ଦିଲ୍ଲୀ ଓ ଆଖପାଖରେ ପ୍ରବଳ ବର୍ଷା : ଜନଜୀବନ ଅସ୍ତବ୍ୟସ୍ତ

Advertisment

କେଉଁଠି ଘର ଭାଙ୍ଗିଲାଣି ତ କେଉଁଠି ବନ୍ୟାପାଣି ଘରେ ପଶିଲାଣି । ଲଗାଣ ବର୍ଷା ପାଇଁ ବେହାଲ ହେବାରେ ଲାଗିଛି ଜନଜୀବନ । ଦେଶର ରାଜଧାନୀ ଦିଲ୍ଲୀ ଏବଂ ଏନସିଆରରେ ପ୍ରବଳ ବର୍ଷା ହେଉଛି ।

କେଉଁଠି ଘର ଭାଙ୍ଗିଲାଣି ତ କେଉଁଠି ବନ୍ୟାପାଣି ଘରେ ପଶିଲାଣି । ଲଗାଣ ବର୍ଷା ପାଇଁ ବେହାଲ ହେବାରେ ଲାଗିଛି ଜନଜୀବନ । ଦେଶର ରାଜଧାନୀ ଦିଲ୍ଲୀ ଏବଂ ଏନସିଆରରେ ପ୍ରବଳ ବର୍ଷା ହେଉଛି ।

Delhi

Photograph: (kanaknews)

କନକ ବ୍ୟୁରୋ : ଦେଶର ଅନେକ ସ୍ଥାନରେ ମୌସୁମୀ ବର୍ଷା ତାଣ୍ଡବ ରଚୁଛି । କେଉଁଠି ଘର ଭାଙ୍ଗିଲାଣି ତ କେଉଁଠି ବନ୍ୟାପାଣି ଘରେ ପଶିଲାଣି । ଲଗାଣ ବର୍ଷା ପାଇଁ ବେହାଲ ହେବାରେ ଲାଗିଛି ଜନଜୀବନ । ଦେଶର ରାଜଧାନୀ ଦିଲ୍ଲୀ ଏବଂ ଏନସିଆରରେ ପ୍ରବଳ ବର୍ଷା ହେଉଛି । ଦିଲ୍ଲୀ, ଗାଜିଆବାଦ, ଫରିଦାବାଦ, ଗ୍ରେଟର ନୋଏଡା ସମେତ ଅନେକ ଅଞ୍ଚଳରେ ଲାଗିରହିଛି ପ୍ରବଳ ବର୍ଷା ।

ଅନେକ ଅଞ୍ଚଳର ରାସ୍ତା ପାଣିରେ ବୁଡ଼ି ରହିଛି । ବିମାନବନ୍ଦରର ରନୱେ ମଧ୍ୟ ପାଣିରେ ବୁଡ଼ି ରହିଛି । ଏଥିପାଇଁ ଅନେକ ବିମାନ ଚଳାଚଳରେ ବାଧା ଉପୁଜୁଛି । ପ୍ରବଳ ବର୍ଷା ଓ ପବନ ପାଇଁ ଇଣ୍ଡିଗୋ, ସ୍ପାଇସ୍‌ଜେଟ୍ ଓ ଏୟାର ଇଣ୍ଡିଆ ଭଳି ବିମାନ କମ୍ପାନିମାନେ ଆଡ୍‌ଭାଇଜରି ଜାରି କରିଛନ୍ତି । ବର୍ଷା ପାଇଁ ଉଡ଼ାଣ ଓ ଅବତରଣ ବିଳମ୍ବ ହେଉଥିବାରୁ ସ୍ପାଇସ୍‌ଜେଟ୍ ଓ ଏୟାର ଇଣ୍ଡିଆ ଭଳି ବିମାନ କମ୍ପାନି ଯାତ୍ରୀଙ୍କୁ ବିମାନ ଉଡ଼ାଣର ସମୟ ଯାଞ୍ଚ କରି ଘରୁ ବାହାରିବାକୁ ପରାମର୍ଶ ଦେଇଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe