କନକ ବ୍ୟୁରୋ : ପ୍ୟାରିସ୍ ଅଲିମ୍ପିକ୍ସ ୨୦୨୪ରେ ଆଲଜେରିଆର ମୁଷ୍ଟିଯୋଦ୍ଧା ଇମାନେ ଖେଲିଫ ସ୍ୱର୍ଣ୍ଣ ପଦକ ଜିତି ଚର୍ଚ୍ଚାରେ ରହିଥିଲେ । ମହିଳା ବର୍ଗରେ ଆଲଜେରିଆର ଏହି ବକ୍ସର ସ୍ୱର୍ଣ୍ଣ ପଦକ ଜିତିଥିଲେ । ଅଲିମ୍ପିକ୍ସ ସମୟରେ ଇମାନେଙ୍କ ଲିଙ୍ଗକୁ ନେଇ ବିବାଦ ଦେଖାଦେଇଥିଲା ।

Advertisment

ଅଲିମ୍ପିକ୍ସ ସମୟରେ ଇମାନେଙ୍କୁ ନେଇ ଅନେକ ତର୍କ ବିତର୍କ ଲାଗି ରହିଥିଲା । କାରଣ କଥା ଉଠିଥିଲା ସେ ପୁରୁଷ ବୋଲି କିନ୍ତୁ ଅଲିମ୍ପିକ୍ସ ତାଙ୍କୁ ମ୍ୟାଚ ଖେଳିବାକୁ ଅନୁମତି ପ୍ରଦାନ କରିଥିଲା । ଏବେ କିନ୍ତୁ ଇମାନେଙ୍କୁ ନେଇ ପୁଣିଥରେ ଚର୍ଚ୍ଚା ବଢିଛି । କୁହାଯାଉଛି ଇମାନେଙ୍କ ମେଡିକାଲ ରିପୋର୍ଟ ଲିକ୍ ହୋଇଛି ଆଉ ରିପୋର୍ଟରେ ଉଲ୍ଲେଖ ରହିଛି ଇମାନେଙ୍କ ଶରୀରରେ ପୁରୁଷଙ୍କ ଭଳି ଅନେକ ଅଙ୍ଗ ରହିଛି ।

ମେଡିକାଲ ରିପୋର୍ଟରେ ଇମାନେଙ୍କ ରିପୋର୍ଟରେ ପୁରୁଷଙ୍କ ହରମୋନ ରହିଛି । ଏହା ପ୍ରଥମ ଥର ନୁହେଁ ଯେ ଇମାନେ ଖଲିଫଙ୍କ ଲିଙ୍ଗକୁ ନେଇ ପ୍ରଶ୍ନ ଉଠିଛି, ଏହା ପୂର୍ବରୁ ୨୦୨୩ ଇଣ୍ଟରନ୍ୟାସନାଲରେ ମ୍ୟାଚରେ ମଧ୍ୟ ଏପରି ବିବାଦରେ ଛନ୍ଦି ହୋଇଥିଲେ ଇମାନେ ।