କନକ ବ୍ୟୁରୋ : ଉତ୍ତରପ୍ରଦେଶର ଗୋରଖପୁରରେ ତୃତୀୟ ଶ୍ରେଣୀରେ ପଢୁଥିବା ଜଣେ ଛାତ୍ରୀଙ୍କ ଜିଭ ଏକ ବୋତଲର ଢାଙ୍କୁଣୀରେ ଫସି ଯାଇଥିଲା । ଢାଙ୍କୁଣୀ ନ ବାହାରିବାରୁ ଝିଅଟି ଯନ୍ତ୍ରଣାରେ ଛଟପଟ ହେବା ସହ କାନ୍ଦିବାକୁ ଲାଗିଲା । ଶିକ୍ଷକ ଏବଂ ସ୍କୁଲର କର୍ମଚାରୀମାନେ ଜିଭରେ ଫସିଥିବା ଢାଙ୍କୁଣୀକୁ ବାହାର କରିବାକୁ ଚେଷ୍ଟା କରିଥିଲେ କିନ୍ତୁ ସଫଳ ହୋଇନଥିଲେ । ଏହା ପରେ ସ୍କୁଲ୍ କର୍ମଚାରୀମାନେ ତୁରନ୍ତ ଛାତ୍ରୀଙ୍କୁ ଡାକ୍ତରଙ୍କ ନିକଟକୁ ନେଇଗଲେ । ଡାକ୍ତର ଅପରେସନ୍ ଥିଏଟରରେ ଜିଭରେ ଫସିଥିବା ଢାଙ୍କୁଣୀକୁ କାଟି ବାହାର କରିଥିଲେ । ବର୍ତ୍ତମାନ ଝିଅଟି ସମ୍ପୂର୍ଣ୍ଣ ସୁସ୍ଥ ଅଛି ।
ଗୋରଖପୁରର ରାପ୍ତି ନଗରରେ ରହୁଥିବା ୮ ବର୍ଷୀୟା ଆଦ୍ରିତି ସିଂ ସ୍କୁଲରେ ବୋତଲରୁ ପାଣି ପିଉଥିବା ବେଳେ ହଠାତ୍ ତାଙ୍କ ଜିଭ ଢାଙ୍କୁଣୀରେ ଫସିଯାଇଥିଲା । ଢାଙ୍କୁଣୀରେ ଫସିଯିବା କାରଣରୁ କଥା ନ କହିପାରି ସେ ଅସହ୍ୟ ଯନ୍ତ୍ରଣାରେ ଛଟପଟ ହେଉଥିଲେ । ସ୍କୁଲ୍ କର୍ମଚାରୀ , ଶିକ୍ଷକ ଢାଙ୍କୁଣୀ ବାହାର କରିବାକୁ ଶତଚେଷ୍ଟା କରିବା ପରେ ମଧ୍ୟ ଢାଙ୍କୁଣୀ ବାହାରି ନଥିଲା । ପ୍ରଥମେ ଝିଅଟିକୁ ୨ ଟି ଡାକ୍ତରଖାନା ନିଆଯାଇଥିଲା କିନ୍ତୁ ଡାକ୍ତର ଢାଙ୍କୁଣୀ ବାହାର କରିବାରେ ଅସଫଳ ହୋଇଥିଲେ । ଶେଷରେ ନାକ, କାନ ଏବଂ ଗଳା ବିଶେଷଜ୍ଞ ଡାକ୍ତର ପିଏନ୍ ଜୟସୱାଲଙ୍କ ପାଖକୁ ଝିଅଟିକୁ ନିଆଗଲା । ଡାକ୍ତର ଝିଅକୁ ଅପରେସନ୍ ଥିଏଟରକୁ ନେଇ ଢାଙ୍କୁଣୀ କାଟି ଜିଭକୁ ସୁରକ୍ଷିତ ଭାବେ ବାହାର କଲେ ।
ଡାକ୍ତର ପିଏନ୍ ଜୟସୱାଲ କହିଛନ୍ତି ଯେ ‘ଯେତେବେଳେ ବିଦ୍ୟାଳୟର କର୍ମଚାରୀମାନେ ଝିଅକୁ ମୋ ପାଖକୁ ନେଇ ଆସିଲେ, ସେତେବେଳେ ମୁଁ ମଧ୍ୟ କିଛି ବୁଝିପାରୁନଥିଲି । ଝିଅର ଜିଭ ମଧ୍ୟ କଳା ପଡ଼ିଯାଉଥିଲା, ଯାହା ପରେ ବିଳମ୍ବ ନକରି ଝିଅକୁ ଅପରେସନ୍ ଥିଏଟରକୁ ନେଇ ଅପରେସନ୍ ଆରମ୍ଭ କରିଥିଲି । ପ୍ରାୟ ଅଧ ଘଣ୍ଟା ପରେ ଜିଭରେ ଫସିଥିବା ଢାଙ୍କୁଣୀକୁ କାଟି ଜିଭକୁ ସୁରକ୍ଷିତ ଭାବେ ବାହାର କରାଯାଇଥିଲା।’
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/media_files/2025/07/13/baby-2025-07-13-17-36-55.jpg)