କନକ ବ୍ୟୁରୋ : ହିଜବୁଲ୍ଲା ଉପରେ ଇସ୍ରାଏଲର ବିମାନ ଆକ୍ରମଣ ବୃଦ୍ଧି ପାଇଛି । ବେରୁତ ଓ ଲେବାନନ୍‌ର ଦକ୍ଷିଣ ସହରଗୁଡ଼ିକରେ ବୋମାମାଡ଼ ଜାରି ରହିଥିବା ବେଳେ ଇସ୍ରାଏଲ ସେନା ଶନିବାର ଲେବାନନ୍‌ର ଉତ୍ତରାଞ୍ଚଳକୁ ଆକ୍ରମଣ ସମ୍ପ୍ରସାରିତ କରିଛି । ଶନିବାର ସକାଳେ ଉତ୍ତରର ତ୍ରିପୋଲି ସହରରେ ହୋଇଥିବା ଆକ୍ରମଣରେ ହମାସର ଜଣେ ଶୀର୍ଷ ନେତା ଓ ତାଙ୍କ ପରିବାରର ମୃତ୍ୟୁ ଘଟିଛି ।

Advertisment

ଆକ୍ରମଣ ପୂର୍ବରୁ ଇସ୍ରାଏଲ ସେନା ୩ଟି ସତର୍କ ସୂଚନା ଜାରି କରି ଅଞ୍ଚଳବାସୀଙ୍କୁ ତୁରନ୍ତ ସୁରକ୍ଷିତ ସ୍ଥାନକୁ ଚାଲିଯିବାକୁ କହିଥିଲା । ରାତିରେ ବେରୁତ ବିମାନବନ୍ଦର ନିକଟରେ ବିସ୍ଫୋରଣ ଓ ଏୟାର୍‌ଷ୍ଟ୍ରାଇକ୍ ମଧ୍ୟ ହୋଇଥିଲା । ଇସ୍ରାଏଲ ପ୍ରତିରକ୍ଷା ବାହିନୀ (ଆଇଡିଏଫ୍) ପ୍ରାୟ ୨ ସପ୍ତାହ ଧରି ଦକ୍ଷିଣ ଲେବାନନ୍‌ ଉପରେ ଆକ୍ରମଣ ଜାରି ରଖିଛି, ଯେଉଁଥିରେ ୨ ହଜାରରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି ।

ସେହିପରି ୧.୨ ନିୟୁତରୁ ଅଧିକ ଲୋକ ବିସ୍ଥାପିତ ହୋଇଛନ୍ତି । ଗାଜା ଭଳି ଧ୍ୱଂସଲୀଳା ଦକ୍ଷିଣ ବେରୁତରେ ଦେଖିବାକୁ ମିଳିଥିବା ବେଳେ ମାନବୀୟ ସଙ୍କଟ ବଢ଼ିବାରେ ଲାଗିଛି । ସେପେଟ ଯୁଦ୍ଦ ଭିତରେ ବୟାନ ଦେଇଛନ୍ତି ଫ୍ରାନ୍ସ ରାଷ୍ଟ୍ରପତି ଏବଂ ଏହି ବୟାନ ଉପରେ ମତ ରଖିଛନ୍ତି ଇସ୍ରାଏଲ ପ୍ରଧାନମନ୍ତୀ ।

ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଲ ମାକ୍ରୋନ ଇସ୍ରାଏଲ ଉପରେ ଅସ୍ତ୍ରଶସ୍ତ୍ର ଉପରେ ପ୍ରତିବନ୍ଧକ ଲଗାଇବାକୁ ଦାବି କରିଛନ୍ତି । ସମଗ୍ର ବିଶ୍ୱର ଶାନ୍ତି ଏବଂ ନିରାପତ୍ତା ପାଇଁ ଯୁଦ୍ଧ ଜିତିବା ପର୍ୟ୍ୟନ୍ତ ଇସ୍ରାଏଲ ଯୁଦ୍ଧ ଜାରି ରଖିବ ବୋଲି ନେତ୍ୟାନ୍ୟାହୁ କହିଛନ୍ତି । ସେ କହିଛନ୍ତି, କିଛି ପାଶ୍ଚାତ୍ୟ ଦେଶ ଯେଉଁମାନେ ଇସ୍ରାଏଲ ବିରୋଧରେ ଅସ୍ତ୍ରଶସ୍ତ୍ର ପ୍ରତିବନ୍ଧକ ଦାବି କରୁଛନ୍ତି ସେମାନେ ଆତଙ୍କବାଦ ସହ ସର୍ମ୍ପକରେ ଅଛନ୍ତି । ଆତଙ୍କବାଦକୁ ସମର୍ଥନ କରି ସେମାନେ ଲଜ୍ଜିତ ହେବା ଉଚିତ୍ । ନେତାନ୍ୟାହୁ ଆହ୍ୱାନ ଦେଇଛନ୍ତି ଆତଙ୍କବାଦ ବିରୋଧରେ ଲଢେଇ ପାଇଁ ସମସ୍ତ ଦେଶ ଇସ୍ରାଏଲର ସମର୍ଥନରେ ଓ ଆମ ସହ ଦୃଢ ଭାବରେ ଠିଆ ହେବା ଉଚିତ୍ । ରାଷ୍ଟ୍ରପତି ମାର୍କୋନଙ୍କୁ ମୋର ସନ୍ଦେଶ ଇସ୍ରାଏଲ ଏ ଯୁଦ୍ଧରେ  ଶତ୍ରୁ ବିରୋଧରେ ୭ଟି ଦିଗରେ ନିଜକୁ ରକ୍ଷା କରୁଛି ।

ସେପଟେ ଦକ୍ଷିଣ-ଉତ୍ତର ଲେବାନନ ଉପରେ ଇସ୍ରାଏଲର ଘନଘନ ଆକ୍ରମଣ କରୁଛି । ହିଜବୁଲ୍ଲା ଗୁପ୍ତ ଗୁଇନ୍ଦା ମୁଖ୍ୟାଳୟକୁ ମାଟିରେ ମିଶାଇଲା ଆଇଡିଏଫ । ଟପ କମାଣ୍ଡରଙ୍କୁ ମାରି ହିଜବୁଲ୍ଲାର ମେରୁଦଣ୍ଡକୁ ଭାଙ୍ଗୁଛି ଇସ୍ରାଏଲ । ଗତକାଲି ଇରାନ ସୁପ୍ରିମଲିଡର ଇସ୍ରାଏଲକୁ ଧମକ ଦେବା ପରେ ଆକ୍ରମଣ ଜୋରଦାର କରିଛି ଆଇଡିଏଫ ।