କନକ ବ୍ୟୁରୋ : ଶନିବାର, ସେପ୍ଟେମ୍ବର ୨୭ ତାରିଖରେ ହାଇଦ୍ରାବାଦରେ ପ୍ରବଳ ବର୍ଷା ସାଧାରଣ ଜନଜୀବନକୁ ପ୍ରଭାବିତ କରିଛି । ମୁଷଳଧାରାରେ ବର୍ଷା ହେବା ପରେ, ସହରର ଜୀବନରେଖା କୁହାଯାଉଥିବା ମୁସି ନଦୀ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି । ଯୋଡ଼ା ଜଳଭଣ୍ଡାର-ହିମାୟତସାଗର ଏବଂ ଓସମାନ ସାଗରର ଗେଟ୍ ଖୋଲାଯାଇଥିବା ବେଳେ ସ୍ଥିତି ଆହୁରି ଖରାପ ହୋଇଛି । ବିଭିନ୍ନ ପ୍ରମୁଖ ନଦୀଗୁଡ଼ିକର ଜଳସ୍ତର ବୃଦ୍ଧି ପାଇଛି ।
ସତର୍କତାମୂଳକ ପଦକ୍ଷେପ ସ୍ୱରୂପ, ପ୍ରଶାସନ ପକ୍ଷରୁ ହଜାର ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ପ୍ରଭାବିତ ପରିବାରକୁ ଖାଦ୍ୟ ଏବଂ ଅତ୍ୟାବଶ୍ୟକୀୟ ସାମଗ୍ରୀ ଯୋଗାଇ ଦିଆଯାଉଛି । ରଙ୍ଗାରେଡ୍ଡି ଜିଲ୍ଲାର ମୀରପେଟ୍ ମ୍ୟୁନିସିପାଲ୍ କର୍ପୋରେସନ୍ ସୀମାରେ ଥିବା ମିଥିଳା ନଗର କଲୋନି ସମେତ ଅନେକ କଲୋନି ଆଣ୍ଠୁଏ ଲେଖାଏଁ ପାଣିରେ ବୁଡ଼ି ରହିଛି । ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେୱନ୍ତ ରେଡ୍ଡି ପରିସ୍ଥିତି ଉପରେ ସମୀକ୍ଷା କରିବା ସହ ମୁକାବିଲା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2025/09/27/hyderabad-floods-2025-09-27-14-21-03.jpg)