ICICI Bank Photograph: (Kanak News)
କନକ ବ୍ୟୁରୋ: ଆଇସିଆସିଆଇ ବ୍ୟାଙ୍କ୍ର ନିୟମକୁ ନେଇ ପୂରା ଦେଶରେ ଚର୍ଚ୍ଚା ଚାଲିଥିଲା । କାରଣ ବ୍ୟାଙ୍କ ନିୟମ କରିଥିଲା କି ଏଣିକି ଆକାଉଣ୍ଟରେ ସର୍ବନିମ୍ନ ୫୦ ହଜାର ଟଙ୍କା ରଖିବାକୁ ପଡ଼ିବ । ହଠାତ୍ ନିୟମ ପରିବର୍ତ୍ତନ ହେଉଥିବା ଖବର ଆସିବା ପରେ ପୂରା ଦେଶର ଉପଭୋକ୍ତାମାନେ ଚିନ୍ତାରେ ପଡ଼ିଥିଲେ । କାରଣ ହଠାତ୍ ଏତେ ପରିମାଣର ଟଙ୍କା ରଖିବାକୁ ହେଲେ ଗ୍ରାହକମାନଙ୍କ ଉପରେ ପ୍ରଭାବ ପଡ଼ିବ ବୋଲି କୁହାଗଲା । ଯାହାକୁ ନେଇ ବ୍ୟାଙ୍କ କର୍ତ୍ତୃପକ୍ଷ ତର୍ଜମା କରିବା ପରେ ନିୟମରେ ପରିବର୍ତ୍ତନ କରାଯାଇଛି । ଅର୍ଥାତ୍ ଏଣିକି ସମସ୍ତେ ସର୍ବନିମ୍ନ ୫୦ ହଜାର ଟଙ୍କା ରଖିବା ବାଧ୍ୟତାମୂଳକ ନୁହେଁ ବୋଲି ଜଣାପଡ଼ିଛି । କେବଳ ମେଟ୍ରୋ ସହର ଓ ସହରାଞ୍ଚଳରେ ରହୁଥିବା ଲୋକମାନେ ଏହି ନିୟମ ମାନିବେ ବୋଲି ସ୍ପଷ୍ଟ ହୋଇଛି ।
ବଦଳିଲା ବ୍ୟାଙ୍କ ନିୟମ
ଏଣିକି ସର୍ବନିମ୍ନ ୫୦ ହଜାର ଟଙ୍କା ରଖିଲେ ଚଳିବ
କେବଳ ମେଟ୍ରୋ ଓ ସହରରେ ଲାଗୁ ହେବ ଏହି ନିୟମ
ଅଗଷ୍ଟ ୧ ପରେ ବ୍ୟାଙ୍କରେ ଖାତା ଖୋଲିଛନ୍ତି କି
ତେବେ ନୂଆ ନିୟମ ଆପଣ ମାନିବେ
ଆଇସିଆସିଆଇ ବ୍ୟାଙ୍କରେ ଯେଉଁମାନେ ଖାତା ଖୋଲିଛନ୍ତି ସେମାନଙ୍କ ପାଇଁ ବଡ଼ ସୂଚନା । କାରଣ ବ୍ୟାଙ୍କ କହିଛି ଏଣିକି ମେଟ୍ରୋ ସହର ଓ ସହରାଞ୍ଚଳରେ ରହୁଥିବା ଲୋକମାନେ ନିଜ ଖାତାରେ ସର୍ବନିମ୍ନ ୧୫ ହଜାର ଟଙ୍କା ରଖିବେ । ହେଲେ ଗ୍ରାମାଞ୍ଚଳରେ ରହୁଥିବା ଗ୍ରାହକମାନେ ଏହି ନିୟମ ମାନିବାକୁ ବାଧ୍ୟ ନୁହେଁ । ପୂର୍ବରୁ, ବ୍ୟାଙ୍କ ମେଟ୍ରୋ ଓ ସହରାଞ୍ଚଳର ନୂଆ ଖାତାଧାରୀଙ୍କ ପାଇଁ ସର୍ବନିମ୍ନ ବାଲାନ୍ସ ରାଶିକୁ ୫୦,୦୦୦ ଟଙ୍କାକୁ ବୃଦ୍ଧି କରିଥିଲା । ଯାହାକୁ ନେଇ ଗ୍ରାହକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା। ଏହି ନିଷ୍ପତ୍ତିର ପୁନର୍ବିଚାର କରି ବ୍ୟାଙ୍କ ଗ୍ରାହକଙ୍କ ସୁବିଧା ପାଇଁ ନିୟମରେ ପରିବର୍ତ୍ତନ କରିଥିବା ଜଣାପଡ଼ିଛି ।
ଏଣିକି କେତେ ରଖିବେ ସର୍ବନିମ୍ନ ବାଲାନ୍ସ
ବ୍ୟାଙ୍କର ନୂଆ ନିୟମ ଅନୁସାରେ, ମେଟ୍ରୋ ଏବଂ ସହରାଞ୍ଚଳର ଶାଖାଗୁଡ଼ିକରେ ନୂଆ ସଞ୍ଚୟ ଖାତା ପାଇଁ ମାସିକ ହାରାହାରି ବାଲାନ୍ସ ୧୫,୦୦୦ ଟଙ୍କା ରଖିବାକୁ ପଡ଼ିବ। ଠିକ୍ ସେହିପରି ଗ୍ରାମାଞ୍ଚଳରେ ରହୁଥିବା ଲୋକମାନେ ସର୍ବନିମ୍ନ ବାଲାନ୍ସ ୨ ହଜାର ୫ ଶହ ଟଙ୍କା ରଖିବେ ।
ଏହି ସଂଶୋଧିତ ନିୟମ କେବଳ ଅଗଷ୍ଟ ୧, ୨୦୨୫ ପରେ ଖୋଲାଯାଇଥିବା ନୂଆ ଖାତାଗୁଡ଼ିକ ପାଇଁ ଲାଗୁ ହେବ। ଜୁଲାଇ ୩୧, ୨୦୨୫ ପୂର୍ବରୁ ଖୋଲାଯାଇଥିବା ଖାତାଧାରୀମାନେ ପୂର୍ବ ନିୟମ ଅନୁଯାୟୀ ସେମାନଙ୍କର ବାଲାନ୍ସ ବଜାୟ ରଖିବେ।
କେଉଁମାନଙ୍କ ପାଇଁ ନିୟମ ଲାଗୁ ହେବ ନାହିଁ?
ବ୍ୟାଙ୍କ ସ୍ପଷ୍ଟ କରିଛି ଯେ ଏହି ନୂତନ ସର୍ବନିମ୍ନ ବାଲାନ୍ସ ନିୟମ ବେତନଭୋଗୀ କର୍ମଚାରୀଙ୍କ ସାଲାରି ଆକାଉଣ୍ଟ, ୬୦ ବର୍ଷରୁ ଅଧିକ ବୟସ୍କ ବରିଷ୍ଠ ନାଗରିକ ଓ ପେନସନଭୋଗୀ, ପ୍ରଧାନମନ୍ତ୍ରୀ ଜନଧନ ଯୋଜନା ଖାତା ଉପରେ ନୂଆ ନିୟମ ଲାଗୁ ହେବ ନାହିଁ।
ସର୍ବନିମ୍ନ ବାଲାନ୍ସ ନ ରଖିଲେ କ'ଣ ହେବ?
ଯଦି ଜଣେ ଗ୍ରାହକ ନିର୍ଦ୍ଧାରିତ ସର୍ବନିମ୍ନ ମାସିକ ହାରାହାରି ବାଲାନ୍ସ ନରଖିବେ ତେବେ ବ୍ୟାଙ୍କ ଜରିମାନା ଆଦାୟ କରିବ। ଏହି ଜରିମାନା ରାଶି ହେଉଛି ବାଲାନ୍ସରେ ଥିବା କମ୍ ରାଶିର ୬% କିମ୍ବା ୫୦୦ ଟଙ୍କା ହୋଇପାରେ । ତେବେ ଯେଉଁମାନେ ଆଇସିଆସିଆଇ ବ୍ୟାଙ୍କରେ ଖାତା ଖୋଲିଛନ୍ତି ସେମାନେ ଏହି ନିୟମ ମାନିବାକୁ ବାଧ୍ୟ ।
Follow Us