କନକ ବ୍ୟୁରୋ: ସକାଳେ ବିଜେପି ପାଇଁ ମାଗୁଥିଲେ ଭୋଟ, ଅପରାହ୍ନରେ କଂଗ୍ରେସରେ ହେଲେ ସାମିଲ। ଚର୍ଚ୍ଚାରେ ହରିଆଣାର ନେତା ଅଶୋକ ତନୱାର। କଂଗ୍ରେସ ଛାଡିବା ପରେ ତିନି ଦଳ ବଦଳାଇବା ପରେ ପୁଣି କଂଗ୍ରେସକୁ ଫେରିଛନ୍ତି। ହରିଆଣା ନିର୍ବାଚନକୁ ଦୁଇ ଦିନ ବାକିଥିବା ବେଳେ ରାହୁଲ ଗାନ୍ଧୀଙ୍କ ଉପସ୍ଥିତିରେ ଦଳରେ ମିଶିଛନ୍ତି। ଅଶୋକ ତନୱର ହରିୟାଣା କଂଗ୍ରେସର ପ୍ରଥମ ସଭାପତି ଥିଲେ। ଏହା ପରେ ରାହୁଲ ଗାନ୍ଧୀ ଏବଂ ଭୁପେନ୍ଦ୍ର ସିଂ ହୁଡାଙ୍କ ବିରୋଧରେ ଅଭିଯୋଗ ଆଣି ସେ ତ୍ରୁଣମୂଳ କଂଗ୍ରେସରେ ଯୋଗ ଦେଇଥିଲେ । ପରେ ଆମ ଆଦମୀ ପାର୍ଟିରେ ଯୋଗ ଦେଇଥିଲେ, ଏହା ପରେ ସେ ଭାଜପାରେ ଯୋଗ ଦେଇଥିଲେ। ୨୦୨୪ ଲୋକ ସଭା ନିର୍ବାଚନରେ ସେ କୁମାରୀ ଶୈଳଜାଙ୍କ ବିରୋଧରେ ସିରସାରୁ ଭାଜପା ଟିକେଟରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ତେବେ ତାଙ୍କୁ ପରାଜୟର ସାମ୍ନା କରିବାକୁ ପଡିଥିଲା। ଅକ୍ଟୋବର ୫ରେ ହରିୟାଣାର ୯୦ଟି ଆସନରେ ଏକକାଳୀନ ଭୋଟିଂ ହେବ । ଭୋଟ ଦେବାର ଦୁଇ ଦିନ ପୂର୍ବରୁ ଅଶୋକ ତନୱାର କଂଗ୍ରେସରେ ଯୋଗଦେବା ବିଜେପି ପାଇଁ ଚିନ୍ତା ବଢାଇଛି । ପ୍ରଚାର ପାଇଁ ଆଜି ହେଉଛି ଶେଷ ଦିନ,ସଂଧ୍ୟା ୬ଟା ପରେ ପ୍ରଚାର ବନ୍ଦ ହେବ ।
ସକାଳେ ବିଜେପି ପାଇଁ ମାଗୁଥିଲେ ଭୋଟ, ଅପରାହ୍ନରେ କଂଗ୍ରେସରେ ହେଲେ ସାମିଲ: ଚର୍ଚ୍ଚାରେ ହରିଆଣାର ନେତା ଅଶୋକ ତନୱାର
Advertisment
Follow Us