କନକ ବ୍ୟୁରୋ : ହିଜବୁଲ୍ଲା ମୁଖ୍ୟ ହସନ ନସରୁଲ୍ଲାହ ନିହତ । ସୂଚନା ଦେଲା ଆଇଡିଏଫ୍ ବା ଇସ୍ରାଏଲ ଡିଫେନ୍ସ ଫୋର୍ସ । ଆଉ ଦୁନିଆକୁ ଡରାଇପାରିବନି ନସରୁଲ୍ଲା । ଗତ ୩ ଦଶନ୍ଧି ଧରି ହିଜବୁଲ୍ଲାର ମୁଖ୍ୟ ପଦରେ ରହିଥିଲା ନସରୁଲ୍ଲା । ୧୯୮୫ରେ ଆମେରିକା ଓ ରୁଷକୁ ଧମକ ବିଶ୍ୱରେ ଆଲୋଡନ ସୃଷ୍ଟି କରିଥିଲା ହସନ ନସରୁଲ୍ଲାହ । ସେପଟେ ନସରୁଲ୍ଲାହର ମୃତ୍ୟୁ ଖବରରୁ ଅସ୍ୱୀକାର କରିଛି ଇରାନ । ହିଜବୁଲ୍ଲା କହିଛି ଖବରରେ ସତ୍ୟତା ନାହିଁ ।
ସକାଳ ହେଉ କି ସଂଧ୍ୟା ବା ରାତି ଇସ୍ରାଏଲର ଆଟାକରେ ଥରହର ଲେବାନନ । ଭୟରେ ହିଜବୁଲ୍ଲା ଧ୍ୱସଂରେ ପରିଣତ ହେଲାଣି ହିଜବୁଲ୍ଲାର ଗଡ଼ । ସେପଟେ ଇସ୍ରାଏଲ କହୁଛି ହିଜବୁଲ୍ଲାର ସମସ୍ତଙ୍କୁ ମାରି ନିଶ୍ୱାସ ନେବୁ ଆଉ ଆରପଟେ ହିଜବୁଲ୍ଲା କହିଛି ଇସ୍ରାଏଲ ଭୟଙ୍କର ପରିସ୍ଥିତିର ସାମ୍ନା କରିବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/sTZYQqVenJVaHHb6xQbQ.jpg)