ୧୫୦ ରନ, ୨୦୦ ରନ କରିବାରେ ଟିମ ଇଣ୍ଡିଆର ରେକର୍ଡକରିଛି ।
କାନପୁରରେ ଖେଳାଯାଉଥିବା ଭାରତ ଓ ବାଂଲାଦେଶ ମଧ୍ୟରେ ଦ୍ୱିତୀୟ ଟେଷ୍ଟ ମ୍ୟାଚର ଚତୁର୍ଥ ଦିନରେଏସବୁ ରେକର୍ଡ କରିଛି ଭାରତ । ବାଂଲାଦେଶ ପ୍ରଥମ ଇନିଂସରେ ୨୩୩ ରନରେ ଅଲ-ଆଉଟ ହେଇଥିଲା । ଆଉ ଯେତେବେଳେଭାରତ ବ୍ୟାଟିଂ କରୁଥିଲା ସେ ସମୟରେ ଲାଗୁଥିଲା ଯେମିତି ଏହା ଟେଷ୍ଟ ନୁହେଁ ସତେ ଯେମିତି ଟି-୨୦ ମ୍ୟାଚଖେଳାଯାଉଛି ।
ରୋହିତ ,ଜୟସ୍ୱାଲ ଆରମ୍ବରୁ ଆଟାକିଂ ଖେଳିଥିଲେ । ମଧ୍ୟକ୍ରମରେ ବିରାଟ ଓ ରାହୁଲ ମଧ୍ୟବାଂଲା ବୋଲରଙ୍କ ଉପରେ ଭାରି ପଡିଥିଲେ । ଟେଷ୍ଟରେ ସବୁଠୁ କମ ବଲରେ ୫୦,୧୦୦,୧୫୦,୨୦୦ ଓ ୨୫୦ ରନକରିବାରେରେକର୍ଡ ହାସଲ କରିଛି ଟିମ୍ ଇଣ୍ଡିଆ । ଅର୍ନ୍ତଜାତୀୟକ୍ରିକେଟରେ ସବୁଠୁ କମ ମ୍ୟାଚ ଖେଳି ୨୭ ହଜାରରନକରିବାର ମାଇଲଖୁଣ୍ଟ ଅତିକ୍ରମ କରିଛନ୍ତି କିଙ୍ଗ କୋହଲି । ସେହିପରି ଟେଷ୍ଟରେ ୩୦୦ ୱିକେଟ କ୍ଲବରେ ସାମିଲହେଲେ ରବିନ୍ଦ୍ର ଜାଡେଜା ।