କନକ ବ୍ୟୁରୋ : ଶୁକ୍ରବାର ରାତି ଅଧରୁ ମୁମ୍ବାଇ, ଦିଲ୍ଲୀ, ବେଙ୍ଗାଲୁରୁ, ପୁଣେ ସମେତ କିଛି ସହରରେ ଦେଖିବାକୁ ମିଳିଛି ଖଚାଖଚ୍ ଭିଡ଼ର ଦୃଶ୍ୟ । ଆଇଫୋନ ୧୭ ପ୍ରତି ଯୁବପିଢ଼ିଙ୍କ ଦୁର୍ବଳତା ଓ ଆକର୍ଷଣ ଏତେ ମାତ୍ରାରେ ରହିଛି ଯେ ଭୋକ ଉପାସ ଓ ଅନିଦ୍ରା ହୋଇ ଫୋନ ଖଣ୍ଡେ କିଣିବାକୁ ଚାତକ ପରି ଚାହିଁ ରହିଥିଲେ ଲୋକେ । ଆପଣଙ୍କ ସାମ୍ନାରେ ରହିଛି ଦିଲ୍ଲୀ ଓ ମୁମ୍ବାଇର ଦୁଇଟି ଚିତ୍ର । 

Advertisment

ରଣକ୍ଷେତ୍ର ପାଲଟିଲା ଆପଲ ଷ୍ଟୋର୍

ଆଇଫୋନ ୧୭ର ଭିଡ଼ ଭିତରେ ମାଡ଼ଗୋଳ ଦୃଶ୍ୟ ମଧ୍ୟ ସାମ୍ନାକୁ ଆସିଛି । ମୁମ୍ବାଇରେ ନିୟନ୍ତ୍ରଣ ବାହାରେ ଭିଡ଼ ଲାଗିବା ସହ ଫୋନଖଣ୍ଡେ କିଣିବାକୁ ପିଟାପିଟି ମଧ୍ୟ ହୋଇଛନ୍ତି ଗ୍ରାହକ । କିଛି ଗ୍ରାହକ ପ୍ରି-ବୁକିଂରେ ମଧ୍ୟ ଫୋନ ପାଇଛନ୍ତି । ଏମିତି କିଛି ଗ୍ରାହକ ବି ଅଛନ୍ତି, ଷ୍ଟକ୍ ସରିବାରୁ ଫୋନ ନପାଇବାରୁ ନିରାଶ ମଧ୍ୟ ହୋଇଛନ୍ତି ।

‘ମେଡ୍ ଇନ୍‌ ଇଣ୍ଡିଆ ଆଇଫୋନ୍ ୧୭’
ଆଇଫୋନ ସିରିଜର ଭଳିକି ଭଳି ମଡେଲର ଦାମ ୮୨ ହଜାରରୁ ଆରମ୍ଭ ହୋଇ ୨ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରହିଛି । ଯେଉଁଥିରେ ୫ଟି କଲର ସହ ରହିଛି ଆଇଫୋନ ୧୭, ଆଇଫୋନ ଏୟାର, ଆଇଫୋନ ୧ ୭ ପ୍ରୋ, ଆଇଫୋନ ୧୭ ପ୍ରୋ ମାକ୍ସ ମଡେଲ । କର୍ଣ୍ଣାଟକ, ବେଙ୍ଗାଲୁରୁ ଓ ତାମିଲନାଡ଼ୁ ସହ ୫ଟି ସ୍ଥାନରେ ଟାଟା ଓ ଆପଲ ମିଳିତଭାବେ ଉତ୍ପାଦନ ଆରମ୍ଭ କରିଛନ୍ତି  । ୨୦୨୨ରୁ ଚୀନ ବଜାର ଉପରେ କମ୍ ନିର୍ଭରଶୀଳ ହୋଇ ଆମେରିକୀୟ କମ୍ପାନୀ ଆପଲ୍‌ ଭାରତୀୟ ବଜାରରେ ପ୍ରବେଶ କରିଛି । ଯାହା ୟୁରୋପ୍ ବଜାର ଆବଶ୍ୟକତାକୁ ଶୀଘ୍ର ଓ କମ୍ ମୂଲ୍ୟର ପୂରା କରିବାକୁ ଲକ୍ଷ୍ୟ ରଖିଛି । ଏଥିସହ ଭାରତରୁ ଆପଲ ଫୋନର ବଡ଼ ପରିମାଣରେ ରପ୍ତାନୀ ଦେଶର ଅର୍ଥନୀତି ପାଇଁ ଲାଭଦାୟକ ହେଉଛି ।