ପ୍ରତିବର୍ଷ ପରି ଏଥରକ ବେଶ ଜାକଜକମ ଓ ଧୁମଧାମରେ ପାଳନ ହେଉଛି ଗଣେଷ ପୂଜା । ପୂର୍ବଠୁ ପଶ୍ଚିମ, ଉତ୍ତରଠୁ ଦକ୍ଷିଣ ଆବାହନ ପାଇଁ ସବୁଠି ଉତ୍ସାହ । ଗାଁଠୁ ସହର ସବୁଠି ଚଳଚଞ୍ଚଳ । ସମସ୍ତେ ଗଣପତିଙ୍କ ଆରାଧନାରେ ଲାଗିପଡିଛନ୍ତି ।
ସାରାଦେଶ ଭିତରେ ମହାରାଷ୍ଟ୍ରର ଗଣପତି ପୂଜାର ସ୍ୱତନ୍ତ୍ରତା ରହିଛି । ୧୦ଦିନ ଧରି ବିଭିନ୍ନ ପେଣ୍ଡାଲଠୁ ନେଇ ଘରେ ଘରେ ପୂଜା ପାଆନ୍ତି ବିଘ୍ନବିନାଶକ । ବିଶାଳ ପେଣ୍ଡାଳ ସାଙ୍ଗକୁ ଆକାଶ ଉଚ୍ଚ ମୂର୍ତ୍ତି ସବୁବେଳେ ଧ୍ୟାନ ଆକର୍ଷଣ କରିଥାଏ । ଏଥରକ ମଧ୍ୟ ରୀତିନୀତି ସହ ଲାଲବାଗ ରାଜଙ୍କ ପୂଜା ସର୍ବପ୍ରଥମେ କରାଯାଇଥିବାବେଳେ ଦର୍ଶନ ପାଇଁ ଭକ୍ତଙ୍କ ଭିଡ ଜମିଛି ।
ସେପଟେ ମୁମ୍ବାଇରେ ବେଶ ଧୁମଧାମରେ ପାଳନ ହେଉଥିବା ଗଣେଷପୂଜାରେ ସାଧାରଣ ଜନତାଙ୍କଠୁ ନେଇ ସେଲିବ୍ରେଟିଙ୍କ ଭିଡ଼ ଦେଖିବାକୁ ମିଳିଥାଏ । ବ୍ୟସ୍ତବହୁଳ ଜୀବନରୁ ବିରତି ନେଇ ସମସ୍ତେ ଏକାଠି ହୋଇଥାନ୍ତି ପ୍ରଭୁଙ୍କ ଆରାଧନା ପାଇଁ । ପେଣ୍ଡାଲରେ ପହଁଚି ଆର୍ଶୀବାଦ ନେବା ସହ ଘରେ ମଧ୍ୟ ପୂଜାପାଠ କରି ୧୦ଦିନ ଧରି ବିଘ୍ନବିନାଶକଙ୍କ ଆରାଧନା କରିଥାନ୍ତି । ଦେଶର ଅନ୍ୟ ରାଜ୍ୟ ଗୁଡିକରେ ମଧ୍ୟ ଗଜାନନଙ୍କ ପୂଜା ବେଶ ଉତ୍ସାହ, ଆଡ଼ମ୍ବର ଓ ଶ୍ରଦ୍ଧାର ସହକାରରେ କରି ଆଶିଷ ଭିକ୍ଷା କରନ୍ତି ଶ୍ରଦ୍ଧାଳୁ ।
ସେପ୍ଟେମ୍ବର ୧୭ରେ ମହାରାଷ୍ଟ୍ରରେ ଆୟୋଜିତ ହେବ ବିଶାଳ ବିସର୍ଜନ କାର୍ୟ୍ୟକ୍ରମ । ଶହ ଶହ ସଂଖ୍ୟ ମୂର୍ତ୍ତି ବିସର୍ଜନରେ ପରିବେଶ ପ୍ରଦୁଷଣ ଯେପରି ନହୁଏ, ସେଦିଗରେ ମଧ୍ୟ ସଜାଗ ରଖି ଇକୋ ଫ୍ରେଣ୍ଡଲୀ ମୂର୍ତ୍ତିକୁ ପୂଜା କରିବାକୁ ଅପିଲ କରିଆସୁଛି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/oKu5tbD10Y9LMiD5H6OY.jpg)