କନକ ବ୍ୟୁରୋ : ରୁଷର ଡାଗେସ୍ତାନ ଅଞ୍ଚଳରେ ବଡ଼ ଧରଣର ହେଲିକପ୍ଟର ଦୁର୍ଘଟଣା । ପ୍ରତିରକ୍ଷା ଶିଳ୍ପ ସହିତ ଜଡ଼ତ ବରିଷ୍ଠ ଅଧିକାରୀଙ୍କୁ ନେଇ ଯାଉଥିବା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି । ଘଟଣାରେ ୫ ଜଣ ପ୍ରାଣ ହରାଇଛନ୍ତି । ମୃତକଙ୍କ ମଧ୍ୟରେ କିଜଲ୍ୟାର ଇଲେକ୍ଟ୍ରୋମେକାନିକାଲ୍ ପ୍ଲାଣ୍ଟ ବରିଷ୍ଠ କର୍ମଚାରୀ ଅଛନ୍ତି । ଯେଉଁଥିରେ କମ୍ପାନିର ଉପ-ମହାନିର୍ଦ୍ଦେଶକ, ମୁଖ୍ୟ ଇଞ୍ଜିନିୟର ଏବଂ ମୁଖ୍ୟ ଡିଜାଇନର୍ ଅଛନ୍ତି । କେମ୍ଜ ହେଉଛି ରୁଷୀୟ ସେନା ପାଇଁ ସୁଖୋଇ ଏବଂ ମିଗ୍ ଲଢୁଆ ବିମାନରେ ବ୍ୟବହୃତ ଗୁରୁତ୍ୱପୂର୍ଣ୍ଣ ପ୍ରଣାଳୀର ଏକ ପ୍ରମୁଖ ଯୋଗାଣକାରୀ କମ୍ପାନି ।
ଅଧିକ ପଢ଼ନ୍ତୁ : ରୁଷ ଉପରେ ୟୁକ୍ରେନର ବଡ଼ ଆଟାକ୍; ବନ୍ଦର କ୍ଷତିଗ୍ରସ୍ତ, ଜଳୁଛି ତେଲ ଟର୍ମିନାଲ
ଖବର ଅନୁଯାୟୀ, ହେଲିକପ୍ଟରଟି କିଜଲ୍ୟାରରୁ ଇଜବର୍ବାଶ ଅଭିମୁଖେ ଯାଉଥିବା ବେଳେ ଆକାଶରେ ନିଆଁ ଲାଗିଯାଇଥିଲା । ସୋସିଆଲ୍ ମିଡିଆରେ ସେୟାର ହୋଇଥିବା ଭିଡିଓରେ ଦେଖାଯାଇଛି, ହେଲିକପ୍ଟରଟି ତଳେ ପଡ଼ିବା ପୂର୍ବରୁ ଏହାର ପଛ ଅଂଶ ଭାଙ୍ଗି ଅଲଗା ହୋଇଯାଇଥିଲା । ଘଟଣାର ତଦନ୍ତ ପାଇଁ ରୁଷର ଫେଡେରାଲ୍ ଏୟାର ଟ୍ରାନ୍ସପୋର୍ଟ ଏଜେନ୍ସି ନିର୍ଦ୍ଦେଶ ଦେଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2025/11/10/helicopter-crash-2025-11-10-17-05-07.jpeg)