କନକ ବ୍ୟୁରୋ: ହିଣ୍ଡେନବର୍ଗ ରିପୋର୍ଟରେ ‘ସେବି’ ଅଧ୍ୟକ୍ଷଙ୍କ ନାଁ ଆସିବା ପରେ ଏବେ ଚର୍ଚ୍ଚାରେ ମାଧବୀ ବୁଚ । ତାଙ୍କ ବିରୋଧରୋ ଗୋଟିଏ ପରେ ଗୋଟିଏ ଅଭିଯୋଗ ଆସିବାରେ ଲାଗିଛି । ପ୍ରଥମେ ହିଣ୍ଡେନବର୍ଗ ପରେ କଂଗ୍ରେସ ମାଧବି ପୁରୀ ବୁଚଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଥିଲା । ଏବେ ପବ୍ଲିକ୍ ଆକାଉଣ୍ଟ କମିଟି ବା ଚଉଇ, ‘ସେବି’ର ଚଳିତ ବର୍ଷର ରିପୋର୍ଟକୁ ଯାଞ୍ଚ କରିବାକୁ ତାଲିକାରେ ସାମିଲ୍ କରିଛି । ଆମେରିକାର ସର୍ଟ ସେଲର ଫାର୍ମ ହିଣ୍ଡେନବର୍ଗ ରିପୋର୍ଟକୁ ଭାରତରେ ଆଲୋଡ଼ନ ସୃଷ୍ଟି ହୋଇଥିଲା ।  ହିଣ୍ଡେନବର୍ଗ ରିପୋର୍ଟରେ ପ୍ରଥମ କରି ସେବି ମୁଖ୍ୟଙ୍କ ନାଁ ଯୋଡ଼ି ହୋଇଥିଲା । ଆଦାନୀ ଗ୍ରୁପ ସହ ଜଡ଼ିତ ମାମଲାରେ ବଜାର ନିୟାମକ ସେବି ଅଧ୍ୟକ୍ଷ ମାଧବୀ ବୁଚ୍ ଏବଂ ତାଙ୍କ ସ୍ବାମୀ ଧବଲ ବୁଚ୍ ସାମିଲ୍ ରହିଛନ୍ତି । ଆଦାନୀ ମନି ସାଇଫନିଂ ସ୍କାଣ୍ଡାଲରେ ବ୍ୟବହୃତ ଦୁଇ ଅସ୍ପଷ୍ଟ ଅଫସୋର୍ ଫଣ୍ଡରେ ଭାଗିଦାରୀ ଥିବା ହିଣ୍ଡେନବର୍ଗ ରିପୋର୍ଟରେ ଦାବି ହୋଇଥିଲା । ମାତ୍ର ଏହି ରିସର୍ଚ୍ଚ ରିପୋର୍ଟକୁ ଖଣ୍ଡନ କରିଥିଲେ ମାଧବୀ ବୁଚ୍ । ପରେ ସେବି ମୁଖ୍ୟଙ୍କ ବିରୋଧରେ କଂଗ୍ରେସ ସଙ୍ଗୀନ ଅଭିଯୋଗ ଆଣିଥିଲେ । ମାଧବୀ ବୁଚ୍ ଆଇସିଆଇସିଆଇ ବ୍ୟାଙ୍କ ଏବଂ ଆଇସିଆଇସିଆଇ ପ୍ରୁଡେନସିଆଲରୁ ଦରମା ନେଉଥିବା ଅଭିଯୋଗ ହୋଇଥିଲା । ପ୍ରାୟ ୧୬କୋଟି ଟଙ୍କା ନେଇଥିବା କଂଗ୍ରେସ ନେତା ପବନ ଖେଡ଼ା ଅଭିଯୋଗ କରିବା ସହିତ ତାଙ୍କ ଇସ୍ତଫା ଦାବି କରିଥିଲେ ।