କନକ ବ୍ୟୁରୋ: ବିଭିନ୍ନ ରାଜ୍ୟର ଆଂଚଳିକ ଦଳ ଉପରେ ଏଣିକି ବିଜେପିର ଆଖି । ଲୋକସଭା ନିର୍ବାଚନରେ ନୈରାଶ୍ୟଜନକ ପ୍ରଦର୍ଶନ ପରେ ହୁଏତ ଦଳ ଏକଥା ସ୍ଥିର କରିସାରିଛି ପ୍ରତିଦ୍ବନ୍ଦୀ ଦଳର ସେହି ନେତା, ମନ୍ତ୍ରୀଙ୍କୁ ଶିବିରରେ ସାମିଲ କରାଇବ ଯେଉଁମାନେ କୌଣସି ନା କୌଣସି କାରଣ ପାଇଁ ନିଜ ଦଳସହ ବିଦ୍ରୋହୀ ସାଜିଛନ୍ତି । ଏହା ଭିତରେ ଯୋଡି ହୋଇଛି ସୁଜିତ କୁମାରଙ୍କ ନାଁ

ପ୍ରଥମେ ବିଜେଡିରୁ ମମତା ମହନ୍ତ ।  କଂଗ୍ରେସର ଦୁଇ ପ୍ରମୁଖ ଚେହେରା ମୋପୀଦେବୀ ଭେଙ୍କେଟରମଣ, ବେଦା ମସ୍ତାନ ରାଓ ଦଳ ଓ ରାଜ୍ୟସଭାରୁ ଇସ୍ତଫା ଦଳ ଛାଡିଥିଲେ । ଆଉ ଏବେ ବିଜେଡିର ପୁଣି ଆଉ ଜଣେ ସାଂସଦ ପଦ ସହ ଦଳ ଛାଡି ବିଜେପିରେ ସାମିଲ ହୋଇଛନ୍ତି । ରାଜ୍ୟସଭାରେ ବିଜେପିର ସଂଖ୍ୟା ସହଜ ସ୍ଥିତିରେ ନାହିଁ । ବିଲ ପାସ କରିବାକୁ ହେଲେ ଦଳକୁ ନାକେଦମ ହେବାକୁ ପଡିବ । ଏହା ପୂର୍ବରୁ କିନନ୍ତୁ ବିଜେପି ବିରୋଧୀ ଶିବିରରୁ ନେତା ଆମଦାନୀ କରି ରାଜ୍ୟସଭାରେ ବଳ ବଢ଼ାଉଛି । 

ଗତ କିଛି ବର୍ଷ ଧରି ବିଜେପି ନିଜ ଏନଡିଏମେଂଟ ସା୍‌ଥୀଙ୍କ ଛଡା ବିଜେଡି, ବିଆରଏସ, ୟାଇଏସସିପି, ଏଆଇଏମଡିକେଙ୍କ ଭଳି ସହଯୋଗୀ ଦଳମାନଙ୍କ ସହାୟତାରେ ରାଜ୍ୟସଭା ପରୀକ୍ଷା ପାସ କରୁଥିଲା । ମାତ୍ର ଲୋକସଭା ନିର୍ବାଚନ ପରେ ସୃଷ୍ଟି ହୋଇଥିବା ରାଜନୈତିକ ସ୍ଥିତି ଦୃଷ୍ଟିରୁ ଉପରୋକ୍ତ ଦଳମାନଙ୍କ ସମର୍ଥନର ଆଉ ଆଶା ନାହିଁ । ତେଣୁ ରାଜ୍ୟସଭାରେ ବିଜେପି ବିଶେଷ କରି ଏନଡିଏମ ସଂଖ୍ୟା ଗରିଷ୍ଠତା ହାସଲ କରିବା ଗୁରୁତ୍ବପୂର୍ଣ୍ଶ ଘଟଣା

ରାଜ୍ୟସଭାରେ ବଢ଼ୁଛି ଏନଡିଏ ବଳ
ରାଜ୍ୟସଭାରେ ସମୁଦାୟ ଆସନ-୨୪୫, ଖାଲିପଡିଥିବା ଆସନ---୮, ସଂଖ୍ୟା ଗରିଷ୍ଠତା-୧୧୯, ଏନଡିଏ ସଂଖ୍ୟା, ବିଜେପି—୯୭, ଜେଡିୟୁ—୪, ଏନସିପି ଅଜିତ ପାୱାର—୩, ଏସଏଚଏସ—୧, ପିଏମକେ—୧, ଏଜିପି---୧, ୟୁପିପିଏଲ—୧, ଟିଏମସି—୧, ଏନପିପି-୧, ଆରପିଆଇ—୧, ଆରଏଲଡଡି—୧, ଜେଡିଏସ—୧, ଆରଏମଏଲ—୧, ସ୍ବାଧୀନ---୧, ମନୋନୀତ ସଭ୍ୟ—୬, ସମୁଦାୟ—୧୧୩, 

ଗୋଟିଏ ପରେ ଗୋଟିଏ ବିରୋଧୀ ରାଜ୍ୟସଭା ସଭ୍ୟଙ୍କୁ ନିଜ ଦଳରେ ମିଶାଇବାକୁ ବିଜେପି ପ୍ରସ୍ତୁତ କରିଛି ମାଷ୍ଟର ପ୍ଲାନ । ପ୍ରଥମେ ମମତା ମହନ୍ତ ଆଉ ଏବେ ସୁଜିତ କୁମାର ବିଜେଡି ଛାଡି ବିଜେପିରେ ଯୋଗ ଦେଇଛନ୍ତି ।