କନକ ବ୍ୟୁରୋ : ଇସ୍ରାଏଲକୁବଡ଼ ସଫଳତା ମିଳିଛି । ହିଜବୁଲ୍ଲାର ମୁଖ୍ୟକୁ ମାଟିରେ ମିଶାଇ ଲଢ଼େଇକୁ ଏକତରଫା କରିଛି ଇସ୍ରାଏଲ ।ଆକ୍ରମଣ ଜାରି ରହିଛି ଓ ଜଣଙ୍କ ପରେ ଜଣେ ହିଜବୁଲ୍ଲାର କମାଣ୍ଡର ନିହତ ହେଉଛନ୍ତି । ଏହା ଭିତରେ ଫ୍ରାନ୍ସରଏକ ଖବରକାଗଜ ବଡ଼ ଦାବି କରୁଛି।ରିପୋର୍ଟରେ ଦାବି କରାଯାଉଛିଯେ ହିଜବୁଲ୍ଲା ମୁଖ୍ୟ ନସରଲ୍ଲାର ଠିକଣା ବାବଦରେ ଆଉ କେହି ନୁହେଁ ଇରାନୀ ଗୁଇନ୍ଦା ସୂଚନା ଦେଇଥିଲା। ସୂଚନା ଅନୁସାରେ..
-ଇସ୍ରାଏଲକୁନସରଲ୍ଲାରବାବଦରେ ସୂଚନା ଦେଉଥିଲା ଇରାନୀ ଅଣ୍ଡରକଭର ଏଜେଣ୍ଟ
-ଫ୍ରାନ୍ସ ଖବରକାଗଜ ଲୀ ପର୍ସିୟାନର ଦାବି କରାଯାଇଛି
-ଇସ୍ରାଏଲକୁ ୬୦ଫୁଟ ମାଟି ତଳେ ଥିବା ଆଡ୍ଡା ବାବଦରେ ସୂଚନା ଦେଇଥିଲାଗୁଇନ୍ଦା
-୬ମହଲା ଘରେ ନସରଲ୍ଲା ଓ ଅନ୍ୟ ୧୨ କମାଣ୍ଡର ରହୁଥିଲେ
-ବେରୁଟର ଦକ୍ଷିଣପ୍ରାନ୍ତରେ ଥିଲା ନସରଲ୍ଲାର ମୁଖ୍ୟ ଆଡ୍ଡା
-ନସରଲ୍ଲା ସେଠାରୁ ହିଁ ସବୁକିଛି ଅପରେଟ କରୁଥିଲା
-ସେଠାରେ ନସରଲ୍ଲା ଥିବା ୨୭ରେ ଇସ୍ରାଏଲକୁ ଇରାନୀ ଗୁଇନ୍ଦା ଖବର ଦେଇଥିଲା
-୨୭ରେ ଆକ୍ରମଣ କରି ଇସ୍ରାଏଲ ହିଜବୁଲ୍ଲା ମୁଖ୍ୟକୁ ନିପାତ କରିଥିଲା
ନସରଲ୍ଲାର ମୃତ୍ୟୁ ପରେ ଏବେ ହିଜବୁଲ୍ଲାରକ୍ତମୁଖା ହୋଇପଡିଛି । ଏଥିସହ ସଂଗଠନର ଅନ୍ୟ କମାଣ୍ଡର ଇସ୍ରାଏଲଠୁ ପ୍ରତିଶୋଧ ନେବାକୁ ବଡ଼ ଆକ୍ରମଣଯୋଜନା କରୁଥିବା ସୂଚନା ମିଳିବା ପରେ ଆଲର୍ଟରେ ଆଇଡିଏଫ । ତେଣୁ ହିଜବୁଲ୍ଲାର କମାଣ୍ଡର ଲୁଚି ରହିଥିବାଆଶଙ୍କା କରି ଜନବସତି ଅଞ୍ଚଳରେ ସୋମବାର ଘନଘନ ଆକ୍ରମଣ କରୁଛି ଇସ୍ରାଏଲ । ନିରୀହ ଲୋକଙ୍କୁ ଢ଼ାଲ କରିହିଜବୁଲ୍ଲାର ଇସ୍ରାଏଲ ସହ ଲଢ଼ୁଥିବା ବେଳେ ଏବେ ଆଇଡିଏଫ ମଧ୍ୟ ପାଲଟା ଜବାବ ଦେଉଛି।
ହିଜବୁଲ୍ଲାର କମାଣ୍ଡର ହସନ ନସରଲ୍ଲାର ମୃତ୍ୟୁ ପରେ ବି ଲେବାନନରସେହି ସବୁ ଠିକଣା ଉପରେ ଇସ୍ରାଏଲ ଆକ୍ରମଣ ଜାରି କରିଛି ଯେଉଁଠି ଲୁଚି ରହିଛନ୍ତି କୁଖ୍ୟାତ ଆତଙ୍କୀ। ଲେବାନନର କାନା, ବାଲବେକ, ହରମେଲରେ ଯେଉଁଠି ହିଜୁବଲ୍ଲାର ଆତଙ୍କୀ ଆଡ୍ଡା ଜମାଇଛନ୍ତି ସେଠି ଏୟାରଷ୍ଟ୍ରାଇକକରୁଛି ଆଇଡିଏଫ । ସୂଚନା ଅନୁସାରେ ଆକ୍ରମଣରେ ଏବେ ସୁଦ୍ଧା ହଜାରରୁ ଅଧିକ ନିରିହ ଲୋକଙ୍କ ମୃତ୍ୟୁହେବା ସହ ୧୦ହଜାରରୁ ଅଧିକ ଲୋକ ଆହତ ହୋଇଥିବା ସୂଚନା ରହିଛି । ସେହିପରି ହିଜବୁଲ୍ଲାର ୭ଜଣ ଟପ୍ କମାଣ୍ଡରମଧ୍ୟ ନିହତ ହୋଇଛନ୍ତି ।