କନକ ବ୍ୟୁରୋ: କୁରୁକ୍ଷେତ୍ରର ବିଜେପି ସାଂସଦ ଶିଳ୍ପପତି ନବୀନ ଜିନ୍ଦଲଙ୍କ ମାଁ ସାବିତ୍ରୀ ଜିନ୍ଦଲ ହିସାର ରୁ ସ୍ୱାଧୀନ ଭାବେ ଲଢିବା ହରିଆଣା ରାଜନୀତି ପାଣିପାଗକୁ ସରଗରମ କରିଛି । ସାବିତ୍ରୀଙ୍କର ବିଜେପି ପ୍ରାର୍ଥୀ ତଥା ରାଜ୍ୟମନ୍ତୀ କମଲ ଗୁପ୍ତାଙ୍କ ସହ ପ୍ରତିଦ୍ବନ୍ଦିତା ହେବ।
ବିଶିଷ୍ଟ ଶିଳ୍ପପତି ସ୍ୱର୍ଗତ ଓପି ଜିନ୍ଦଲଙ୍କ ପତ୍ନୀ ସାବିତ୍ରୀ ଦେଶର ସବୁଠାରୁ ଧନୀ ମହିଳାଭାବେ ଗଣା ଯାଆନ୍ତି । ହିସାରରୁ ବିଜେପିରୁ ଟିକେଟ ପାଇବାକୁ ଆଶା ରଖିଥିଲେ ସାବିତ୍ରୀ ମାତ୍ର ଶେଷ ସମୟ ପର୍ଯ୍ୟନ୍ତ ତାହା ସମ୍ବବ ନହେବାରୁ ବାଧ୍ୟ ହୋଇ ସ୍ୱାଧୀନ ଭାବେ ନାମାଙ୍କନ ଦାଖଲ କରିଛନ୍ତି ସାବିତ୍ରୀ । କଂଗ୍ରେସ ଟିକେଟରେ ଦୁଇଥର ବିଧାନସଭା ନିର୍ବାଚିତ ହୋଇଥିବା ସାବିତ୍ରୀ ଜିନ୍ଦଲ ଭୁପିନ୍ଦର ସିଂହ ହୁଡ୍ଡାଙ୍କ ମନ୍ତୀମଣ୍ଡଳରେ ମନ୍ତ୍ରୀ ଭାବେ କାର୍ଯ୍ୟ କରିଛନ୍ତି ।
ମାର୍ଚ୍ଚ ମାସରେ ପୁଅ ନବୀନ ଜିନ୍ଦଲଙ୍କ ସହ କଂଗ୍ରେସରୁ ଇସ୍ତଫା ଦେଇ ବିଜେପି ରେ ମିଶିଥିଲେ ସାବିତ୍ରୀ । ଏବେ ନବୀନ ବିଜେପି ସାଂସଦ ଥିବାରୁ ସାବିତ୍ରୀ ହିସାର ରୁ ଦଳୀୟ ପ୍ରାର୍ଥୀ କମଲ ଗୁପ୍ତା ସପକ୍ଷରେ ଯାଇଁ ନାମାଙ୍କନ ପ୍ରତ୍ୟାହାର କରିବେ ନା ସ୍ବାଧୀନ ଭାବେ ଲଢିବେ ତାହା ସେପ୍ଟମ୍ବର ୧୬ ତାରିଖରେ ଜଣାପଡିବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/28/2025-04-28t103046215z-348267369_658890662730311_6089886170448266075_n.jpg)
/kanak/media/media_files/YsEMatIem6sSLLhr38aI.jpg)