କନକ ବ୍ୟୁରୋ : କଣ୍ଟେନର ଜାହାଜରେ ପ୍ରଚଣ୍ତ ବିସ୍ଫୋରଣ । କେରଳ ଉପକୂଳରେ ଜାହାଜରେ ବିସ୍ଫୋରଣ ଘଟିଛି । ୨୨ ଜଣଙ୍କ ମଧ୍ୟରୁ ୪ କ୍ରିଉ ସଦସ୍ୟ ନିଖୋଜ ରହିଥିବାର ସୂଚନା ମିଳିଛି । ବିସ୍ଫୋରଣରେ ୫ ଜଣ ଆହତ ମଧ୍ୟ ହୋଇଛନ୍ତି । କେରଳ କୋଝିକୋଡ ବନ୍ଦର ନିକଟରେ ବିସ୍ଫୋରଣ ଘଟିଥିବା ନେଇ ସୂଚନା ଦିଆଯାଇଛି । ସିଙ୍ଗାପୁରରୁ କଲମ୍ବୋ ଯାତ୍ରା କରୁଥିଲା ଜାହାଜ ।