କନକ ବ୍ୟୁରୋ : ପିଲାଙ୍କ ସାମ୍ନାରେ ଯୋନ ସମ୍ପର୍କ ରଖିବା ଅପରାଧ । ଏହା ଶିଶୁ ଯୌନ ଅଧିକାର କ୍ଷୁର୍ଣ୍ଣ କରୁଛି । ଏପରିକି ଶିଶୁଙ୍କ ସମ୍ମୁଖରେ କିଛି ଡ୍ରେସ୍ ନପିନ୍ଧିବା ଅବା ଉଲଗ୍ନ ହେବ ମଧ୍ୟ ଅପରାଧ । ପୋକ୍ସୋ ଆଇନ ଅନୁସାରେ ଏହା ଦଣ୍ଡନୀୟ ଅପରାଧ ବୋଲି କହିଛନ୍ତି କେରଳ ହାଇକୋର୍ଟ । ଜଷ୍ଟିସ୍ ବର୍ଦ୍ଧୁଉଦ୍ଦୀନ ଏସମ୍ପର୍କିତ ଏକ ମାମଲାର ଶୁଣାଣି କରି ଏଭଳି କହିଛନ୍ତି ।
ସୂଚନା ମୁତବାକ, ପିଲାର ବାପା ଏବଂ ମା’ ଘରେ ଶାରୀରିକ ସମ୍ପର୍କ ରଖିବା ସମୟରେ କବାଟ ଦେଇନଥିଲେ । ଯାହା ପିଲାକୁ ସେହି ସମୟରେ ରୁମ ଭିତରକୁ ପ୍ରବେଶ କରିବାକୁ ଅନୁମତି ଦେଇଥିଲା । ତେଣୁ ପିଲା ଏସବୁ ଦେଖିବା ସହ ପ୍ରଶ୍ନ କରିଥିଲା । ଏହା ପୋକ୍ସୋ ଆଇନ ଧାରା୧୧(ଆଇ) ଅନୁଯାୟୀ ଏହା ଅପରାଧ ବୋଲି କହିଛନ୍ତି ହାଇକୋର୍ଟ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)