କନକ ବ୍ୟୁରୋ : ଗାଜା ଷ୍ଟ୍ରିପରେ ଇସ୍ରାଏଲର ଏୟାରଷ୍ଟ୍ରାଇକ୍। ଯେଉଁଥିରେ ୨୨ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ରହିଛି। ବଡ଼ କଥା ହେଉଛି, ଏମାନଙ୍କ ମଧ୍ୟରେ ଅନେକେ ଶିଶୁ ମଧ୍ୟ ରହିଛନ୍ତି। ସେପଟେ ଜଣେ ବନ୍ଧକଙ୍କୁ ଉଦ୍ଧାର କରିଛି ଇସ୍ରାଏଲ। ଦକ୍ଷିଣ ଗାଜାରେ ୫୨ ବର୍ଷୀୟ ଆରବ ନାଗରିକଙ୍କୁ ଉଦ୍ଧାର କରାଯାଇଛି।
ଅକ୍ଟୋବର ୭ ତାରିଖରେ ଇସ୍ରାଏଲରେ ହୋଇଥିବା ଆକ୍ରମଣ ସମୟରେ ହମାସ ଦ୍ୱାରା ଅପହୃତ ହୋଇଥିବା ପ୍ରାୟ ୨୫୦ ଲୋକଙ୍କ ମଧ୍ୟରେ ଏହି ନାଗରିକ ସାମିଲ ଥିଲେ। ଗାଜାର ସ୍ୱାସ୍ଥ୍ୟ ଅଧିକାରୀଙ୍କ କହିବା ଅନୁସାରେ, ଇସ୍ରାଏଲ ସେନାର ବିଭିନ୍ନ ସ୍ଥାନରେ ଆକ୍ରମଣ ଯୋଗୁଁ ୨୨ଜଣ ଜଣ ପାଲେଷ୍ଟାଇନ୍ ନାଗରିକଙ୍କ ମୃତ୍ୟୁ ହୋଇଛି। ଆକ୍ରମଣରେ ଯେପରି ସାଧାରଣ ନାଗରିକଙ୍କୁ କୌଣସି କ୍ଷତି ନପହଞ୍ଚିବ, ସେଥିପ୍ରତି ଧ୍ୟାନ ଦେଉଛି ଇସ୍ରାଏଲ।
ସେପଟେ ଉତ୍ତର ପଶ୍ଚିମ କୂଳରେ ଇସ୍ରାଏଲର ବୋମା ମାଡ଼ରେ ୫ଜଣ ପାଲେଷ୍ଟାଇନ୍ ନାଗରିକଙ୍କ ମୃତ୍ୟୁ ଘଟିଛି। ପାଲେଷ୍ଟାଇନ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଗତ ଅକ୍ଟୋବର ୭ତାରିଖରୁ ଗାଜାରେ ଇସ୍ରାଏଲର ଆକ୍ରମଣରେ ଏ ପର୍ଯ୍ୟନ୍ତ ୪୦ହଜାର ୪୭୬ ପାଲେଷ୍ଟାଇନ୍ ନାଗରିକଙ୍କ ମୃତ୍ୟୁ ଘଟିଛି। ସେହିପରି ୯୩ହଜାର ୬୪୭ ଜଣ ଆହତ ହୋଇଛନ୍ତି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)