କନକ ବ୍ୟୁରୋ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଭାରତକୁ ଟାର୍ଗେଟ କରିଛନ୍ତି । ସ୍କଟ୍ ଜେନିଙ୍ଗସ୍ ରେଡିଓ ଶୋ’ରେ ଏକ ଆଲୋଚନା ସମୟରେ ଟ୍ରମ୍ପ କହିଛନ୍ତି, ଭାରତ ସମସ୍ତ ଶୁଳ୍କ ହଟାଇବାକୁ ପ୍ରସ୍ତାବ ଦେଇଥିଲା, କିନ୍ତୁ ଏହା ସେ ଶୁଳ୍କ ଲାଗୁ କରିବା ପରେ କରିଛି ଭାରତ । ଟ୍ରମ୍ପ ଦାବି କରି କହିଛନ୍ତି, ଯଦି ଆମେରିକା ଟାରିଫ୍ ଭଳି ପଦକ୍ଷେପ ନେଇ ନଥାନ୍ତେ, ତେବେ ଭାରତ କେବେବି ଏପରି ପ୍ରସ୍ତାବ ଦେଇ ନଥାନ୍ତା ।
ଟ୍ରମ୍ପ ଭାରତକୁ ବିଶ୍ୱର ସବୁଠାରୁ ସର୍ବାଧିକ ଶୁଳ୍କ ଲାଗୁ କରୁଥିବା ଦେଶ ବୋଲି କହିଛନ୍ତି । ସେ କହିଛନ୍ତି, 'ଚୀନ ଆମ ଉପରେ ଶୁଳ୍କ ଲଗାଉଛି, ଭାରତ ଆମ ଉପରେ ଶୁଳ୍କ ଲଗାଉଛି, ବ୍ରାଜିଲ ଆମ ଉପରେ ଶୁଳ୍କ ଲଗାଉଛି । ଆମେ କାହିଁକି ବା କାହା ଉପରେ ଦୟା ମନଭାବ ଦେଖାଇବୁ... ମୁଁ ଏହି ଶୁଳ୍କ ନୀତିକୁ ଭଲ ଭାବେ ବୁଝେ । ତେଣୁ ଟାରିଫ୍ ଲାଗୁ କରିବା ନିଷ୍ପତ୍ତି ଆମ ହିସାବରେ ଠିକ୍ ଅଛି । ଆଉ ଏବେ ଏହି ଟାରିଫ୍ ନୀତି ଆମେରିକା ପାଇଁ ନେଗୋସିଏସନ୍ ପାୱାର୍ ପାଲଟିଥିବା ଟ୍ରମ୍ପ କହିଛନ୍ତି ।
ହାର୍ଲି-ଡେଭିଡସନର ଉଦାହରଣ ଦେଲେ ଟ୍ରମ୍ପ
ଟ୍ରମ୍ପ ପୁଣି ଥରେ ହାର୍ଲି-ଡେଭିଡସନ ମୋଟରସାଇକଲ ପ୍ରସଙ୍ଗ ଉଠାଇଛନ୍ତି । ସେ କହିଛନ୍ତି, ଭାରତ ଏହି ବ୍ରାଣ୍ଡ ଉପରେ ୨୦୦% ଶୁଳ୍କ ଲାଗୁ କରିଛି, ଯେଉଁଥି ପାଇଁ କମ୍ପାନୀକୁ ସ୍ଥାୟୀ ଭାବରେ ଏକ ପ୍ଲାଣ୍ଟ ସ୍ଥାପନ କରିବାକୁ ପଡିଛି । ଟ୍ରମ୍ପ ଆହୁରି କହିଛନ୍ତି, ଏପରି ଶୁଳ୍କ ଆମେରିକୀୟ କମ୍ପାନୀଗୁଡ଼ିକୁ ଭାରତରେ ନିବେଶ କରିବାରୁ ରୋକୁଛି, ନିବେଶ କରିବାରେ ବାଧା ସୃଷ୍ଟି କରୁଛନ୍ତି ।
ଆମେରିକାରେ ଟ୍ରମ୍ପଙ୍କୁ ସମାଲୋଚନା
ସେପଟେ ଆମେରିକାରେ ଟ୍ରମ୍ପଙ୍କ ଶୁଳ୍କ ନୀତିକୁ ସମାଲୋଚନା କରାଯାଉଛି । ଅର୍ଥନୀତିଜ୍ଞ କହିଛନ୍ତି ଯେ ଏପରି ପଦକ୍ଷେପ ଆମେରିକୀୟ ଗ୍ରାହକ ଏବଂ ନିର୍ମାତାଙ୍କୁ ଅଧିକ କ୍ଷତି ପହଞ୍ଚାଉଛି । ପୂର୍ବତନ ଆମେରିକା ରାଷ୍ଟ୍ରପତିଙ୍କ ସୁରକ୍ଷା ପରାମର୍ଶଦାତା ଜେକ୍ ସୁଲିଭାନ୍ କହିଛନ୍ତି, ଟ୍ରମ୍ପ ପାକିସ୍ତାନକୁ ପ୍ରାଥମିକତା ଦେଇ ଭାରତ ସହିତ ଆମେରିକାର ଦୀର୍ଘକାଳୀନ ରଣନୈତିକ ସମ୍ପର୍କକୁ ଦୁର୍ବଳ କରିଛନ୍ତି । ଯାହା ଆଦୌଂ ଠିକ୍ ନୁହେଁ
ତେବେ ଟ୍ରମ୍ପ ପ୍ରଶାସନ ଭାରତ ଉପରେ ୨୫% ଶୁଳ୍କ ଲାଗୁ କରିବା ଏବଂ ପରେ ଏହାକୁ ଦ୍ୱିଗୁଣିତ କରି ୫୦% କରିଦେବା ଭାରତ ଏବଂ ଆମେରିକା ମଧ୍ୟରେ ଉତ୍ତେଜନା ଆହୁରି ବୃଦ୍ଧି କରିଥିଲା । ଏହାର ଏକ ପ୍ରମୁଖ କାରଣ ହେଉଛି ଭାରତ ଋଷଠାରୁ ତୈଳ କ୍ରୟ ଜାରି ରଖିବା । ଟ୍ରମ୍ପ ଚାହୁଁଥିଲେ ଯେ ଭାରତ ଋଷଠାରୁ ତେଲ କିଣିବା ବନ୍ଦ କରୁ, କିନ୍ତୁ ଭାରତ ସିଧାସଳଖ ମନା କରିଦେଇଥିଲା । ଯାହାକୁ ନେଇ ଭାରତ ଉପରେ ଟାରିଫ୍ ଲାଗୁ କରିବା ସହ ଲଗାତାର ଭାରତ ବିରୋଧୀ ମନ୍ତବ୍ୟ ଦେଉଛନ୍ତି ଟ୍ରମ୍ପ...