କନକ ବ୍ୟୁରୋ : ସଂଶୋଧିତ ଆୟକର ବିଲ୍ -୨୦୨୫ ଲୋକସଭାରେ ଗୃହୀତ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ଏହି ବିଲ୍ ଆଗତ କରିଥିଲେ । ପରେ ଏହା ଗୃହୀତ ହୋଇଛି । ଷାଠିଏ ଦଶକର ଆୟକର ବିଲକୁ ସଂଶୋଧନ କରି ଗତ ଫେବ୍ରୁଆରି ମାସରେ ଗୃହରେ ଆଗତ କରାଯାଇଥିଲା । ପୁଣି ଏଥିରେ କିଛି ସଂଶୋଧନ ପାଇଁ ଗତ ଶୁକ୍ରବାର ସରକାର ପ୍ରତ୍ୟାହାର କରି ନେଇଥିଲେ ।
ସିଲେକ୍ଟ କମିଟିର ସୁପାରିସ ଅନୁସାରେ ସଂଶୋଧନ କରି ଲୋକସଭାରେ ଆଗତ ପରେ ବିଲ୍ ଗୃହୀତ ହୋଇଛି । ନୂଆ ବିଲରେ ଆୟକର ବ୍ୟବସ୍ଥାକୁ ସରଳ କରାଯାଇଛି । ବହୁ ପ୍ରତୀକ୍ଷିତ ଜାତୀୟ କ୍ରୀଡ଼ା ବିଲ୍ ମଧ୍ୟ ଲୋକସଭାରେ ପାସ୍ ହୋଇଛି । କ୍ରୀଡ଼ାମନ୍ତ୍ରୀ ମନସୁଖ ମାଣ୍ଡବୀୟ ବିଲ୍ ଆଗତ କରି କହିଥିଲେ ଯେ ସ୍ୱାଧୀନତା ପରେ ଦେଶର କ୍ରୀଡ଼ାକ୍ଷେତ୍ରରେ ବଡ଼ ସଂସ୍କାର ଅଣାଯାଇଛି । ହଟ୍ଟଗୋଳ ଭିତରେ ଆଣ୍ଟି ଡୋପିଙ୍ଗ୍ ସଂଶୋଧନ ବିଲ ଉପରେ ମଧ୍ୟ ମୋହର ମାରିଛି ଲୋକସଭା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2025/08/11/income-tax-bill-2025-2025-08-11-20-36-46.jpg)