ସୁନା ଓ ରୁପା ଦର ବେଲଗାମ...

Advertisment

୨୨ କ୍ୟାରେଟ୍‌ ସୁନାର ୧୦ ଗ୍ରାମ୍‌ ପିଛା ଦର ୧୭୫୦ ଟଙ୍କା ବୃଦ୍ଧି ଘଟି ୧,୩୩,୫୫୦ ଟଙ୍କା ଛୁଇଁଛି । ୨୦୨୬ ମସିହାର ପ୍ରଥମ ୧୯ ଦିନରେ ସୁନା ଦର ପାଖାପାଖି ୮ ପ୍ରତିଶତ ବୃଦ୍ଧି ପାଇଛି ।

୨୨ କ୍ୟାରେଟ୍‌ ସୁନାର ୧୦ ଗ୍ରାମ୍‌ ପିଛା ଦର ୧୭୫୦ ଟଙ୍କା ବୃଦ୍ଧି ଘଟି ୧,୩୩,୫୫୦ ଟଙ୍କା ଛୁଇଁଛି । ୨୦୨୬ ମସିହାର ପ୍ରଥମ ୧୯ ଦିନରେ ସୁନା ଦର ପାଖାପାଖି ୮ ପ୍ରତିଶତ ବୃଦ୍ଧି ପାଇଛି ।

888

gold price Photograph: (google)

କନକ ବ୍ୟୁରୋ: ସୁନା ରୁପା ଦର ଲଗାମହୀନ ଭାବେ ବଢ଼ିଚାଲିଛି। ଦିନକୁ ଦିନ ଏହି ଦୁଇ ମୂଲ୍ୟବାନ ଧାତୁର ଦାମ୍‌ ନୂଆ ରେକର୍ଡ କରୁଛି । ଏହି କ୍ରମରେ ସୋମବାର ଭୁବନେଶ୍ବର ବଜାରରେ ୨୪ କ୍ୟାରେଟ୍‌ ସୁନାର ୧୦ ଗ୍ରାମ୍‌ ପିଛା ମୂଲ୍ୟ ୧୯୧୦ ଟଙ୍କା ବୃଦ୍ଧି ପାଇ ନୂଆ ରେକର୍ଡ ୧,୪୫,୬୯୦ ଟଙ୍କାରେ ପହଞ୍ଚିଛି । ସେହିଭଳି ୨୨ କ୍ୟାରେଟ୍‌ ସୁନାର ୧୦ ଗ୍ରାମ୍‌ ପିଛା ଦର ୧୭୫୦ ଟଙ୍କା ବୃଦ୍ଧି ଘଟି ୧,୩୩,୫୫୦ ଟଙ୍କା ଛୁଇଁଛି । ୨୦୨୬ ମସିହାର ପ୍ରଥମ ୧୯ ଦିନରେ ସୁନା ଦର ପାଖାପାଖି ୮ ପ୍ରତିଶତ ବୃଦ୍ଧି ପାଇଛି ।

ଜାନୁଆରି ପହିଲାରେ ୨୪ କ୍ୟାରେଟ୍‌ ସୁନା ଦର ୧,୩୫,୦୬୦ ଟଙ୍କା ଥିଲା। ତେଣୁ ଗତ ୧୯ ଦିନରେ ଏହାର ଦର ୧୦,୬୩୦ ଟଙ୍କା ବଢ଼ିଯାଇଛି। ସେହିଭଳି ୨୨ କ୍ୟାରେଟ୍ ସୁନା ଦର ଜାନୁଆରି ପହିଲାରେ ୧,୨୩,୮୦୦ ଟଙ୍କା ଥିଲା। ତେଣୁ ୨୨ କ୍ୟାରେଟ୍‌ ସୁନା ଦାମ୍‌ ଇତିମଧ୍ୟରେ ୯୭୫୦ ଟଙ୍କା ମହଙ୍ଗା ହୋଇଯାଇଛି । ସୁନା ତୁଳନାରେ ରୁପା ଦର ଦ୍ରୁତମାତ୍ରାରେ ବୃଦ୍ଧି ପାଉଛି । ସୋମବାର ଭୁବନେଶ୍ବର ବଜାରରେ ରୁପା ଦର କିଲୋଗ୍ରାମ୍‌ ପିଛା ୮୦୦୦ ଟଙ୍କା ବୃଦ୍ଧି ପାଇ ନୂଆ ରେକର୍ଡ ୩,୧୮,୦୦୦ ଟଙ୍କା ଛୁଇଁଛି ।

୨୦୨୬ ମସିହାର ପ୍ରଥମ ୧୯ ଦିନରେ ରୁପା ଦର ୨୪.୨୨ ପ୍ରତିଶତ ବୃଦ୍ଧି ପାଇଲାଣି । ଜାନୁଆରି ପହିଲାରେ ରୁପା ଦର କିଲୋଗ୍ରାମ ପିଛା ୨,୫୬,୦୦୦ ଟଙ୍କା ରହିଥିଲା । ତେଣୁ ଇତିମଧ୍ୟରେ ରୁପା ଦରରେ ୬୨ ହଜାର ଟଙ୍କା ବୃଦ୍ଧି ଘଟିଲାଣି । ଅନ୍ତର୍ଜାତୀୟସ୍ତରରେ ଦେଖାଦେଇଥିବା ଭୂରାଜନୈତିକ କାରଣ ପାଇଁ ନିବେଶକମାନେ ସୁନା ଓ ରୁପା ଭଳି ମୂଲ୍ୟବାନ ଧାତୁରେ ନିବେଶ କରିବାକୁ ପସନ୍ଦ କରୁଛନ୍ତି । ଏଥିସହିତ ଅନ୍ୟାନ୍ୟ କ୍ଷେତ୍ରରେ ମଧ୍ୟ ଏହି ଧାତୁର ବ୍ୟବହାର ବୃଦ୍ଧି ପାଇଥିବାରୁ ଚାହିଦା ବଢ଼ିଯାଇଛି । ଏହାର ପ୍ରଭାବ ଦର ଉପରେ ପଡ଼ିଛି ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe