କନକ ବ୍ୟୁରୋ: ଭାରତର ରାଜନୀତି ଓ ନ୍ୟାୟପାଳିକା ଇତିହାସରେ ଆଜି ପ୍ରଥମଥର ପାଇଁ ଜଣେ ମୁଖ୍ୟମନ୍ତ୍ରୀ ତାଙ୍କର ପକ୍ଷ ସୁପ୍ରିମକୋର୍ଟରେ ରଖିଛନ୍ତି ।ଏସଆଇଆର ବିରୋଧରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସୁପ୍ରିମକୋର୍ଟରେ ଦାୟର କରିଥିବା ପିଟିସନ ଉପରେ ପ୍ରଥମ ଶୁଣାଣି କରାଯାଇଛି । ନିଜେ ଉପସ୍ଥିତ ରଖି ନିଜ ପକ୍ଷ ରଖିଛନ୍ତି ମମତା । ଯାହାକୁ ଆଧାର କରି ନିର୍ବାଚନ କମିଶନଙ୍କଠୁ ଜବାବ ମାଗିଛନ୍ତି ସୁପ୍ରିମକୋର୍ଟ ।

Advertisment

ଆହୁରି ପଢ଼ନ୍ତୁ: ମଣିପୁରର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ୱାଇ ଖେମଚାନ୍ଦ ସିଂହ

ସୁପ୍ରିମ୍‌କୋର୍ଟରେ ଏସ୍‌ଆଇଆର୍‌ ଶୁଣାଣି 
ନିଜ ପକ୍ଷ ନିଜେ ରଖିଲେ ମମତା ବାନାର୍ଜୀ
ନିର୍ବାଚନ କମିସନଙ୍କୁ କୋର୍ଟଙ୍କ ନୋଟିସ

ସୁପ୍ରିମକୋର୍ଟରେ ପହଞ୍ଚିଥିବା ନିର୍ବାଚନ କମିଶନ ଓ ପଶ୍ଚିମବଙ୍ଗ ସରକାରଙ୍କ କୋର୍ଟ ଲଢ଼େଇର ଆଜି ବେଶ ଗୁରୁତ୍ବପୂର୍ଣ୍ଣ ଦିନ ଥିଲା  । ମମତା ବାନାର୍ଜୀଙ୍କ ପିଟିସନ ଉପରେ ଶୁଣାଣି କରି କୋର୍ଟ ବିଭିନ୍ନ ବିନ୍ଦୁ ଗୁଡିକୁ ତର୍ଜମା କରିଛନ୍ତି 

କୋର୍ଟରେ ମମତାଙ୍କ ଯୁକ୍ତି

-ଗଣତନ୍ତ୍ରର ରକ୍ଷା ପାଇଁ ସଂଘର୍ଷ କରୁଛି
-ମାଇକ୍ରୋ ଅବଜରଭର ନିଯୁକ୍ତି ବେଆଇନ
-ଆମକୁ ନ୍ୟାୟ ମିଳୁନି
-ଇସିଆଇ ସ୍ପଷ୍ଟ ଜବାବ ରଖୁନାହାଁନ୍ତି
-ଭୋଟରଙ୍କୁ ଅଧିକାର ଛଡ଼ାଇନିଆଯାଉଛି
-ଏସ୍‌ଆଇଆର୍‌ ସ୍ବଚ୍ଛ ପ୍ରକ୍ରିୟା ନୁହେଁ
-ପଶ୍ଚିମବଙ୍ଗକୁ ଟାର୍ଗେଟ୍‌ କରାଯାଉଛି 
-ବିଧାନସଭା ନିର୍ବାଚନ ପରେ ଏସ୍‌ଆଇଆର୍‌ ଲାଗୁ କରାଯାଉ

ଆହୁରି ପଢ଼ନ୍ତୁ: ସମ୍ବାଦ ସାହିତ୍ୟ ପକ୍ଷ’ ଚତୁର୍ଥ ଦିବସ

ପିଟିସନ ଉପରେ ଶୁଣାଣି କରି କୋର୍ଟ ଇସିଆଇଙ୍କୁ ନୋଟିସ ପଠାଇ ଜବାବ ମାଗିଛନ୍ତି । ସୋମବାର ହେବ ପରବର୍ତ୍ତୀ ଶୁଣାଣି  । ଏସଆଇଆର ବିରୋଧରେ ମୋର୍ଚ୍ଚା ଖୋଲିଛନ୍ତି ମମତା । ଏସଆଇଆରକୁ ଏକ ପକ୍ଷପାତିତା ପ୍ରକ୍ରିୟାର ନାଁ ଦେଇଛନ୍ତି ପଶ୍ଚିମବଙ୍ଗ ସରକାର । କିନ୍ତୁ ଏହାକୁ ଦେଶହିତ ଓ ସ୍ବଚ୍ଚ ପ୍ରକିୟା ବୋଲି ଦାବି କରୁଛନ୍ତି ସରକାର ।ସରକାରଙ୍କ ଯୁକ୍ତି କି ବେଆଇନଭାବେ ଦେଶରେ ରହୁଥିବା ଶରଣାର୍ଥୀଙ୍କୁ ଚିହ୍ନଟ କରାଯିବ । ଏମାନଙ୍କୁ ନିର୍ବାଚନରୁ ବାଦ୍‌ ଦିଆଯିବ । ମମତା ବାନାର୍ଜୀଙ୍କ ନକଲି ପରିଚୟ ପତ୍ର ଦେଇ ରାଜ୍ୟରେ ଶରଣାର୍ଥୀଙ୍କୁ ରଖିଛନ୍ତି । ସେମାନଙ୍କଠୁ ବିପୁଳ ଭୋଟ୍‌ ପାଉଛନ୍ତି । ଏସ୍‌ଆଇଆର୍‌ ଅଯୋଗ୍ୟ ଭୋଟରଙ୍କ କାଟ୍‌ଛାଟ୍‌ କରିବ । ତେଣୁ ଏସ୍‌ଆଇଆର୍‌କୁ ବିରୋଧ କରୁଛନ୍ତି ମମତା । ଏବେ ଦେଖିବାକୁ ଅପେକ୍ଷା ଏସଆଇଆରକୁ ନେଇ କୋର୍ଟ ଲଢ଼େଇ କେଉଁ ମୋଡ ନେଉଛି ।