କନକ ବ୍ୟୁରୋ : ମହାରାଷ୍ଟ୍ର ବିଧାନସଭା ନିର୍ବାଚନୀ ମାହୋଲକୁ ଅଧିକ ଉଷ୍ମ କରିଛି ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ବୟାନ । ଅଜିତ କହିଛନ୍ତି ମୁଖ୍ୟମନ୍ତ୍ରୀ ହେବାକୁ ତାଙ୍କ ମନରେ ଇଚ୍ଛା ରହିଛି । ଦଳର ନେତା ତାଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଦେଖିବାକୁ ଚାହଁନ୍ତି । କିନ୍ତୁ ଏହା ପାଇଁ ଜନତାଙ୍କ ବିଶ୍ୱାସ, ସମର୍ଥନ ଦରକାର।

ଦୀର୍ଘଦିନ ଚୁପ ରହିବା ପରେ ସୋସିଆଲ ମିଡିଆ ପୋଷ୍ଟ କରି ନିଜ ମନ କଥା କହିଛନ୍ତି ଅଜିତ ପାୱାର । ସେପଟେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଓ ଅଜିତଙ୍କ ମଧ୍ୟରେ କିଛି ଠିକନଥିବା ଖବର ମଧ୍ୟ ଉଡିବୁଲୁଛି । ମହାରାଷ୍ଟ୍ର ଅର୍ଥମନ୍ତ୍ରୀ ମଧ୍ୟ ଥିବା ଅଜିତ ଲାଡଲି ବେହନ କାର୍ୟ୍ୟକ୍ରମରେ ସମୟରେ ଗୋଲାପୀ ରଙ୍ଗକୁ ପ୍ରାଧାନ୍ୟ ଦେଇଛନ୍ତି । ଏହି ସମୟରେ ମୁଖ୍ୟମନ୍ତ୍ରୀ ସିନ୍ଦେ ଜଣେ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ଦେଇ କହିଥିଲେ କି ସେ ଗୋଲାପୀ ରଙ୍ଗ ଆଉ ଦରକାର କରୁନାହାଁନ୍ତି ।