କନକ ବ୍ୟୁରୋ : ଅସରାଏ ବର୍ଷା ହେଲେ କିମ୍ବା କୌଣସି କାରଣରୁ ଅଞ୍ଚଳର ରାସ୍ତାରେ ଗାତ ସୃଷ୍ଟି ହେଲେ ଲୋକଙ୍କୁ ନାହିନଥିବା ହଇରାଣର ସମ୍ମୁଖିନ ହେବାକୁ ପଡ଼େ । ଏହି ଗାତ ଯୋଗୁ ବେଳେବେଳେ ଦୁର୍ଘଟଣାର ଶିକାର ହେବାକୁ ମଧ୍ୟ ପଡ଼େ । ବର୍ଷା ଦିନେ ପାଣି ଜମିବା ଠାରୁ ଆରମ୍ଭ କରି ଦୁର୍ଘଟଣା ପର୍ଯ୍ୟନ୍ତ ଏହି ଗାତ ଲୋକଙ୍କୁ ହଇରାଣ କରେ । ତେବେ  ଏହି ସବୁ ଖରାପ ରାସ୍ତା ଏବଂ ଗାତକୁ ଠିକ୍ କରିବା ପାଇଁ ଆପଣ ସରକାରୀ ଆପ୍ ର ସାହାଯ୍ୟ ନେଇପାରିବେ । ଏହି ଆପ୍ ର ନାମ ହେଉଛି Sameer App। Central Pollution Control Board ର ଏହି ଆପ୍ AQI ଇତ୍ୟାଦି ପାଇଁ ପ୍ରସ୍ତୁତ କରାଯାଇଛି । ଏଥିରେ ଆପଣ ଭଙ୍ଗା ରାସ୍ତା ଏବଂ ରାସ୍ତାରେ ଥିବା ଗାତ ବିଷୟରେ ମଧ୍ୟ ଅଭିଯୋଗ କରିପାରିବେ । ଏହି ଆପ୍ Google Play Store ଏବଂ Apple App Store ରେ ଉପଲବ୍ଧ ।

Advertisment

କେଉଁଠାରେ କରିବେ ଅଭିଯୋଗ?

ଏହି ଆପ୍ ବିଷୟରେ Central Pollution Control Board ନିଜେ ତାଙ୍କର ଅଫିସିଆଲ୍ X ଆକାଉଣ୍ଟରେ ପୋଷ୍ଟ କରିଛନ୍ତି । ଏହି ପୋଷ୍ଟରେ ସେମାନେ ଏକ ଆପ୍ ବିଷୟରେ ସୂଚନା ଦେଇଛନ୍ତି ଏବଂ କହିଛନ୍ତି ଯେ ଯଦି ଆପଣ ଆପଣଙ୍କ ଆଖପାଖରେ କୌଣସି ଭଙ୍ଗା ରାସ୍ତା କିମ୍ବା ଗାତ ଦେଖନ୍ତି ତେବେ #SameerApp ଡାଉନଲୋଡ୍ କରନ୍ତୁ ଏବଂ 'Unpaved Road/Pits' ବର୍ଗରେ ଅଭିଯୋଗ ଦାଖଲ କରନ୍ତୁ । SameerApp, Android ଏବଂ iOS ଉଭୟ ଉପଭୋକ୍ତାଙ୍କ ପାଇଁ ଉପଲବ୍ଧ । ଏହି ଆପ୍ Google Play Store ଏବଂ Apple App Store ରେ ଉପଲବ୍ଧ, ଯାହାର ସୂଚନା ପୋଷ୍ଟରେ ଦିଆଯାଇଛି । Sameer App ରେ ଅଭିଯୋଗ ଦାଖଲ କରିବା ବହୁତ ସହଜ । ଏଥିପାଇଁ ଉପଭୋକ୍ତାମାନଙ୍କୁ ଆପ୍ ଇନଷ୍ଟଲ୍ କରିବାକୁ ପଡ଼ିବ ।
ଏହା ପରେ ଉପଭୋକ୍ତାମାନଙ୍କୁ Add Complaints ଉପରେ କ୍ଲିକ୍ କରିବାକୁ ପଡିବ, ଯାହା ପରେ ବର୍ଗ ଚୟନ କରିବାକୁ ପଡ଼ିବ ।

ତା’ପରେ ଇମେଜ୍ ଅପଲୋଡ୍ କରିବାର ବିକଳ୍ପ ମିଳିବ, ସେଠାରେ ଫଟୋ ଲଗାଇବାକୁ ପଡ଼ିବ । ଏହା ପରେ ଅଭିଯୋଗ ବିଷୟରେ ସଂକ୍ଷେପରେ ଲେଖିବାକୁ ହେବ । ଆପ୍ ଭିତରେ ଲୋକେସନ୍ ଦେବାର ମଧ୍ୟ ବିକଳ୍ପ ଅଛି, ଯେଉଁଥିପାଇଁ ଆପଣ Use My Current Location ର ବିକଳ୍ପ ଉପରେ କ୍ଲିକ୍ କରିପାରିବେ । ଏଠାରେ ପବ୍ଲିକ୍ ଲଗଇନ୍ ର ମଧ୍ୟ ବିକଳ୍ପ ଅଛି । ଏହା ଆପଣଙ୍କୁ AQI ର ସୂଚନା ଦେଇଥାଏ ।