ରୋଚକ ହେବ ହରିଆଣା ନିର୍ବାଚନ । ସ୍ୱାଧୀନ ଭାବେ ଲଢିବେ ଦେଶର ସବୁଠାରୁ ଧନୀ ମହିଳା ।

Advertisment

ଭାରତର ସବୁଠାରୁ ଧନୀ ମହିଳା । ସାବିତ୍ରୀ ଜିନ୍ଦଲ ହରିୟଣା ବିଧାନସଭା ନିର୍ବାଚନ ଲଢିବେ । ଗତକାଲି ପ୍ରାର୍ଥୀପତ୍ର ଦାଖଲର ଶେଷ ଦିନରେ ସାବିତ୍ରୀ ହିସାରରୁ ସ୍ବାଧୀନ ଭାବେ ନାମାଙ୍କନ ଦାଖଲ କରିଛନ୍ତି । 

Updated On

ଭାରତର ସବୁଠାରୁ ଧନୀ ମହିଳା । ସାବିତ୍ରୀ ଜିନ୍ଦଲ ହରିୟଣା ବିଧାନସଭା ନିର୍ବାଚନ ଲଢିବେ । ଗତକାଲି ପ୍ରାର୍ଥୀପତ୍ର ଦାଖଲର ଶେଷ ଦିନରେ ସାବିତ୍ରୀ ହିସାରରୁ ସ୍ବାଧୀନ ଭାବେ ନାମାଙ୍କନ ଦାଖଲ କରିଛନ୍ତି । 

ଅଦ୍ୟତନ ହୋଇଛି
57ଂମମ

କନକ ବ୍ୟୁରୋ: କୁରୁକ୍ଷେତ୍ରର ବିଜେପି ସାଂସଦ ଶିଳ୍ପପତି ନବୀନ ଜିନ୍ଦଲଙ୍କ ମାଁ ସାବିତ୍ରୀ ଜିନ୍ଦଲ  ହିସାର ରୁ ସ୍ୱାଧୀନ ଭାବେ ଲଢିବା ହରିଆଣା ରାଜନୀତି ପାଣିପାଗକୁ ସରଗରମ କରିଛି । ସାବିତ୍ରୀଙ୍କର ବିଜେପି ପ୍ରାର୍ଥୀ ତଥା ରାଜ୍ୟମନ୍ତୀ କମଲ ଗୁପ୍ତାଙ୍କ ସହ ପ୍ରତିଦ୍ବନ୍ଦିତା ହେବ।

ବିଶିଷ୍ଟ ଶିଳ୍ପପତି ସ୍ୱର୍ଗତ ଓପି ଜିନ୍ଦଲଙ୍କ ପତ୍ନୀ ସାବିତ୍ରୀ ଦେଶର ସବୁଠାରୁ ଧନୀ ମହିଳାଭାବେ ଗଣା ଯାଆନ୍ତି । ହିସାରରୁ ବିଜେପିରୁ ଟିକେଟ ପାଇବାକୁ ଆଶା ରଖିଥିଲେ ସାବିତ୍ରୀ ମାତ୍ର ଶେଷ ସମୟ ପର୍ଯ୍ୟନ୍ତ ତାହା ସମ୍ବବ ନହେବାରୁ ବାଧ୍ୟ ହୋଇ ସ୍ୱାଧୀନ ଭାବେ ନାମାଙ୍କନ ଦାଖଲ କରିଛନ୍ତି ସାବିତ୍ରୀ । କଂଗ୍ରେସ ଟିକେଟରେ ଦୁଇଥର ବିଧାନସଭା ନିର୍ବାଚିତ ହୋଇଥିବା ସାବିତ୍ରୀ ଜିନ୍ଦଲ ଭୁପିନ୍ଦର ସିଂହ ହୁଡ୍ଡାଙ୍କ ମନ୍ତୀମଣ୍ଡଳରେ ମନ୍ତ୍ରୀ ଭାବେ କାର୍ଯ୍ୟ କରିଛନ୍ତି ।

ମାର୍ଚ୍ଚ ମାସରେ ପୁଅ ନବୀନ ଜିନ୍ଦଲଙ୍କ ସହ କଂଗ୍ରେସରୁ  ଇସ୍ତଫା ଦେଇ ବିଜେପି ରେ ମିଶିଥିଲେ ସାବିତ୍ରୀ । ଏବେ ନବୀନ ବିଜେପି ସାଂସଦ ଥିବାରୁ ସାବିତ୍ରୀ ହିସାର ରୁ ଦଳୀୟ ପ୍ରାର୍ଥୀ କମଲ ଗୁପ୍ତା ସପକ୍ଷରେ ଯାଇଁ ନାମାଙ୍କନ ପ୍ରତ୍ୟାହାର କରିବେ ନା ସ୍ବାଧୀନ ଭାବେ ଲଢିବେ ତାହା ସେପ୍ଟମ୍ବର ୧୬ ତାରିଖରେ ଜଣାପଡିବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe