କନକ ବ୍ୟୁରୋ : ଦେଶର ଅନେକ ସ୍ଥାନରେ ମୌସୁମୀ ବର୍ଷା ତାଣ୍ଡବ ରଚୁଛି । କେଉଁଠି ଘର ଭାଙ୍ଗିଲାଣି ତ କେଉଁଠି ବନ୍ୟାପାଣି ଘରେ ପଶିଲାଣି । ଲଗାଣ ବର୍ଷା ପାଇଁ ବେହାଲ ହେବାରେ ଲାଗିଛି ଜନଜୀବନ । ଦେଶର ରାଜଧାନୀ ଦିଲ୍ଲୀ ଏବଂ ଏନସିଆରରେ ପ୍ରବଳ ବର୍ଷା ହେଉଛି । ଦିଲ୍ଲୀ, ଗାଜିଆବାଦ, ଫରିଦାବାଦ, ଗ୍ରେଟର ନୋଏଡା ସମେତ ଅନେକ ଅଞ୍ଚଳରେ ଲାଗିରହିଛି ପ୍ରବଳ ବର୍ଷା ।
ଅନେକ ଅଞ୍ଚଳର ରାସ୍ତା ପାଣିରେ ବୁଡ଼ି ରହିଛି । ବିମାନବନ୍ଦରର ରନୱେ ମଧ୍ୟ ପାଣିରେ ବୁଡ଼ି ରହିଛି । ଏଥିପାଇଁ ଅନେକ ବିମାନ ଚଳାଚଳରେ ବାଧା ଉପୁଜୁଛି । ପ୍ରବଳ ବର୍ଷା ଓ ପବନ ପାଇଁ ଇଣ୍ଡିଗୋ, ସ୍ପାଇସ୍ଜେଟ୍ ଓ ଏୟାର ଇଣ୍ଡିଆ ଭଳି ବିମାନ କମ୍ପାନିମାନେ ଆଡ୍ଭାଇଜରି ଜାରି କରିଛନ୍ତି । ବର୍ଷା ପାଇଁ ଉଡ଼ାଣ ଓ ଅବତରଣ ବିଳମ୍ବ ହେଉଥିବାରୁ ସ୍ପାଇସ୍ଜେଟ୍ ଓ ଏୟାର ଇଣ୍ଡିଆ ଭଳି ବିମାନ କମ୍ପାନି ଯାତ୍ରୀଙ୍କୁ ବିମାନ ଉଡ଼ାଣର ସମୟ ଯାଞ୍ଚ କରି ଘରୁ ବାହାରିବାକୁ ପରାମର୍ଶ ଦେଇଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t084759337z-8e80dfc5-7f9d-489e-bfa6-474877a37c58-2025-12-17-14-17-59.jpg)
/kanak/media/media_files/2025/07/29/delhi-2025-07-29-16-39-15.jpg)