କେରଳ ହାଇକୋର୍ଟଙ୍କ ବଡ଼ ରାୟ; ପିଲାଙ୍କ ସାମ୍ନାରେ ଯୌନ ସମ୍ପର୍କ ରଖିବା ଅବା ଉଲଗ୍ନ ହେବା ଅପରାଧ

Advertisment

ପିଲାଙ୍କ ସାମ୍ନାରେ ଯୌନ ସମ୍ପର୍କ ରଖିବା ଅବା ଉଲଗ୍ନ ଅପରାଧ । ପୋକ୍ସୋ ଆଇନ ଅନୁସାରେ ଏହା ଦଣ୍ଡନୀୟ ଅପରାଧ କହିଲେ କେରଳ ହାଇକୋର୍ଟ । କବାଟ ବନ୍ଦ ନକରି ଶାରିରୀକ ସମ୍ପର୍କ ରଖିବା ସମୟରେ ଚାଲିଆସିଥିଲା ପୁଅ ।

ପିଲାଙ୍କ ସାମ୍ନାରେ ଯୌନ ସମ୍ପର୍କ ରଖିବା ଅବା ଉଲଗ୍ନ ଅପରାଧ । ପୋକ୍ସୋ ଆଇନ ଅନୁସାରେ ଏହା ଦଣ୍ଡନୀୟ ଅପରାଧ କହିଲେ କେରଳ ହାଇକୋର୍ଟ । କବାଟ ବନ୍ଦ ନକରି ଶାରିରୀକ ସମ୍ପର୍କ ରଖିବା ସମୟରେ ଚାଲିଆସିଥିଲା ପୁଅ ।

Crime

କନକ ବ୍ୟୁରୋ : ପିଲାଙ୍କ ସାମ୍ନାରେ ଯୋନ ସମ୍ପର୍କ ରଖିବା ଅପରାଧ । ଏହା ଶିଶୁ ଯୌନ ଅଧିକାର କ୍ଷୁର୍ଣ୍ଣ କରୁଛି । ଏପରିକି ଶିଶୁଙ୍କ ସମ୍ମୁଖରେ କିଛି ଡ୍ରେସ୍ ନପିନ୍ଧିବା ଅବା ଉଲଗ୍ନ ହେବ ମଧ୍ୟ ଅପରାଧ । ପୋକ୍ସୋ ଆଇନ ଅନୁସାରେ ଏହା ଦଣ୍ଡନୀୟ ଅପରାଧ ବୋଲି କହିଛନ୍ତି କେରଳ ହାଇକୋର୍ଟ ଜଷ୍ଟିସ୍ ବର୍ଦ୍ଧୁଉଦ୍ଦୀନ ଏସମ୍ପର୍କିତ ଏକ ମାମଲାର ଶୁଣାଣି କରି ଏଭଳି କହିଛନ୍ତି

ସୂଚନା ମୁତବାକ, ପିଲାର ବାପା ଏବଂ ମା’ ଘରେ ଶାରୀରିକ ସମ୍ପର୍କ ରଖିବା ସମୟରେ କବାଟ ଦେଇନଥିଲେ । ଯାହା ପିଲାକୁ ସେହି ସମୟରେ ରୁମ ଭିତରକୁ ପ୍ରବେଶ କରିବାକୁ ଅନୁମତି ଦେଇଥିଲା । ତେଣୁ ପିଲା ଏସବୁ ଦେଖିବା ସହ ପ୍ରଶ୍ନ କରିଥିଲା । ଏହା ପୋକ୍ସୋ ଆଇନ ଧାରା୧୧(ଆଇ) ଅନୁଯାୟୀ ଏହା ଅପରାଧ ବୋଲି କହିଛନ୍ତି ହାଇକୋର୍ଟ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe