ଲେବାନନ ବିସ୍ଫୋରଣରେରେ ବଢ଼ୁଛି ମୃତକ-ଆହତଙ୍କ ସଂଖ୍ୟା; ପେଜର ବିସ୍ଫୋରଣ ପଛରେ ମୋସାଦର ହାତ

Advertisment

ଲେବାନନ ବିସ୍ଫୋରଣକୁ ନେଇ ମଧ୍ୟପ୍ରାଚ୍ୟରେ ଦେଖାଯାଉଥିବା ଉତ୍ତେଜନା ଦ୍ୱିଗୁଣ ହୋଇଛି । ଆକ୍ରମଣ ପଛରେ ଇସ୍ରାଏଲର ଗୁଇନ୍ଦା ସଂସ୍ଥା ମୋସାଦର ହାତ ଥିବା ସୂତ୍ରରୁ ଜଣାପଡିଛି ।

ଲେବାନନ ବିସ୍ଫୋରଣକୁ ନେଇ ମଧ୍ୟପ୍ରାଚ୍ୟରେ ଦେଖାଯାଉଥିବା ଉତ୍ତେଜନା ଦ୍ୱିଗୁଣ ହୋଇଛି । ଆକ୍ରମଣ ପଛରେ ଇସ୍ରାଏଲର ଗୁଇନ୍ଦା ସଂସ୍ଥା ମୋସାଦର ହାତ ଥିବା ସୂତ୍ରରୁ ଜଣାପଡିଛି ।

Explosion

କନକ ବ୍ୟୁରୋ : ଲେବାନନ ବିସ୍ଫୋରଣକୁ ନେଇ ମଧ୍ୟପ୍ରାଚ୍ୟରେ ଦେଖାଯାଉଥିବା ଉତ୍ତେଜନା ଦ୍ୱିଗୁଣ ହୋଇଛି । ଆକ୍ରମଣ ପଛରେ ଇସ୍ରାଏଲର ଗୁଇନ୍ଦା ସଂସ୍ଥା ମୋସାଦର ହାତ ଥିବା ସୂତ୍ରରୁ ଜଣାପଡିଛି । ଲେବାନନ ଦାବି କରିଛି ଯେ, ହିଜବୁଲ୍ଲା ଆତଙ୍କବାଦୀମାନେ ଏହି ପେଜରକୁ କିଣିବା ସମୟରେ ହିଁ ଏଥିରେ ମୋସାଦ ବିସ୍ଫୋରକ ସାମଗ୍ରୀ ଲଗାଇଥିଲା । ପ୍ରତିଟି ପେଜର୍‌ରେ ତିନି ଗ୍ରାମ ବିସ୍ଫୋରକ ସାମଗ୍ରୀ ଖଞ୍ଜା ଯାଇଥିଲା ।

ଲେବାନନ ଓ ସିରିଆରେ ହୋଇଥିବା ପେଜର ବିସ୍ଫୋରଣରେ କିଏ ନିଜ ଗୋଡ଼ ହରାଇଛି ତ ଆଉ କିଏ ହାତ । ସେହିପରି ଅନେକ ପ୍ରାଣ ହରାଇଛନ୍ତି । ଏହି ପେଜର୍ ବିସ୍ଫୋରଣରେ ଲେବାନନରେ ଇରାନର ରାଷ୍ଟ୍ରଦୂତ ଗୋଟିଏ ଆଖି ହରାଇଥିବାବେଳେ ଲେବାନନ୍ ସାଂସଦଙ୍କ ପୁଅର ମୃତ୍ୟୁ ଘଟିଛି

ସେପଟେ ଏହି ଆକ୍ରମଣ ପଛରେ ଇସ୍ରାଏଲର ଗୁଇନ୍ଦା ସଂସ୍ଥା ମୋସାଦର ହାତ ଥିବା ସୂତ୍ରରୁ ଜଣାପଡିଛି । ଲେବାନନ ଦାବି କରିଛି ଯେ, ହିଜବୁଲ୍ଲା ଆତଙ୍କବାଦୀମାନେ ଏହି ପେଜରକୁ କିଣିବା ସମୟରେ ହିଁ ଏଥିରେ ମୋସାଦ ବିସ୍ଫୋରକ ସାମଗ୍ରୀ ଲଗାଇଥିଲା । ପ୍ରତିଟି ପେଜର୍‌ରେ ତିନି ଗ୍ରାମ ବିସ୍ଫୋରକ ସାମଗ୍ରୀ ଖଞ୍ଜା ଯାଇଥିଲା । ଇସ୍ରାଏଲୀ ଶତ୍ରୁ ତଥା ମୋସାଦ ନଜରରୁ ବର୍ତ୍ତିବା ପାଇଁ ହିଜବୁଲ୍ଲା ତା'ର ସଦସ୍ୟଙ୍କ ପାଇଁ ୫ ହଜାର ପେଜର୍ କିଣିଥିଲା । ଏହାକୁ ହିଜବୁଲ୍ଲାର ନିର୍ଦ୍ଦେଶରେ BAC କମ୍ପାନୀ ପ୍ରସ୍ତୁତ କରିଥିଲା

କ’ଣ ଏହି ପେଜର ଡିଭାଇସ? କେମିତି ଘଟିଲା ବିସ୍ଫୋରଣ?

ପେଜର ହେଉଛି ଏକ ଇଲେକ୍ଟ୍ରୋନିକ୍ସ ଡିଭାଇସ

ମେସେଜ୍ ପଠାଇବା ଏବଂ ପଢିବା ପାଇଁ ଏହାକୁ ବ୍ୟବହାର କରାଯାଏ

ରେଡିଓ ସିଗନାଲ୍ ଦ୍ୱାରା ଏହା ମେସେଜ୍ ରିସିଭ୍ କରିଥାଏ

ହିଜବୁଲ୍ଲାର ପସନ୍ଦ ଟେଲିକମ୍ୟୁନିକେସନ ବ୍ୟବସ୍ଥା

ସଂଗଠନର ସଦସ୍ୟ ମୋବାଇଲ ଫୋନ ବଦଳରେ ପେଜର ବ୍ୟବହାର କରନ୍ତି

ହିଜବୁଲ ତାଇୱାନର ଏକ କମ୍ପାନୀକୁ ୫୦୦୦ ପେଜର୍‌ ଅର୍ଡର କରିଥିଲା

ପେଜର୍‌ ଭିତରେ କେବଳ ୩ଗ୍ରାମ ଲେଖାଏଁ ବିସ୍ଫୋରକ ଲୁଚାଇ ରଖାଯାଇଥିଲା

ହିଜବୁଲ୍ଲା ପୂର୍ବରୁ ଭୟ କରୁଥିଲେ ଯେ ଯଦି ସେମାନଙ୍କ ଯୁବକମାନେ ମୋବାଇଲ୍ ଫୋନ୍ ବ୍ୟବହାର କରନ୍ତି, ତେବେ ମୋସାଦ ସେମାନଙ୍କୁ ହ୍ୟାକ୍ କରି ହତ୍ୟା କରିବ । ସେଥିପାଇଁ ସମସ୍ତଙ୍କ ପାଇଁ ପେଜର୍ ଅର୍ଡର କରାଯାଇଥିଲା । କିନ୍ତୁ ଏଥିରେ ବି ଏବେ ବିସ୍ଫୋରଣ ହୋଇଛି । ଏହି କାରଣରୁ ହିଜବୁଲ୍ଲା ଆତଙ୍କବାଦୀମାନେ ଭୟଭୀତ ହୋଇପଡିଛନ୍ତି ଲେବାନନରେ ସିରିଏଲ୍ ପେଜର୍‌ ବ୍ଲାଷ୍ଟ ହୋଇଥିଲା । ଏଥିରେ ବର୍ତ୍ତମାନ ସୁଦ୍ଧା ୧୧ ଜଣଙ୍କ ମୃତ୍ୟୁ ହୋଇଛି । ପ୍ରାୟ ୪ହଜାରୁ ଅଧିକ ଆହତ ହୋଇଛନ୍ତି । ଶତାଧିକ ଗୁରୁତର ଥିବାରୁ ଆଗକୁ ମୃତ୍ୟୁସଂଖ୍ୟା ଆହୁରି ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe