କନକ ବ୍ୟୁରୋ : ଲଗାଣ ବର୍ଷାରେ ଉବୁଟୁବୁ ମାୟାନଗରୀ । ୪ ଦିନ ଧରି ମହାରାଷ୍ଟ୍ର ମୁମ୍ବାଇରେ ବର୍ଷା ଜାରି ରହିଛି । ଲଗାଣ ବର୍ଷ ପ୍ରଭାବରେ ସହରର ଅନେକ ସ୍ଥାନ ଜଳମଗ୍ନ ହୋଇଯାଇଛି । କିଛି କିଛି ସ୍ଥାନରେ ରାସ୍ତା ଉପରେ ୩,୪ ଫୁଟ ଉଚ୍ଚ ପାଣି ଜମି ରହିଛି । ଗତକାଲି ମୁମ୍ବାଇ ଓ ଏହାର ଆଖାପାଖ ଅଞ୍ଚଳରେ ୧୦୦ରୁ ୧୭୦ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ପ୍ରବଳ ବର୍ଷା ପାଇଁ ଆଜି ମୁମ୍ବାଇରେ ସମସ୍ତ କଲେଜ୍, ସ୍କୁଲ ବନ୍ଦ ଘୋଷଣା କରାଯାଇଛି । ଏଥିସହ ସମସ୍ତ ସରକାରୀ କାର୍ଯ୍ୟାଳୟ ମଧ୍ୟ ବନ୍ଦ ଘୋଷଣା କରାଯାଇଛି । ଅଯଥା ବାହାରକୁ ନବାହାରିବାକୁ ପରାମର୍ଶ ଦିଆଯାଇଛି । ଘରେ ରହିବାକୁ ସମସ୍ତଙ୍କୁ ସତର୍କ କରାଯାଇଛି । ବର୍ଷାର ମାତ୍ରା ଧିରେଧିରେ ବଢୁଥିବା ବେଳେ ଆଗାମୀ ୨୧ ତାରିଖ ଯାଏଁ ଏମିତି ବର୍ଷା ଲାଗି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ସେପଟେ ବର୍ଷା ପାଇଁ ୮ ଜଣଙ୍କ ଜୀବନ ଯାଇଥିବା ସୂଚନା ରହିଛି ।
ବର୍ଷାରେ ଉବୁଟୁବୁ ମୁମ୍ବାଇ
ମୁମ୍ବାଇରେ ଭାରୀ ବର୍ଷା
ପୂରା ମୁମ୍ବାଇ ପାଇଁ ରେଡ୍ ଆଲର୍ଟ ଜାରି କଲା ଆଇଏମଡି
ଅନ୍ଧେରୀ, ସିଓନ୍, ମାତୁଙ୍ଗା, ଖାର ଓ ବାକୋଲାରେ କୃତ୍ରିମ ବନ୍ୟା ସ୍ଥିତି
ପ୍ରବଳ ବର୍ଷା ପାଇଁ ବନ୍ଦ ହେଲା ସ୍କୁଲ ଓ କଲେଜ
ବର୍ଷା ପାଇଁ ସରକାରୀ କାର୍ଯ୍ୟାଳୟ ବନ୍ଦ
ସମସ୍ତ ସରକାରୀ ଓ ଅର୍ଦ୍ଧ-ସରକାରୀ କାର୍ଯ୍ୟାଳୟ ବନ୍ଦ ଘୋଷଣା
ଅନ୍ଧେରୀ ସବୱେ, ବାକୋଲା ବ୍ରିଜ୍ ଓ ୱେଷ୍ଟର୍ଣ୍ଣଁ ଏକ୍ସପ୍ରେସ ହାଇୱେରେ ଟ୍ରାଫିକ ଜାମ୍
ସେଣ୍ଟ୍ରାଲ ଓ ୱେଷ୍ଟର୍ଣ୍ଣ ଲାଇନରେ ଲୋକାଲ ଟ୍ରେନ୍ ବିଳମ୍ବରେ ଚାଲୁଛି
ଅନେକ ବିମାନ ସେବା ପ୍ରଭାବିତ
ବିମାନ ବିଳମ୍ବ ନେଇ ସୂଚନା ଜାରି
ଏୟାର ଟ୍ରାଭେଲ ଆଡଭାଇଜରି ଜାରି
ସତର୍କ ରହିବାକୁ ଲୋକଙ୍କୁ ନିବେଦନ କଲେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ
ଆଇଏମଡି ଅନୁଯାୟୀ, ୨୧ ପର୍ଯ୍ୟନ୍ତ ମୁମ୍ବାଇରେ ଜାରି ରହିବ ପ୍ରବଳ ବର୍ଷା
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t084759337z-8e80dfc5-7f9d-489e-bfa6-474877a37c58-2025-12-17-14-17-59.jpg)
/kanak/media/media_files/2025/08/19/60-2025-08-19-14-14-26.jpg)