କନକ ବ୍ୟୁରୋ : ହରିଆଣା ପାଇଁ କଂଗ୍ରେର ପ୍ରତିଶ୍ରୁତିବର୍ଷା । ଭୋଟ ପାଇଁ ଦଳର ମାଳମାଳ ପ୍ରତିଶ୍ରୁତି ।କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ଆଜି ନିର୍ବାଚନୀ ଇସ୍ତାହାର ଜାରି କରିଛନ୍ତି ।ରାଜ୍ୟର ଦଳ ସରକାର ଗଢ଼ିଲେ ଗରିବଙ୍କୁ ମିଳିବ ଦୁଇ ବଖରା ଘର ଓ ମହିଳାଙ୍କୁ ମିଳିବ ବାର୍ଷିକ ଭତ୍ତା ।୫ଶହ ଟଙ୍କାର ରୋଷେଇ ଗ୍ୟାସ ସିଲିଣ୍ଡର ମଧ୍ୟ ମିଳିବ । ୨ଲକ୍ଷ ଯୁବକଙ୍କୁ ମିଳିବ ଚାକିରି ।
ସେହିପରି ରାଜ୍ୟକୁ ନିଶାମୁକ୍ତ କରିବାକୁ ବିଭିନ୍ନ ଯୋଜନା ଲାଗୁ କରାଯିବ । ୩ଶହ ୟୁନିଟି ପର୍ଯ୍ୟନ୍ତ ମାଗଣା ବିଜୁଳି ଦିଆଯିବ । ୨୫ଲକ୍ଷ ଟଙ୍କାର ମାଗଣା ଚିକିତ୍ସା ।ବୃଦ୍ଧ,ଦିବ୍ୟାଙ୍ଗ ଓ ବିଧବାଙ୍କୁ ମିଳିବ୬ହଜାର ଟଙ୍କା ପେନସନ ।ଜାତିଜନଗଣନା କରାଯିବ । ଗ୍ୟାରେଣ୍ଟିପତ୍ର ଜାରି ସମୟରେ ଖଡ଼ଗେଙ୍କ ସମେତ କଂଗ୍ରେସ ମହାସଚିବ କେସି ବେଣୁଗୋପାଳ, ଭୁପେନ୍ଦ୍ର ସିଂ ହୁଡ୍ଡା ମଧ୍ୟ ଉପସ୍ଥିତି ଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/5znHqXu4Ybpn1LjxP3TT.jpg)